Advertisment

ପ୍ରେମରେ ଧୋକା ଖାଇ ବନିଗଲେ ‘ବେୱଫା ଚା’ ବାଲା’

ଭୋପାଲ: ପ୍ରେମରେ ଧୋକା ଖାଇ କିଏ ସଫଳ ହୁଏ ତ ଆଉ କିଏ ବିଫଳ। ସେହିପରି ନିଜ ପ୍ରେମିକାକୁ ଭୁଲିବା ପାଇଁ କେହି କେହି କେତେ କ’ଣ କରି ପକାନ୍ତି। କିନ୍ତୁ ନିକଟରେ ଜଣେ ଏଭଳି ପ୍ରେମିକ ସାମ୍ନାକୁ ଆସିଛନ୍ତି, ଯିଏ କି ପ୍ରେମରେ ଧୋକା ଖାଇ ବନିଯାଇଛନ୍ତି ବେୱଫା ଚା’ ବାଲା। ମଧ୍ୟପ୍ରଦେଶ ବୈତୁଲ ଶାହାପୁର ଡୋଡରାମୋହ ଗାଁର ମଙ୍ଗଲ ସିଂହ । ସେ ଗାଁର ଜଣେ ଯୁବତୀଙ୍କୁ ବେଶ୍ ଭଲ ପାଉଥିଲେ। କିନ୍ତୁ ଯୁବତୀ […]

ଅଦ୍ୟତନ ହୋଇଛି
ପ୍ରେମରେ ଧୋକା ଖାଇ ବନିଗଲେ ‘ବେୱଫା ଚା’ ବାଲା’

bewafa-chai-wala-after-being-cheated-in-love

Advertisment

ଭୋପାଲ: ପ୍ରେମରେ ଧୋକା ଖାଇ କିଏ ସଫଳ ହୁଏ ତ ଆଉ କିଏ ବିଫଳ। ସେହିପରି ନିଜ ପ୍ରେମିକାକୁ ଭୁଲିବା ପାଇଁ କେହି କେହି କେତେ କ’ଣ କରି ପକାନ୍ତି। କିନ୍ତୁ ନିକଟରେ ଜଣେ ଏଭଳି ପ୍ରେମିକ ସାମ୍ନାକୁ ଆସିଛନ୍ତି, ଯିଏ କି ପ୍ରେମରେ ଧୋକା ଖାଇ ବନିଯାଇଛନ୍ତି ବେୱଫା ଚା’ ବାଲା।

Advertisment

ମଧ୍ୟପ୍ରଦେଶ ବୈତୁଲ ଶାହାପୁର ଡୋଡରାମୋହ ଗାଁର ମଙ୍ଗଲ ସିଂହ । ସେ ଗାଁର ଜଣେ ଯୁବତୀଙ୍କୁ ବେଶ୍ ଭଲ ପାଉଥିଲେ। କିନ୍ତୁ ଯୁବତୀ ଜଣକ ତାଙ୍କୁ ଧୋକା ଦେଇ ଅନ୍ୟ କାହା ସହ ବିବାହ କରି ଚାଲିଯାଇଥିଲେ। ପ୍ରେମର ଧୋକ ଖାଇବା ପରେ ବେଶ୍ ଭାଙ୍ଗି ପଡିଥିଲେ ମଙ୍ଗଲ।

[caption id="attachment_663248" align="aligncenter" width="657"]cheated lover ପ୍ରେମର ଧୋକ ଖାଇବା ପରେ ବେଶ୍ ଭାଙ୍ଗି ପଡିଥିଲେ ମଙ୍ଗଲ[/caption]

Advertisment

ସାଙ୍ଗସାଥୀ ଏବଂ ବନ୍ଧୁ ବାନ୍ଧବ ବୁଝାସୁଝା କରିବା ପରେ ସେ ରେଲୱେ କ୍ରସିଂ ଠାରେ ଏକ ଚା’ ଦୋକାନଟିଏ ଖୋଲିଲେ। ଆଉ ନିଜ ପ୍ରେମିକାକୁ ସବୁବେଳେ ମନେ ପକେଇବା ପାଇଁ ଏହି ଚା’ ଦୋକାନର ନାଁ ରଖିଲେ ‘ବେୱଫା ଚା’ ବାଲା’।

ମଙ୍ଗଲଙ୍କ ଏହି ଚା’ ଦୋକାନକୁ ନେଇ ଚାରିଆଡେ ଚର୍ଚ୍ଚା। ‘ବେୱଫା ଚା’ ବାଲା’ ଦୋକାନର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଚା’ ଦୋକାନକୁ ଯିଏ ଆସୁଛି ସିଏ ସେଲ୍‌ଫି ଉଠାଇବାକୁ ଭୁଲୁ ନାହିଁ। ଏହି ଦୋକାନାର ନାଁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

[caption id="attachment_663250" align="aligncenter" width="650"]bewafa chai wala ଚା’ ଦୋକାନକୁ ଯିଏ ଆସୁଛି ସିଏ ସେଲ୍‌ଫି ଉଠାଇବାକୁ ଭୁଲୁ ନାହିଁ।[/caption]

ପ୍ରେମରେ ଧୋକା ଖାଇବା ପରେ ଏହି ଆଦିବାସୀ ଯୁବକଙ୍କ ଏଭଳି ବିଜନେସ୍ ଆଇଡିଆ ଏବେ ବେଶ୍ ଭଲ ଜମୁଛି। ମଙ୍ଗଲଙ୍କ ଦୋକାନକୁ ଯିଏ ଚା’ ପିଇବାକୁ ଯାଉଛି ସିଏ ତାଙ୍କ ପ୍ରଶଂସା କରୁଛି। ଲୋକେ କୁହନ୍ତି, ମଙ୍ଗଲ କୁଆଡେ ବେଶ୍ ଭଲ ଚା’ ବନାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe