Advertisment

ଅଧା ରହିଗଲା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଅଟକି ଗଲା ଟ୍ରେନ୍‌

ମୁମ୍ବାଇ: ଅଳ୍ପକେ ବର୍ତ୍ତିଗଲେ ଯୁବକ। ଅଧା ରହିଗଲା ତାଙ୍କ ଆତ୍ମହତ୍ୟା କରିବା ଉଦ୍ୟମ। ଆତ୍ମହତ୍ୟା କରିବାକୁ ଟ୍ରାକ୍‌ରେ ଶୋଇପଡିଲେ ଯୁବକ, ହେଲେ ଅଘଟଣ ପୂର୍ବରୁ ଠିକ୍‌ ସମୟରେ ଟ୍ରେନ୍‌ରେ ବ୍ରେକ୍‌ ଲଗାଇଦେଲେ ଡ୍ରାଇଭର। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଶିବଡି ଷ୍ଟେସନ୍‌ରେ। ଗତକାଲି ସକାଳେ ମୁମ୍ବାଇ ଶିବଡି ଷ୍ଟେସନରେ ଜଣେ ବ୍ୟକ୍ତି ଦୂରରୁ ଟ୍ରେନ୍‌ ଆସୁଥିବା ଦେଖି ଟ୍ରାକ୍‌ ଉପରେ ଶୋଇପଡିଥିଲେ। ଆଉ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହାଦେଖି ଦୂରରୁ ଆସୁଥିବା ଏକ […]

ଅଦ୍ୟତନ ହୋଇଛି
ଅଧା ରହିଗଲା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଅଟକି ଗଲା ଟ୍ରେନ୍‌

motorman save life

Advertisment

ମୁମ୍ବାଇ: ଅଳ୍ପକେ ବର୍ତ୍ତିଗଲେ ଯୁବକ। ଅଧା ରହିଗଲା ତାଙ୍କ ଆତ୍ମହତ୍ୟା କରିବା ଉଦ୍ୟମ। ଆତ୍ମହତ୍ୟା କରିବାକୁ ଟ୍ରାକ୍‌ରେ ଶୋଇପଡିଲେ ଯୁବକ, ହେଲେ ଅଘଟଣ ପୂର୍ବରୁ ଠିକ୍‌ ସମୟରେ ଟ୍ରେନ୍‌ରେ ବ୍ରେକ୍‌ ଲଗାଇଦେଲେ ଡ୍ରାଇଭର। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ଶିବଡି ଷ୍ଟେସନ୍‌ରେ।

Advertisment

ଗତକାଲି ସକାଳେ ମୁମ୍ବାଇ ଶିବଡି ଷ୍ଟେସନରେ ଜଣେ ବ୍ୟକ୍ତି ଦୂରରୁ ଟ୍ରେନ୍‌ ଆସୁଥିବା ଦେଖି ଟ୍ରାକ୍‌ ଉପରେ ଶୋଇପଡିଥିଲେ। ଆଉ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହାଦେଖି ଦୂରରୁ ଆସୁଥିବା ଏକ ଲୋକାଲ ଟ୍ରେନ୍‌ର ଡ୍ରାଇଭର ଏମରଜେନ୍ସି ବ୍ରେକ୍‌ ମାରି ଟ୍ରେନ୍‌ ଅଟକାଇ ଦେଇଥିଲେ। ଟ୍ରେନ୍‌ ଅଟକାଇ ସେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଦେଇଥିଲେ। ପରେ ୩ ମହିଳା ପୁଲିସ କର୍ମଚାରୀ ଦୌଡି ଆସି ଉକ୍ତ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍‌ରୁ ଉଠାଇ ନେଇଥିଲେ। ୫୦ ସେକେଣ୍ଡର ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଖୋଦ୍‌ ରେଳ ମନ୍ତ୍ରାଳୟ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲରେ ଶେଆର କରିଛି।

ଭିଡିଓରେ ବ୍ୟକ୍ତିଙ୍କ ଅବସ୍ଥା ଦେଖିଲେ ମନେହେଉଛି ଯେ, ସେ ଅତ୍ୟନ୍ତ ବିବ୍ରତ ହୋଇ ନିଜ ଜୀବନ ହାରିବା ଉଦ୍ଦେଶ୍ୟରେ ଏପରି କାମ କରିବାକୁ ଚେଷ୍ଟା କରୁଥିଲେ, ଯାହାକୁ ଟ୍ରେନ୍‌ ଡ୍ରାଇଭର ନିଜ ବୁଦ୍ଧି ଖଟାଇ ବଞ୍ଚାଇ ଦେଇଛନ୍ତି। ଜରୁରୀକାଳୀନ ବ୍ରେକ୍ ଲଗାଇବା ପରେ ମଧ୍ୟ ଟ୍ରେନ୍‌ଟି ସୁରକ୍ଷିତ ଥିଲା। ସେପଟେ ରେଳ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ଲୋକ ପାଏଲଟ୍‌ ତଥା ଟ୍ରେନ୍‌ ଡ୍ରାଇଭରଙ୍କ ପ୍ରଶଂସା କରାଯାଇଛି।

Advertisment

ଭିଡିଓ ଶେଆର କରି ରେଳ ମନ୍ତ୍ରାଳୟ କ୍ୟାପସନରେ ଲେଖିଛି, 'ମୋଟରମ୍ୟାନ୍ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟ। ମୁମ୍ବାଇର ଶିବଡି ଷ୍ଟେସନରେ ମୋଟରମ୍ୟାନ୍ ଜଣେ ବ୍ୟକ୍ତିଙ୍କୁ ଟ୍ରାକରେ ଶୋଇଥିବା ଦେଖି ତତ୍ପରତା ସହିତ ଜରୁରୀକାଳୀନ ବ୍ରେକ୍ ଲଗାଇ ଉକ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲେ। ଆପଣଙ୍କ ଜୀବନ ବେଶ୍‌ ମୂଲ୍ୟବାନ, କେହି ଜଣେ ଆପଣଙ୍କୁ ଘରେ ଅପେକ୍ଷା କରିଛନ୍ତି।'

ସେପଟେ ଏହି ଭିଡିଓରେ ଅନେକ ଲୋକେ କମେଣ୍ଟ କରି ମୋଟରମ୍ୟାନ୍ ଏବଂ ସୁରକ୍ଷା କର୍ମୀଙ୍କୁ ପ୍ରଶଂସା କରୁଛନ୍ତି। କିଛି ୟୁଜର୍ସ ମୋଟରମ୍ୟାନଙ୍କ ନାଁ ଉଲ୍ଲେଖ କରିବାକୁ ମଧ୍ୟ ଦାବି କରୁଛନ୍ତି, ଯିଏ ଏପରି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ଯାହାଫଳରେ ଦେଶ ଏହି ହିରୋମାନଙ୍କୁ ମଧ୍ୟ ଜାଣିପାରିବ।

https://twitter.com/RailMinIndia/status/1477620643243851777?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe