ଗର୍ଭବତୀ ପତ୍ନୀଙ୍କୁ ଛଡ଼ାଇନେଲା କରୋନା, ମଦର୍ସ ଡେ’ରେ ଶେଷ ଭିଡିଓ ଶେଆର୍ କଲେ ସ୍ୱାମୀ

ନୂଆଦିଲ୍ଲୀ: ମୋ ପତ୍ନୀ ଡାକ୍ତର ଥିଲେ, ସେ ନିଜର ପୂରା ଯତ୍ନ ନେଉଥିଲେ । ମାର୍କେଟ୍ ଯିବା ସମୟରେ ପିପିଇ କିଟ୍ ପିନ୍ଧି ପ୍ରସ୍ତୁତ ରହୁଥିଲେ, ଆଉ କହୁଥିଲେ ମୋତେ ସେଫ୍ଟୀ ରହିବାକୁ ପଡ଼ିବ । ତେଣିକି ଲୋକେ କ’ଣ ଭାବୁଛନ୍ତି, ତାହା ଫରକ ପଡ଼େ ନାହିଁ । ଏମିତି କିଛି ଦୁ ଃଖଭରା କହିଛନ୍ତି ରବିଶ ଚାୱଲା, ଯିଏ ନିକଟରେ ତାଙ୍କର ଗର୍ଭବତୀ ପତ୍ନୀଙ୍କୁ କରୋନାରେ ହରାଇଛନ୍ତି । ରବିଶ୍ ଚାୱଲା ଦିଲ୍ଲୀର ଆନନ୍ଦ ବିହାରରେ […]

deepika

Ranjit Kumar Jena
  • Published: Wednesday, 12 May 2021
  • , Updated: 13 May 2021, 12:02 AM IST

ନୂଆଦିଲ୍ଲୀ: ମୋ ପତ୍ନୀ ଡାକ୍ତର ଥିଲେ, ସେ ନିଜର ପୂରା ଯତ୍ନ ନେଉଥିଲେ । ମାର୍କେଟ୍ ଯିବା ସମୟରେ ପିପିଇ କିଟ୍ ପିନ୍ଧି ପ୍ରସ୍ତୁତ ରହୁଥିଲେ, ଆଉ କହୁଥିଲେ ମୋତେ ସେଫ୍ଟୀ ରହିବାକୁ ପଡ଼ିବ । ତେଣିକି ଲୋକେ କ’ଣ ଭାବୁଛନ୍ତି, ତାହା ଫରକ ପଡ଼େ ନାହିଁ । ଏମିତି କିଛି ଦୁ ଃଖଭରା କହିଛନ୍ତି ରବିଶ ଚାୱଲା, ଯିଏ ନିକଟରେ ତାଙ୍କର ଗର୍ଭବତୀ ପତ୍ନୀଙ୍କୁ କରୋନାରେ ହରାଇଛନ୍ତି ।

ରବିଶ୍ ଚାୱଲା ଦିଲ୍ଲୀର ଆନନ୍ଦ ବିହାରରେ ରୁହନ୍ତି । କିଛି ଦିନ ହେବ ସୋଶାଲ ମିଡିଆରେ ତାଙ୍କ ପତ୍ନୀଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓ ରବିଶ ନିଜ ଟ୍ୱିଟର୍ ଆକାଉଣ୍ଟରେ ଶେଆର୍ କରିଥିଲେ । ଭିିଡିଓରେ ତାଙ୍କ ପତ୍ନୀ ଦୀପିକା ନିଜେ କରୋନା ସଂକ୍ରମିତ ହୋଇଥିବା ସମ୍ବନ୍ଧରେ କହୁଛନ୍ତି । ସେ ନିଜ ଯନ୍ତ୍ରଣା ଶେଆର କରି ସମସ୍ତଙ୍କୁ ଅପିଲ୍ କରୁଛନ୍ତି ଯେ ଏହି ଭାଇରସକୁ କେହିବି ହାଲୁକା ଭାବେ ନିଅ ନାହିଁ ।

ରବିଶ୍ କହିଛନ୍ତି ଯେ ଦୀପିକା ଗର୍ଭବତୀ ଥିଲେ ଏବଂ ତାଙ୍କର ସପ୍ତମ ମାସ ଚାଲିଥିଲା । ଏପ୍ରିଲ୍ ୧୧ ତାରିଖରେ ଦୀପିକା ନିଜର ଆଣ୍ଟିଜେନ୍ ଟେଷ୍ଟ କରାଇଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାର ୧୫ ଦିନ ପରେ ରବିଶ୍ ନିଜ ପତ୍ନୀ ଦୀପିକାଙ୍କୁ ହରାଇଥିଲେ । ଦୀପିକା ଓ ତାଙ୍କ ପେଟରେ ବଢ଼ୁଥିବା ଶିଶୁଟିର ମୃତ୍ୟୁ ହୋଇଥିଲା ।

କରୋନା ପଜିଟିଭ୍ ଆସିବା ପରେ ଦୀପିକା ଘରେ ଆଇସୋଲେସନରେ ରହି ପ୍ରାରମ୍ଭିକ ଚିକିତ୍ସା କରାଉଥିଲେ । କିନ୍ତୁ ଏପ୍ରିଲ୍ ୨୫ ତାରିଖ ପୂର୍ବରୁ ତାଙ୍କର ଭର୍ଜାନାଇଲ୍ ବ୍ଲିଡିଂ ହୋଇଥିଲା । ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ହସ୍ପିଟାଲରେ ପ୍ରିମାଚ୍ୟୁୟର ଡେଲିଭରୀ ପୂର୍ବରୁ ହିଁ ଶିଶୁଟି ମା’ ପେଟରେ ଦୁନିଆକୁ ଛାଡ଼ି ଚାଲିଗଲା । ଅଲଟ୍ରାସାଉଣ୍ଡରେ ଏହା ଜଣାପଡ଼ିଲା । ଏହା ପରେ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା ଏବଂ ପରବର୍ତ୍ତୀ ଦିନ ଅର୍ଥାତ୍ ଏପ୍ରିଲ୍ ୨୬ ତାରିଖରେ ସେ ମଧ୍ୟ ଦୁନିଆକୁ ଛାଡ଼ି ଚାଲିଗଲେ ।

https://twitter.com/ravish_chawla/status/1391458239879938050?s=20

ଦୀପିକା ଓ ରବିଶଙ୍କ ବିବାହ ୨୦୧୫ରେ ହୋଇଥିଲା । ତାଙ୍କର ଏକ ସାଢ଼େ ତିନି ବର୍ଷର ପୁଅ ଅଛି, ଯାହାର ନାଁ ବିହାନ୍ । ଏବେ ରବିଶଙ୍କୁ ବିନା ମା’ରେ ନିଜ ଶିଶର ଯତ୍ନ ନେବାକୁ ପଡ଼ିବ । ରବିଶ କହିଛନ୍ତି, ସେ କୌଣସି ଭାବରେ ନିଜ ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ମେ’ ୯ ତାରିଖରେ ଅର୍ଥାତ୍ ମଦର୍ସ ଡେ’ ଦିନ ଅନେକ ସାରା ପୋଷ୍ଟ ଦେଖି ନିଜ ପତ୍ନୀଙ୍କର ସେସବୁ ଦୁଃଖ କଥା ମନେ ପଡ଼ିଗଲା । ଯାହା ପରେ ରବିଶ୍ ମେ’ ୯ ତାରିଖରେ ନିଜ ପତ୍ନୀଙ୍କର ସେହି ଭିଡିଓ ଶେଆର୍ କରିଥିଲେ, ଯେଉଁଥିରେ ନିଜ ସମ୍ପର୍କୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ।

Related story