Advertisment

ସୂତା ଖିଅରେ ବଞ୍ଚିଲା ଶିଶୁର ଜୀବନ, ସବୁ ସ୍ତବ୍ଧ; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସାମାନ୍ୟ ଅବହେଳା ଯୋଗୁ ସଡ଼କ ଦୁର୍ଘଟଣା ଘଟିଥାଏ। ସୋଶାଲ ମିଡିଆରେ ଏହାକୁ ନେଇ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ରାସ୍ତାରେ ଦୌଡ଼ୁଥିବା ଏକ ଶିଶୁର ଜୀବନ ବଞ୍ଚାଇଛନ୍ତି। ଟ୍ରକ୍ ଓ ଶିଶୁ ମଧ୍ୟରେ ଦୂରତାକୁ ନେଇ ଏକ ସମୟରେ ଲାଗିଲା ଯେପରି ଟ୍ରକଟି ଶିଶୁଟି ଉପରେ ମାଡ଼ିଯିବ। କିନ୍ତୁ ବ୍ୟକ୍ତି ଜଣକ ‘ସୁପର୍ ହିରୋ’ […]

ସୂତା ଖିଅରେ ବଞ୍ଚିଲା ଶିଶୁର ଜୀବନ, ସବୁ ସ୍ତବ୍ଧ; ଭିଡିଓ ଭାଇରାଲ୍

child

Advertisment

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ସାମାନ୍ୟ ଅବହେଳା ଯୋଗୁ ସଡ଼କ ଦୁର୍ଘଟଣା ଘଟିଥାଏ। ସୋଶାଲ ମିଡିଆରେ ଏହାକୁ ନେଇ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ସମସ୍ତଙ୍କ ହୋଶ ଉଡ଼ାଇ ଦେଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜ ଜୀବନକୁ ଖାତିର ନକରି ରାସ୍ତାରେ ଦୌଡ଼ୁଥିବା ଏକ ଶିଶୁର ଜୀବନ ବଞ୍ଚାଇଛନ୍ତି। ଟ୍ରକ୍ ଓ ଶିଶୁ ମଧ୍ୟରେ ଦୂରତାକୁ ନେଇ ଏକ ସମୟରେ ଲାଗିଲା ଯେପରି ଟ୍ରକଟି ଶିଶୁଟି ଉପରେ ମାଡ଼ିଯିବ। କିନ୍ତୁ ବ୍ୟକ୍ତି ଜଣକ ‘ସୁପର୍ ହିରୋ’ ଭଳି ଦୌଡ଼ି ଆସିଲେ ଏବଂ ଦ୍ରୁତ ଗତିରେ ଶିଶୁକୁ ନିଜ ଆଡ଼କୁ ଟାଣି ଆଣିଲେ। ଆଉ ଶିଶୁଟିର ଜୀବନ ସୂତା ଖିଅରେ ବଞ୍ଚିଗଲା।

Advertisment

ଏହି ଚକିତ କଲା ଭଳି ଭିଡିଓ ରେଡିଟ୍ ୟୁଜର୍ HumansBeingBros ଶେଆର୍ କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି ଜଣେ ବ୍ୟକ୍ତି ନିଜ ବୁଦ୍ଧି ଓ ଗତି ବଳରେ ଶିଶୁଟିର ଜୀବନ ବଞ୍ଚାଇଛନ୍ତି। ଏହି ଭିଡିଓ ସୋଶାଲ୍ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଶେଆର୍ କରାଯାଇଛି, ଯାହାକୁ ଦେଖି ଲୋକଙ୍କର ଲୋମ ଟାଙ୍କୁରି ଉଠିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଶିଶୁଟି ଦୌଡ଼ି ଦୌଡ଼ି ରାସ୍ତା ମଝିକୁ ଚାଲିଯାଉଛି। ଶିଶୁଟିକୁ ଟ୍ରକ୍ ଧକ୍କା ମାରିବା ପୂର୍ବରୁ ଜଣେ ବ୍ୟକ୍ତି ସୁପର୍ ହିରୋ ଭଳି ଦୌଡ଼ି ଦୌଡ଼ି ତାକୁ ଟେକି ଆଣିଥିଲେ। ବାସ୍ତବରେ ଏହି ଘଟଣା ଏତେ ଫଟାଫଟ୍ ଘଟିଥିଲା ଯେ, ଆଖପାଖ ଲୋକେ ଏହାକୁ ଦେଖି ସ୍ତବ୍ଧ ହୋଇପଡ଼ିଥିଲେ। ଏହି ଘଟଣାର ଭିଡିଓ କ୍ଲିପ୍ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଶିଶୁକୁ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରିବା ସହ ବେପରୁଆ ବାପା ଓ ମା'ଙ୍କୁ ଖୁବ୍ ସମାଲୋଚନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe