ଟିକା ପାଇଁ ବାପାକୁ ୧୨ ଘଣ୍ଟା ପିଠିରେ ବୋହିଲା ପୁଅ

ନୂଆଦିଲ୍ଲୀ: କରୋନାକୁ ନେଇ ଚାରିଆଡେ ଲୋକେ ଛାନିଆ। ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଟିକା ଜରୁରୀ ଭାବି ଘଣ୍ଟା ଘଣ୍ଟା ଲାଇନ୍‌ରେ ଛିଡା ହେଉଛନ୍ତି ଲୋକେ। ଟିକା ଦେବା ପାଇଁ ଲୋକେ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି। କିଏ ଗାଡିରେ ତ ଆଉ କିଏ ଶଗଡରେ। ହେଲେ ନିକଟରେ ଏକ ଏଭଳି ଯୁବକଙ୍କ ଫଟୋ ସାମ୍ନକୁ ଆସିଛି, ଯାହାକୁ ଦେଖିଲେ ଆପେ ଆପେ ପାଟିରୁ ବାହାରି ପଡୁଛି ଆଧୁନିକ ଯୁଗର ଶ୍ରବଣ କୁମାର। ନିଜ ବାପାଙ୍କୁ […]

man-carries-father

Madhupriya Mistry
  • Published: Saturday, 15 January 2022
  • , Updated: 15 January 2022, 02:14 PM IST

ନୂଆଦିଲ୍ଲୀ: କରୋନାକୁ ନେଇ ଚାରିଆଡେ ଲୋକେ ଛାନିଆ। ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଟିକା ଜରୁରୀ ଭାବି ଘଣ୍ଟା ଘଣ୍ଟା ଲାଇନ୍‌ରେ ଛିଡା ହେଉଛନ୍ତି ଲୋକେ। ଟିକା ଦେବା ପାଇଁ ଲୋକେ ଦୂରଦୂରାନ୍ତରୁ ଧାଇଁ ଆସୁଛନ୍ତି। କିଏ ଗାଡିରେ ତ ଆଉ କିଏ ଶଗଡରେ। ହେଲେ ନିକଟରେ ଏକ ଏଭଳି ଯୁବକଙ୍କ ଫଟୋ ସାମ୍ନକୁ ଆସିଛି, ଯାହାକୁ ଦେଖିଲେ ଆପେ ଆପେ ପାଟିରୁ ବାହାରି ପଡୁଛି ଆଧୁନିକ ଯୁଗର ଶ୍ରବଣ କୁମାର। ନିଜ ବାପାଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସେ ସହିଛନ୍ତି ଅସହ୍ୟ ପୀଡା। ବାପାଙ୍କୁ ଟିକା ଦେବା ପାଇଁ ପିଠିରେ ପକାଇ ଦୀର୍ଘ ୧୨ ଘଣ୍ଟା ବୋହିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରାଜିଲର ଆମାଜନ ଅଞ୍ଚଳରେ।

୨୪ ବର୍ଷୀୟ ତାୱି। ନିଜ ୬୭ ବର୍ଷୀୟ ବାପାକୁ ଟିକା ଦେବା ପାଇଁ କରିଛି ଅନେକ କଷ୍ଟ। ଟିକାକେନ୍ଦ୍ରରେ ପହଞ୍ଚିବା ପାଇଁ ବାପାଙ୍କୁ ପିଠିରେ ବସାଇ ଦୀର୍ଘ ୬ ଘଣ୍ଟା ଧରି ଚାଲିଛି ତାୱି। ଟିକାକେନ୍ଦ୍ରରେ କରୋନା ଟିକା ଦେବା ପରେ ଘରକୁ ଫେରିବା ପାଇଁ ପୁଣି ଆଉ ୬ ଘଣ୍ଟା ବାପାଙ୍କୁ ପିଠିରେ ବସାଇ ଚାଲିଚାଲି ଆସିଛି ତାୱି। ବାପା-ପୁଅଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାୱିକୁ ଆଧୁନିକ ଯୁବର 'ଶ୍ରବଣ କୁମାର' ବୋଲି କହୁଛନ୍ତି।

