Ananda-Mhindra-Nidra-Mask
ମୁମ୍ବାଇ: ବେଶ କିଛି ଦିନର ବିରତି ପରେ ପୁଣି ଉପରମୁହାଁ ହେଉଛି ମହାମାରୀ କରୋନା। ଗୋଟିଏ ପଟେ ସାରା ବିଶ୍ୱ ସମେତ ଦେଶରେ ତୃତୀୟ ପର୍ଯ୍ୟାୟ କରୋନା ବିପଦ ବଢ଼ିବାରେ ଲାଗିଥିବା ବେଳେ ଲୋକେ ମାସ୍କକୁ ନେଇ ଭିନ୍ନ ଭିନ୍ନ ଉପାୟ ଆପଣାଇଛନ୍ତି। ମାସ୍କକୁ ମୁହଁରେ ପିନ୍ଧିବା ବଦଳରେ କିଏ କାନ ଝୁଲାଇ ଦେଉଛି ତ ଆଉ କିଏ ବେକରେ । କିନ୍ତୁ ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ମାସ୍କକୁ ନେଇ ଏଭଳି କିଛି କରିଛନ୍ତି ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଏହି ବ୍ୟକ୍ତି ଜଣଙ୍କର ଫଟୋକୁ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଟୁଇଟ କରି ସେଆର କରିଛନ୍ତି।
ମୁମ୍ବାଇର ଲୋକାଲ ଟ୍ରେନ ଭିତରେ ଜଣେ ବ୍ୟକ୍ତି ମାସ୍କକୁ ମୁହଁରେ ପିନ୍ଧିବା ବଦଳରେ ଆଖିରେ ପିନ୍ଧିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଆଖପାଖରେ ଭିଡ ମଧ୍ୟ ରହିଛି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ‘ନିନ୍ଦ୍ରା ମାସ୍କ’ ବୋଲି କହୁଛନ୍ତି। ଆଉ କିଏ କିଏ ତ ଏହାକୁ ଭୟଙ୍କର ବିପଦ ବୋଲି କହିଛନ୍ତି।
ଅନେକ ୟୁଜର୍ସ ଯୁବକଙ୍କ ଏଭଳି ମାସ୍କ ପିନ୍ଧିବା ଶୈଳୀକୁ ଦେଖି ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ଏହି ଭଳି କିଛି ବ୍ୟକ୍ତିଙ୍କ ପାଇଁ ଦେଶରେ କରୋନା ମାମଲା ବଢ଼ୁଛି, ଏମାନେ ହିଁ ଅନ୍ୟର ଜୀବନକୁ ବିପଦରେ ପକାଉଥିବା କହିଛନ୍ତି।
ସେପଟେ ଏହି ଫଟୋକୁ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଟୁଇଟ କରି ସେଆର କରିଛନ୍ତି। ସେ ମଧ୍ୟ ବ୍ୟକ୍ତି ଜଣଙ୍କୁ ନିଜ ଢ଼ଙ୍ଗରେ ସମାଲୋଚନା କରିବା ସହ କହିଛନ୍ତି, ଆପଣଙ୍କ ଏହି ଉପାୟ ପ୍ରଶଂସନୀୟ । ଗତ ଦିନ ମାନଙ୍କରେ ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି ଚାଲିଥିବା ପଛରେ ଏଭଳି ହିଁ କିଛି ବ୍ୟକ୍ତି ଦାୟୀ ବୋଲି ସେ ଟୁଇଟ କରି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଦିନମାନଙ୍କରେ ମହାରାଷ୍ଟ୍ର ଏବଂ ମୁମ୍ବାଇରୁ ସର୍ବାଧିକ କରୋନା ମାମଲା ଚିହ୍ନଟ ହୋଇଥିଲା। ଦୀର୍ଘ ଦିନ ପରେ ଏହି ମାମଲାରେ ଅଳ୍ପ ସୁଧାର ଆସିଛି। ଏହାପରେ ପୁଣି ଲୋକାଲ ଟ୍ରେନ ଚଳଚାଳ ହେଉଛି। କିନ୍ତୁ ଏଭଳି ବେପରୁଆ ଓ ନିଦ୍ରା ମାସ୍କ ପିନ୍ଧୁଥିବା ବ୍ୟକ୍ତିଙ୍କ ପାଇଁ ମୁମ୍ବାଇରେ ପୁଣି ଥରେ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/Ananda-Mhindra-Nidra-Mask.jpg)