Advertisment

ଷ୍ଟଣ୍ଟ ନିଶା, ଦେହରେ ନିଆଁ ଲଗାଇ ବିଲ୍ଡିଂ ଉପରୁ ଡେଇଁ ପଡିଲେ

ନୂଆଦିଲ୍ଲୀ: ଆଜିକାଲି ଲୋକେ ପପୁଲାର ହେବା ପାଇଁ କାହିଁ କେତେ କ’ଣ କରୁଛନ୍ତି। ନିଜକୁ ସୋଶାଲ ମିଡିଆରେ ପପୁଲାର କରିବା ପାଇଁ କେହି କେହି ଭୟାନକ ଷ୍ଟଣ୍ଟ କରୁଛନ୍ତି। ନୂଆ ନୂଆ ଉପାୟ ମଧ୍ୟ ଆପଣାଉଛନ୍ତି। କିଏ ଛାତ ଉପରୁ ଡେଇଁ ପଡୁଛି ତ ଆଉ କିଏ ବରଫ ପାଣି ଭିତରେ ବୁଡି ଯାଉଛନ୍ତି। ସେହିପରି ଆଉ କିଏ ଦେହରେ ନିଆଁ ଲଗାଇ କରୁଛନ୍ତି ଷ୍ଟଣ୍ଟ। ଏଭଳି ଏକ ଦୁଃସାହାସିକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ […]

ଅଦ୍ୟତନ ହୋଇଛି
ଷ୍ଟଣ୍ଟ ନିଶା, ଦେହରେ ନିଆଁ ଲଗାଇ ବିଲ୍ଡିଂ ଉପରୁ ଡେଇଁ ପଡିଲେ

man-setting-fire-on-himself

Advertisment

ନୂଆଦିଲ୍ଲୀ: ଆଜିକାଲି ଲୋକେ ପପୁଲାର ହେବା ପାଇଁ କାହିଁ କେତେ କ'ଣ କରୁଛନ୍ତି। ନିଜକୁ ସୋଶାଲ ମିଡିଆରେ ପପୁଲାର କରିବା ପାଇଁ କେହି କେହି ଭୟାନକ ଷ୍ଟଣ୍ଟ କରୁଛନ୍ତି। ନୂଆ ନୂଆ ଉପାୟ ମଧ୍ୟ ଆପଣାଉଛନ୍ତି। କିଏ ଛାତ ଉପରୁ ଡେଇଁ ପଡୁଛି ତ ଆଉ କିଏ ବରଫ ପାଣି ଭିତରେ ବୁଡି ଯାଉଛନ୍ତି। ସେହିପରି ଆଉ କିଏ ଦେହରେ ନିଆଁ ଲଗାଇ କରୁଛନ୍ତି ଷ୍ଟଣ୍ଟ। ଏଭଳି ଏକ ଦୁଃସାହାସିକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପୂରା ଦେହରେ ନିଆଁ ଲଗାଇ ଦେଲେ ବ୍ୟକ୍ତି। କେବଳ ସେତିକି ନୁହେଁ ଦେହରେ ନିଆଁ ଲଗାଇ ବିଲ୍ଡିଂ ଉପରୁ ଡେଇଁ ପଡିଲେ। ଏଭଳି କିଛି ଛାତିଥରା ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇ ଏକ ବିଲଡିଂରୁ ଡେଇଁପଡୁଛନ୍ତି। ଏହି ଭିଡିଓରେ ବ୍ୟକ୍ତି ଜଣକ ଦୁଇଟି ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି। ଷ୍ଟଣ୍ଟର ପ୍ରଥମ ଭାଗରେ ତାଙ୍କୁ ବିଲ୍ଡିଂ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଯେଉଁଠାରେ ତାଙ୍କର ଜଣେ ସାଥୀ ତାଙ୍କ ଦେହରେ ନିଆଁ ଲଗାଉଛନ୍ତି। ସାରା ଶରୀରରେ ନିଆଁ ଲାଗିଯିବା ପରେ ସେ ବିଲ୍ଡିଂ ଛାତ ଉପରୁ ଡେଇଁ ପଡୁଛନ୍ତି। ଛାତରୁ ଡେଇଁବା ପରେ ତଳେ ଥିବା ଏକ ଟିମ୍‌ ତାଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଉଛନ୍ତି।

ତେବେ ପ୍ରକୃତରେ ଏହି ବ୍ୟକ୍ତି ଜଣକ ଷ୍ଟଣ୍ଟ ନିଶାରେ ଏଭଳି କରିଛନ୍ତି। ସୋଶାଲ ମିଡିଆରେ ପପୁଲାର ହେବା ପାଇଁ ସେ ଏଭଳି ଉପାୟ ଆପଣାଇଛନ୍ତି। ସେପଟେ ବ୍ୟକ୍ତିଜଣକ ଏହି କାରନାମା ଦେଖି କିନ୍ତୁ ଦେଖଣାହାରୀଙ୍କ ଲୋମ ଟାଙ୍କୁରି ଉଠିଛି। ସୋଶାଲ ମିଡିଆରେ ଅନେକ ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କିଛି ତାଙ୍କୁ ସମାଲୋଚନା କରିଛନ୍ତି। ଜୀବନକୁ ବାଜି ଲଗାଇ ଏଭଳି ଭୟାନକ ଷ୍ଟଣ୍ଟ ନକରିବାକୁ ପରାମର୍ଶ ଦେଇଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe