Advertisment

ବିଲ୍‌ବୋର୍ଡରେ ବିଜ୍ଞାପନ ଦେଇ ପତ୍ନୀ ଖୋଜୁଛନ୍ତି ଯୁବକ

ଲଣ୍ଡନ: ଜଣେ ୨୯ ବର୍ଷୀୟ ଯୁବକ ବାହା ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ସହର ମଝିରେ ଥିବା ବିଲ୍‌ବୋର୍ଡରେ ବିଜ୍ଞାପନ ଦେଇ ଝିଅ ଖୋଜିବା ଆରମ୍ଭ କରିଛନ୍ତି। ବ୍ରିଟେନର ବର୍ହିଂହାମରେ ଏପରି ବିଜ୍ଞାପନ ଲାଗିଛି। ଏହି ବିଜ୍ଞାପନଟି ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମହମ୍ମଦ ମଲିକ ନାମକ ଏହି ଯୁବକ ଜଣଙ୍କ ବିଲ୍‌ବୋର୍ଡରେ ନିଜର ଗୋଟିଏ ଷ୍ଟାଇଲିଶ ଫଟୋ ଦେବା ସହ ତାଙ୍କ ପତ୍ନୀ ବନିବାକୁ ଚାହୁଁଥିବା ମହିଳାମାନେ ୱେବସାଇଟର କ୍ଲିକ କରିବାକୁ କହିଛନ୍ତି। ସେ […]

author-image
Hemant Lenka
ଅଦ୍ୟତନ ହୋଇଛି
ବିଲ୍‌ବୋର୍ଡରେ ବିଜ୍ଞାପନ ଦେଇ ପତ୍ନୀ ଖୋଜୁଛନ୍ତି ଯୁବକ

Billboard

ଲଣ୍ଡନ: ଜଣେ ୨୯ ବର୍ଷୀୟ ଯୁବକ ବାହା ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ସହର ମଝିରେ ଥିବା ବିଲ୍‌ବୋର୍ଡରେ ବିଜ୍ଞାପନ ଦେଇ ଝିଅ ଖୋଜିବା ଆରମ୍ଭ କରିଛନ୍ତି। ବ୍ରିଟେନର ବର୍ହିଂହାମରେ ଏପରି ବିଜ୍ଞାପନ ଲାଗିଛି। ଏହି ବିଜ୍ଞାପନଟି ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମହମ୍ମଦ ମଲିକ ନାମକ ଏହି ଯୁବକ ଜଣଙ୍କ ବିଲ୍‌ବୋର୍ଡରେ ନିଜର ଗୋଟିଏ ଷ୍ଟାଇଲିଶ ଫଟୋ ଦେବା ସହ ତାଙ୍କ ପତ୍ନୀ ବନିବାକୁ ଚାହୁଁଥିବା ମହିଳାମାନେ ୱେବସାଇଟର କ୍ଲିକ କରିବାକୁ କହିଛନ୍ତି। ସେ ଏଥିରେ ନିଜର ୱେବସାଇଟର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି।

Advertisment


ବିଜ୍ଞାପନରେ ମହମ୍ମଦ ମଲିକ ଗୋଟିଏ ବାଇଗଣି ରଙ୍ଗର ସ୍କ୍ରିନ ଉପରେ ଶୋଇଛନ୍ତି। ସେ ଏଥିରେ ଲେଖାଯାଇଥିବା ଗୋଟିଏ ଲାଇନ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି। ସେ ଅଙ୍ଗୁଳି ଦେଖାଇଥିବା ଲାଇନ୍‌ରେ ମୋତେ ଆରେଞ୍ଜ ମ୍ୟାରେଜରରୁ ରକ୍ଷା କର ବା Save me from an arranged marriage ଲେଖାଯାଇଛି।

Advertisment

ଏଥିସହ ଏହି ବିଲ୍‌ବୋର୍ଡ ବିଜ୍ଞାପନରେ findMALIKawife.com ୱେବସାଇଟରେ କ୍ଲିକ କରି ଯୋଗାଯୋଗ କରିବାକୁ କୁହାଯାଇଛି।


ମହମ୍ମଦ ମଲିକ ଟ୍ୱିଟ କରି କହିଛନ୍ତି, “ଯଦି ଭାବୁଛନ୍ତି ଆପଣ ମୋ ପାଇଁ ରହିଛନ୍ତି, ତା’ହେଲେ ମୋ ୱେବସାଇଟ findMALIKawife.comକୁ ଯାଆନ୍ତୁ ଓ ବାୟୋରେ କ୍ଲିକ କରନ୍ତୁ।” ୱେବସାଇଟରେ ମହମ୍ମଦ ଲେଖିଛନ୍ତି, “ମୋ ଭାବୀ ପତ୍ନୀ ଜଣେ ମୁସଲମାନ ମହିଳା ହୋଇଥିବା ଦରକାର। ମୁଁ କୌଣସି ଧର୍ମ କିମ୍ବା ଜାତିରେ ବିଶ୍ୱାସ କରେନି। କିନ୍ତୁ ମୋର ଗୋଟିଏ ବଡ଼ ପଞ୍ଜାବୀ ପରିବାର ରହିଛି।”

ଏହି ବିଲ୍‌ବୋର୍ଡ ସାମ୍ନାକୁ ଆସିବା ପରେ ଅନେକ ଲୋକ ମଜାଦାର ପ୍ରତିକ୍ରିୟା ପୋଷ୍ଟ କରିଛନ୍ତି।


ଏହି ବିଲ୍‌ବୋର୍ଡଟି ଜାନୁଆରୀ ୧୪ ଯାଏ ସେଠାରେ ରହିବ ବୋଲି ମହମ୍ମଦ ପ୍ରଶାସନ ସହ ଚୁକ୍ତି କରିଛନ୍ତି।