biriyani-for-dog
କରୋନା ମହାମାରୀ ଲୋକଙ୍କ ଦୈନନ୍ଦିନ ଜୀବନକୁ ଚିନ୍ତାରେ ପକାଇ ଦେଇଛି । କେବଳ ମଣିଷ ନୁହଁନ୍ତି, ବୁଲା ପଶୁ ମଧ୍ୟ ନାହିଁ ନଥିବା ଅସୁବିଧାରେ ପଡ଼ୁଛନ୍ତି । ଲକଡାଉନ୍ ଯୋଗୁ ଚାରିଆଡ଼େ ଦୋକାନ ବଜାର ବନ୍ଦ ରହିଥିବାରୁ ଏହି ବୁଲା ପଶୁମାନଙ୍କୁ ଠିକ୍ ଭାବେ ଅାହାର ମିଳିପାରୁ ନାହିଁ । ଏଭଳି ସଙ୍କଟ ସମୟରେ ୫୮ ବର୍ଷୀୟ ରଞ୍ଜିତ ନାଥ ଏମିତି ମହତ କାମ କରୁଛନ୍ତି, ଯାହାକୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ ।
ରଞ୍ଜିତ ଗତ ୧୧ ବର୍ଷ ଧରି ପ୍ରତିଦିନ ୧୫୦ରୁ ଅଧିକ କୁକୁରଙ୍କୁ ଖାଇବାକୁ ଦେଇ ଆସୁଛନ୍ତି। ସୋଶାଲ ମିଡିଆରେ ରଞ୍ଜିତଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଏହାକୁ ନାଗପୁରର ଲାଇଫଷ୍ଟାଇଲ୍ ବ୍ଲଗର ଅଭିନବ ଜୈସୱାନୀ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଏପରିକି ଲୋକମାନେ ତାଙ୍କୁ “ନାଗପୁରର ଡଗ୍ ମ୍ୟାନ୍” ବୋଲି କହିବା ଆରମ୍ଭ କରିଛନ୍ତି। ସେ କୁକୁରମାନଙ୍କୁ ବିସ୍କୁଟ ଖାଇବାକୁ ଦେଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ ଆଜି ସେ ସେମାନଙ୍କୁ ଚିକେନ୍ ଏବଂ ମଟନ୍ ବିରିୟାନୀ ଖାଇବାକୁ ଦେଉଛନ୍ତି। ରଞ୍ଜିତ ପ୍ରତିଦିନ ୩୫ ରୁ ୪୦ କିଲୋ ବିରିୟାନୀ ରାନ୍ଧନ୍ତି।
ରଣଜିତଙ୍କ ସହ ଜଡ଼ିତ ରାହୁଲ ମୋଟୱାନୀ କୁହନ୍ତି ଯେ “ସେ ଗତ କିଛି ବର୍ଷ ହେବ ଏହା କରିଆସୁଥିଲେ, କିନ୍ତୁ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ସେ ଏହାକୁ ଆହୁରି ବଢ଼ାଇ ଦେଇଛନ୍ତି। ସେ ବୁଲା କୁକୁରକୁ ବହୁତ ପସନ୍ଦ କରନ୍ତି ଏବଂ ସେ ସେମାନଙ୍କୁ ପିଲା ବୋଲି ସମ୍ବୋଧନ କରନ୍ତି ।
ସେ କୁହନ୍ତି, ସେମାନଙ୍କୁ ବୁଲା ବା କୁକୁର କହିବାକୁ ମୋତେ ପସନ୍ଦ ନୁହେଁ। ମୁଁ ସେମାନଙ୍କୁ ମୋ ପିଲାମାନଙ୍କ ପରି ବ୍ୟବହାର କରେ। ସେ ଦିନରେ ବିରିୟାନୀ ତିଆରି କରନ୍ତି ଏବଂ ସନ୍ଧ୍ୟାରେ ନିଜ ବାଇକରେ ବୁଲା ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ବାହାରି ପଡ଼ନ୍ତି । ଏହି ଚିକେନ୍ ବିରିୟାନୀରେ କମ୍ ମାଂସ ଏବଂ ଅଧିକ ହାଡ ଥାଏ ।
ଲାଇଫଷ୍ଟାଇଲ୍ ବ୍ଲଗର୍ ଅଭିନବ ଜୈସୱାନୀ ଇନଷ୍ଟାଗ୍ରାମରେ ଦୁଇଟି ଭିଠିଓ ଶେଆର୍ କରିଛନ୍ତି । ଦୁଇଟି ଯାକ ଭିଡିଓକୁ ଏପର୍ଯ୍ୟନ୍ତ ୧୨ହଜାର ଓ ୯ହଜାର ଲାଇକ୍ସ ମିଳିସାରିଛି । ଲୋକେ ଏହି ଭିଡିଓରେ ଖୁବ୍ କମେଣ୍ଟ କରୁଛନ୍ତି ଏବଂ ରଞ୍ଜିତ ନାଥଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/05/biriyani-for-dog.jpg)