Advertisment

ଖୁଚୁରା ନିଅ, ସ୍କୁଟି ଦିଅ

ନୂଆଦିଲ୍ଲୀ: ଖୁଚୁରା କଏନ୍‌ ନିଅ, ଆଉ ସ୍କୁଟି ଦିଅ। ନିଜ ସ୍ୱପ୍ନର ସ୍କୁଟି କିଣିବା ପାଇଁ ଏଭଳି କିଛି ଫଣ୍ଡା ଆପଣାଇଛନ୍ତି ଜଣେ ବ୍ୟକ୍ତି। ଶୋ’ ରୁମ୍‌ ଭିତରକୁ ଅଖାରେ ଭର୍ତ୍ତି ଖୁଚୁରା ଟଙ୍କା ନେଇ ଯାଇଛନ୍ତି, ଆଉ କିଣିଛନ୍ତି ନିଜ ପାଇଁ ଖଣ୍ଡେ ସ୍କୁଟି। ସେପଟେ ଖୁଚୁରା ଟଙ୍କା ଗଣି ଗଣି ଥକି ପଡିଛନ୍ତି ଶୋ’ ରୁମ୍‌ କର୍ମଚାରୀ। ନୂଆ ଜିନିଷ କିଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ। କାହାର ଗାଡି କିଣିବା ପାଇଁ […]

ଅଦ୍ୟତନ ହୋଇଛି
ଖୁଚୁରା ନିଅ, ସ୍କୁଟି ଦିଅ

man-buys-scoote

Advertisment

ନୂଆଦିଲ୍ଲୀ: ଖୁଚୁରା କଏନ୍‌ ନିଅ, ଆଉ ସ୍କୁଟି ଦିଅ। ନିଜ ସ୍ୱପ୍ନର ସ୍କୁଟି କିଣିବା ପାଇଁ ଏଭଳି କିଛି ଫଣ୍ଡା ଆପଣାଇଛନ୍ତି ଜଣେ ବ୍ୟକ୍ତି। ଶୋ' ରୁମ୍‌ ଭିତରକୁ ଅଖାରେ ଭର୍ତ୍ତି ଖୁଚୁରା ଟଙ୍କା ନେଇ ଯାଇଛନ୍ତି, ଆଉ କିଣିଛନ୍ତି ନିଜ ପାଇଁ ଖଣ୍ଡେ ସ୍କୁଟି। ସେପଟେ ଖୁଚୁରା ଟଙ୍କା ଗଣି ଗଣି ଥକି ପଡିଛନ୍ତି ଶୋ' ରୁମ୍‌ କର୍ମଚାରୀ।

Advertisment

ନୂଆ ଜିନିଷ କିଣିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ। କାହାର ଗାଡି କିଣିବା ପାଇଁ ସଉକ ଥାଏ ତ ଆଉ କାହାର ଘର। ତେବେ ପାଖରେ ଟଙ୍କା ନଥିଲେ ଏସବୁ କିଣିବା ମୁସ୍‌କିଲ୍‌। ଏଥିପାଇଁ ଏକଜୁଟ୍‌ କରିବାକୁ ପଡେ ଟଙ୍କା। ନିକଟରେ ଏଭଳି ହିଁ କିଛି ଘଟଣା ଘଟିଛି। ନିଜ ସ୍ୱପ୍ନର ସ୍କୁଟି କିଣିବା ପାଇଁ ଜଣେ ବ୍ୟକ୍ତି ଏଗଜୁଟ୍‌ କରିଥିବା ଟଙ୍କାକୁ ବସ୍ତାରେ ଭର୍ତ୍ତି କରି ଶୋ ରୁମ୍‌ ଯାଇଛନ୍ତି। ସେ ଖୁଚୁରା କଏନ୍‌ ଦେଇ କିଣିଛନ୍ତି ନିଜ ସ୍ୱପ୍ନର ସ୍କୁଟି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆସାମର ଜଣେ ବ୍ୟକ୍ତି ସ୍କୁଟି କିଣିବା ପାଇଁ ଅଖା ଭିତରେ ଖୁଚୁରା ଟଙ୍କା ଭର୍ତ୍ତି କରି ଶୋ'ରୁମ୍‌ରେ ପହଞ୍ଚିଥିଲେ। ଏହାଦେଖି ସମସ୍ତେ ଚକିତ ହୋଇପଡିଥିଲେ। ଏହି ବସ୍ତା ଭିତରେ ଏକ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କା ଯାଏଁ କଏନ୍‌ ଥିଲା। ନିଜ ସ୍ୱପ୍ନର ସ୍କୁଟି କିଣିବା ପାଇଁ ପ୍ରାୟ ୭ରୁ ୮ ମାସ ଧରି ଏହି ଟଙ୍କାକୁ ସେ ସଞ୍ଚିତ କରି ରଖିଥିଲେ।

Advertisment

ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ଯେତେବେଳେ ସେ ଟଙ୍କା ଭର୍ତ୍ତି ଅଖା ଧରି ଶୋ' ରୁମ୍‌ ପହଞ୍ଚୁଛନ୍ତି ସେତେବେଳେ ସମସ୍ତେ ତାଙ୍କୁ ଦେଖି ଚକିତ ହୋଇପଡୁଛନ୍ତି। ଏହି ଅଖାକୁ ଉଠାଇବା ପାଇଁ ସମସ୍ତେ ଚେଷ୍ଟା ମଧ୍ୟ କରୁଛନ୍ତି। ଏହାପରେ ସ୍କୁଟି କିଣିବା ପାଇଁ ବ୍ୟକ୍ତି ଜଣକ ଏହି ଖୁଚୁରା ଟଙ୍କାକୁ କାଢ଼ୁଛନ୍ତି। ପରେ ଖୁଚୁରା ଟଙ୍କାକୁ ଗଣିବା ପାଇଁ ଶୋ'ରୁମ୍‌ର ସମସ୍ତ ଷ୍ଟାଫ୍‌ ଲାଗି ପଡୁଛନ୍ତି।

ଖୁଚୁରା କଏଦ୍‌ ଦେଇ ସ୍କୁଟି କିଣିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଆସାମର। ସେ ପେଶାରେ ଜଣେ ଦୋକାନୀ। ସେ ଦୀଘୋ ଦିନ ହେଲା ନିଜ କାମ ପାଇଁ ଏକ ସ୍କୁଟି କିଣିବାକୁ ଚାହୁଁଥିଲେ। ଶେଷଣେ ପ୍ରାୟ ୨୨ ହଜାର ଟଙ୍କାର ଖୁଚୁରା କଏନ୍‌ ଦେଇ ନିଜ ପାଇଁ ଏକ ସ୍କୁଟି କିଣିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe