/odisha-reporter/media/post_attachments/uploads/2023/01/car-1.jpg)
car
ଗୁରୁଗ୍ରାମ: ସୋଶାଲ ମିଡିଆରେ ଭାଇରାଲ ହେଉଛି ଗୋଟିଏ। ଏହି ଭିଡିଓରେ ଜଣେ ବ୍ୟକ୍ତି କାର୍ ଛାତ ଉପରେ ବସି ସର୍ବସମ୍ମୁଖରେ ମଦ ପିଉଛନ୍ତି। ତେବେ ସେ କ’ଣ ପାଇଁ ଏମିତି କରିଛନ୍ତି, ସେକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହରିଆଣାର ଗୁରୁଗ୍ରାମରେ ଏହି ଘଟଣା ଘଟିଛି। ଏଠାରେ ଯାଇଥିବା ମୁଖ୍ୟ ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ ହେବାରୁ ବ୍ୟକ୍ତି ଜଣଙ୍କ ରାଗି ଯାଇଥିଲେ। ରାସ୍ତା ଅତିକ୍ରମ କରିବାକୁ ସମୟ ଲାଗୁଥିବାରୁ ସେ କାର୍ ଉପରକୁ ଉଠି ମଦ ପିଇବା ଆରମ୍ଭ କରିଥିଲେ।
ରବି ହାଣ୍ଡା ନାମକ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି। ଏହି ୧୫ ସେକେଣ୍ଡର ଭିଡିଓକୁ ଶେୟାର କରି ସେ ଲେଖିଛନ୍ତି ଯେ “ଏକଥା କେବଳ ଗୁରୁଗ୍ରାମରେ ହିଁ ହୋଇପାରିବ।”
ସାମ୍ନାକୁ ଆସିଥିବା ଭିଡିଓରେ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଗାଡ଼ି ମୋଟର ଜାମ ହୋଇଛି। ଭିଡ଼ ଭିତରେ ଥିବା ଗୋଟିଏ କାର୍ ଉପର ଜଣେ ବ୍ୟକ୍ତି ମଦ ବୋତଲ ଧରି ବସିଛନ୍ତି। ସେହିପରି କାର୍ର ପାସେଞ୍ଜର ସିଟ୍ରେ ବସିଥିବା ଆଉ ଜଣେ ବ୍ୟକ୍ତି ତାଙ୍କୁ ଖାଲି ଗ୍ଲାସ ଦେଉଛନ୍ତି। ବ୍ୟକ୍ତି ଜଣଙ୍କ ଗ୍ଲାସ ଧରିବା କ୍ଷଣି ମଦ ପ୍ୟାକ୍ କରୁଥିବା ଦେଖିବାକୁ ମିଳିଛି।
ଏହି ଭିଡ଼ରେ ପିସିଆର ଭ୍ୟାନ ମଧ୍ୟ ଫସି ରହିଥିଲା। ବ୍ୟକ୍ତିଙ୍କ ଏପରି ହରକତକୁ ଅନେକ ଲୋକ ସମାଲୋଚନା କରିଛନ୍ତି। ସେ ସର୍ବସାଧାରଣ ସ୍ଥାନରେ ଏପରି ମଦ ପିଇଥିବାରୁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଅନେକ କହିଛନ୍ତି।
This can only happen in Gurgaon. 😂 pic.twitter.com/SMLBDB0bjl
— Ravi Handa (@ravihanda) January 7, 2023
ଜଣେ କହିଛନ୍ତି, “ଏହା ଆଦୌ ଥଟ୍ଟାମଜା କଥା ନୁହେଁ।” ଯେତେବେଳେ ପୁଲିସ୍ ଏହି ବ୍ୟକ୍ତିଙ୍କୁ ପିଟିବ ସେତେବେଳେ ସବୁ ନିଶା ଉତୁରି ଯିବ ବୋଲି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି। ଆଉ କିଛି ଟ୍ୱିଟର ବ୍ୟବହାରକାରୀ ଉକ୍ତ ବ୍ୟକ୍ତିଙ୍କୁ ଜେଲ ପଠାଇବାକୁ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