ବାପା-ପୁଅଙ୍କ ଏହି ଫଟୋକୁ ଡଃ.ଏରିକ୍‌ ଜେନିଙ୍ଗସ୍‌ ସିମୋସ୍‌ ନିଜ କ୍ୟାମେରାରେ କଏଦ୍‌ କରିଛନ୍ତି। ତାଙ୍କ କହିବା ମୁତାବକ, ଏହା ସେମାନଙ୍କ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କର ଏକ ସୁନ୍ଦର ପ୍ରମାଣ। ଏହି ଫଟୋଟିକୁ ୨୦୨୧ରେ ଉଠାଯାଇଥିଲା, ଯେତେବେଳେ ଦେଶରେ କୋଭିଡ-୧୯ ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଡଃ.ସିମୋସ୍ ଏହାକୁ ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।  ଏହି ଫଟୋକୁ ପୋଷ୍ଟ କରି  ଡାକ୍ତର ଏହାକୁ "୨୦୨୧ ର ସବୁଠାରୁ ଉଲ୍ଲେଖନୀୟ ମୁହୂର୍ତ୍ତ" ବୋଲି କହିଥିଲେ।

ସୂଚନା ମୁତାବକ, ତାୱିଙ୍କ ବାପା ୱାହୋଙ୍କ ଅଖିକୁ ଭଲଭାବେ ଦେଖାଯାଉନାହିଁ। ସେ ପୁରୁଣା ମୂତ୍ରାଶୟ ରୋଗରେ ମଧ୍ୟ ପୀଡିତ। ଏଭଳି ଅବସ୍ଥାରେ ବାପାଙ୍କୁ ଟିକା ଦେବା ଲାଗି ପୁଅ ତାୱି ତାଙ୍କୁ ପିଠିରେ ବୋହି ଟିକାକରଣ କେନ୍ଦ୍ର ନେବାକୁ ବାଧ୍ୟ ହୋଇଥିଲା। କାରଣ ବ୍ରାଜିଲର ଏହି ଅପହଞ୍ଚ ଇଲାକାରେ ଗାଡି ମଟରର କିଛି ସୁବିଧା ନାହିଁ। ଘଞ୍ଚ ଜଙ୍ଗଲ ଯୋଗୁଁ ଏଠାକୁ କୌଣସି ଗାଡି ମଟର ଆସି ପାରୁନାହିଁ।

ଏହି ଭାଇରାଲ ଫଟୋଟି ପୃଥିବୀର ଅନ୍ୟତମ ଦୁର୍ଗମ ଅଞ୍ଚଳରେ ଟୀକାକରଣ ଅଭିଯାନ କେତେ ଜଟିଳ ତାହାର ପ୍ରତୀକ। ତାୱି ଏବଂ ୱାହୋ ଜୋଏ ଆଦିବାସୀ ସମ୍ପ୍ରଦାୟର। ଏହି ସମ୍ପ୍ରଦାୟର ଲୋକେ ଉତ୍ତର ପାରା ରାଜ୍ୟର ଏକ ଗାଁରେ ବାସ କରନ୍ତି। ନିକଟରେ ତାୱି ଏବଂ ୱାହୋ କରୋନା ଟିକାର ତୃତୀୟ ଡୋଜ ନେଇଛନ୍ତି।

ସୂଚନା ମୁତାବକ, ବ୍ରାଜିଲରେ କରୋନା ଯୋଗୁଁ ପ୍ରାୟ ୮୫୩ ଆଦିବାସୀ ଲୋକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଅଧିକାରୀଙ୍କ କହିବା ମୁତାବକ ଏହି ସଂଖ୍ୟା ଭୁଲ୍‌।

 

View this post on Instagram

 

A post shared by Erik Jennings (@erikjenningssimoes)

Related story