Advertisment

‘ମୁଁ ଭଗବାନ’ କହି ଚଳନ୍ତା ଟ୍ରେନ୍‌ ଆଗକୁ ଠେଲି ଦେଲେ

ୱାଶିଂଟନ୍‌: ‘ମୁଁ ଭଗବାନ। ମୁଁ ସବୁ କିଛି କରିପାରିବି।’ ଏଭଳି କିଛି କହି ଚଳନ୍ତା ଟ୍ରେନ୍‌ ଆଗକୁ ଜଣେ ମହିଳାଙ୍କୁ ଠେଳି ଦେଲେ ଜଣେ ବ୍ୟକ୍ତି। ଘଟଣାସ୍ଥଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ନ୍ୟୁୟର୍କ ଟାଇମ୍ସ ସ୍କୁଏର ମେଟ୍ରୋ ଷ୍ଟେସନରେ। ପୁଲସ ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ମିଶେଲ ଏଲିସା। ତାଙ୍କ ବୟସ ୪୦ ବର୍ଷ। ସେ ମ୍ୟାନହଟ୍ଟର ୱେଷ୍ଟ ସାଇଡ୍‌ରେ ରୁହନ୍ତି। ଶନିବାର ଦିନ ଏଲିସାରେ ପ୍ଲାଟଫର୍ମରେ […]

ଅଦ୍ୟତନ ହୋଇଛି
‘ମୁଁ ଭଗବାନ’ କହି ଚଳନ୍ତା ଟ୍ରେନ୍‌ ଆଗକୁ ଠେଲି ଦେଲେ

man-pushed-woman

Advertisment

ୱାଶିଂଟନ୍‌: ‘ମୁଁ ଭଗବାନ। ମୁଁ ସବୁ କିଛି କରିପାରିବି।’ ଏଭଳି କିଛି କହି ଚଳନ୍ତା ଟ୍ରେନ୍‌ ଆଗକୁ ଜଣେ ମହିଳାଙ୍କୁ ଠେଳି ଦେଲେ ଜଣେ ବ୍ୟକ୍ତି। ଘଟଣାସ୍ଥଳରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ନ୍ୟୁୟର୍କ ଟାଇମ୍ସ ସ୍କୁଏର ମେଟ୍ରୋ ଷ୍ଟେସନରେ।

Advertisment

ପୁଲସ ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ମିଶେଲ ଏଲିସା। ତାଙ୍କ ବୟସ ୪୦ ବର୍ଷ। ସେ ମ୍ୟାନହଟ୍ଟର ୱେଷ୍ଟ ସାଇଡ୍‌ରେ ରୁହନ୍ତି। ଶନିବାର ଦିନ ଏଲିସାରେ ପ୍ଲାଟଫର୍ମରେ ଟ୍ରେନ୍ ଆସିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ହଠାତ୍ ତାଙ୍କୁ ପଛରୁ କେହି ଜଣେ ଆସି ଜୋରରେ ଧକ୍କା ଦେଇଥିଲେ। ଫଳରେ ସେ ଟ୍ରେନ ଟ୍ରାକରେ ପଡ଼ିଯିବା ସହ ସାମ୍ନାରୁ ଆସୁଥିବା ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା।

Because I'm God': Man who shoved Asian woman to her death on NYC subway has decades-long rap sheet

ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଠେଲିଥିବା ଅଭିଯୁକ୍ତ ଜଣଙ୍କ ସାଇମନ୍ ମାର୍ଶଲ ବୋଲି ଜଣାପଡିଛି। ତାଙ୍କ ବୟସ ୬୦ ବର୍ଷ। ଉକ୍ତ ମହିଳା ଜଣକୁ ସେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ ସେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ସତ, କିନ୍ତୁ ପରେ ନିଜେ ଆସି ପୁଲିସ ନିକଟରେ ସରେଣ୍ଡର କରିଥିଲା ସାଇମନ୍।

Advertisment

ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ମାନସିକ ବିକାର ଗ୍ରସ୍ତ। ସେ ଉକ୍ତ ମହିଳାଙ୍କ ଜ୍ୟାକେଟ ଚୋରି କରିଥିବାରୁ ସେ ମିସେଲଙ୍କୁ ଠେଲି ଦେଇଥିଲେ। ପୂର୍ବରୁ ଅଭିଯୁକ୍ତ ନାଁରେ ଅନେକ ଅପରାଧିକ ରେକର୍ଡ ରହିଛି। ଚୋରି ମାମଲାରେ ସେ ପୂର୍ବରୁ ଦୁଇ ବର୍ଷ ଜେଲ୍‌ ଦଣ୍ଡ ମଧ୍ୟ ଭୋଗି ସାରିଛି। ଗତ ବର୍ଷ ଅଗଷ୍ଟ ମାସରେ ସେ ଜେଲରୁ ମୁକୁଳିଥିଲା।

ତେବେ କାହିଁକି ଉକ୍ତ ମହିଳାଙ୍କୁ ଏଭଳି ହତ୍ୟା କଲ ବୋଲି ପୁଲିସ ପ୍ରଶ୍ନ ପଚାରିବା ପରେ ସେ ଉତ୍ତର ଦେଇଛି, 'ହଁ ମୁଁ ତାଙ୍କୁ ହତ୍ୟା କରିଛି। ମୁଁ ଭଗବାନ। ମୁଁ ସବୁ କିଛି କରିପାରିବି।'

https://twitter.com/Bruxelles_City/status/1482106862204076038?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe