viral
କରୋନା ଭୂତାଣୁ ସଙ୍କଟ କାଳରେ ଲୋକେ ଖୁବ୍ ସତର୍କ ହୋଇ ଚଳୁଛନ୍ତି। ମାସ ମାସ ଧରି ଘର ଭିତରେ ବନ୍ଦ ହୋଇ ରହିବା ପରେ ଏବେ ଅନଲକ୍ ପର୍ଯ୍ୟାୟରେ ଘରୁ ବାହାରକୁ ବାହାରୁଛନ୍ତି। ଏବେ ଗାଇଡଲାଇନ୍ ମାନି କରୋନା ସହ ଆମକୁ ଜୀବନ ଜୀବିକା ଚଳାଇବାକୁ ହେବ। ଧୀରେ ଧୀରେ ଜୀବନଶୈଳୀ ସ୍ୱାଭାବିକ ପ୍ରକ୍ରିୟାକୁ ଫେରୁଥିବା ବେଳେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ। କରୋନା ସଂକ୍ରମଣଠାରୁ ନିଜକୁ ରକ୍ଷା କରିବାକୁ ହେବ। ଏଥିପାଇଁ ସମସ୍ତେ ଚିନ୍ତିତ।
ଏହି କ୍ରମରେ ଲୋକେ ସଂକ୍ରମିତ ନ ହେବାକୁ ଯଥା ସମ୍ଭବ ନିଜ ଚେଷ୍ଟା ଚଳାଇଛନ୍ତି। ଗତ କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ପ୍ରେସର କୁକର୍ ବାଷ୍ପରେ ପନିପରିବାକୁ ସାନିଟାଇଜ୍ କରୁଥିଲେ। ଏବେ ସେହିଭଳି ପୁଣି ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ଘରେ ଜୁଗାଡ୍ କରି ଷ୍ଟିମ୍ ନେଉଥିବା ଦେଖିବାକୁ ମିଳିଛି।
ଭିଡିଓଟିକୁ ଟ୍ୱିଟରରେ ବିନୀତ୍ ନାମକ ଜଣେ ବ୍ୟକ୍ତି ପ୍ରଥମେ ଶେୟାର କରିଥିଲେ। ଭିଡିଓରେ ଗ୍ୟାସ୍ ଉପରେ ଗୋଟିଏ ପ୍ରେସର କୁକର୍ ବସିଥିବା ଦେଖିବାକୁ ମିଳିଛି, ଯାହାର ସିଟି ସ୍ଥାନରେ ଆର୍.ଓ ପାଇପ୍ ଲାଗିଛି। ପାଇପ୍ ଅପରପାର୍ଶ୍ୱକୁ କୁକର୍ ହ୍ୟାଣ୍ଡେଲ ସହ କନେକ୍ଟ କରାଯାଇଛି, ଯେଉଁଥିରୁ ଲଗାତର ଷ୍ଟିମ୍ ବା ବାମ୍ଫ ନିର୍ଗତ ହେଉଛି ଏବଂ ବ୍ୟକ୍ତି ଜଣକ ଏହି ଷ୍ଟିମ୍ ନେଉଥିବା ଦେଖିବାକୁ ମିଳିଛି। ତାଙ୍କ ଅନୁସାରେ କରୋନା କାଳରେ ଏହି ଜୁଗାଡ୍ ସଂକ୍ରମଣରୁ ରକ୍ଷା ଦେଇପାରିବ। ତେବେ ଏହି ଷ୍ଟିମ୍ କରୋନା ଭୂତାଣୁକୁ କେତେ ମାତ୍ରାରେ ମାତ୍ ଦେବ ତାହା କହିବା କଷ୍ଟକର ହୋଇଥିଲେ ମଧ୍ୟ ସୋଶାଲ ମିଡିଆ ୟୁଜର୍ସଙ୍କୁ କିନ୍ତୁ ଏହା ଖୁବ୍ ପସନ୍ଦ ଆସିଛି।
ଭିଡିଓଟି ସେପ୍ଟେମ୍ବର 23ରେ ଶେୟାର କରାଯାଇଥିବା ବେଳେ ଏବେ ଏହା ଭାଇରାଲ ହେଉଛି। ଲୋକେ ଖୁବ୍ ଲାଇକ୍, କମେଣ୍ଟ ଦେବା ସହ ଶେୟାର ମଧ୍ୟ କରୁଛନ୍ତି। ଅନେକ ଏହାକୁ ମୁର୍ଖାମି କହୁଥିବା ବେଳେ ଜଣେ ୟୁଜର ଲେଖିଛନ୍ତି 'ବ୍ୟକ୍ତି ଜଣକୁ ନୋବେଲ ପୁରସ୍କାର ଦିଆଯାଉ।'
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/viral.jpg)