Advertisment

ବରଯାତ୍ରୀଙ୍କ ନିଆରା ଡ୍ୟାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଗୋଟିଏ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବରଯାତ୍ରୀରେ ସାମିଲ ହୋଇଥିବା ଜଣେ ବ୍ୟକ୍ତିଙ୍କ ନିଆରା ଡ୍ୟାନ୍ସ ଷ୍ଟାଇଲର ଦୃଶ୍ୟ ରହିଛି। ଏହି ଭିଡିଓକୁ ଆଇପିଏସ ଦୀପାଂଶୁ କାବ୍ରା ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓଟି ପୋଷ୍ଟ ହେବାରେ ପରେ ଏହାକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଆଇପିଏସ ଦୀପାଂଶୁ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ଟ୍ରେନିଂ ଶେଷ ହେବା ମାତ୍ରେ ହିଁ ଯବାନ ଜଣଙ୍କ […]

author-image
Hemant Lenka
ଅଦ୍ୟତନ ହୋଇଛି
ବରଯାତ୍ରୀଙ୍କ ନିଆରା ଡ୍ୟାନ୍ସ, ଭିଡିଓ ଭାଇରାଲ

Dance

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଗୋଟିଏ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବରଯାତ୍ରୀରେ ସାମିଲ ହୋଇଥିବା ଜଣେ ବ୍ୟକ୍ତିଙ୍କ ନିଆରା ଡ୍ୟାନ୍ସ ଷ୍ଟାଇଲର ଦୃଶ୍ୟ ରହିଛି। ଏହି ଭିଡିଓକୁ ଆଇପିଏସ ଦୀପାଂଶୁ କାବ୍ରା ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଭିଡିଓଟି ପୋଷ୍ଟ ହେବାରେ ପରେ ଏହାକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

Advertisment

ଆଇପିଏସ ଦୀପାଂଶୁ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ଟ୍ରେନିଂ ଶେଷ ହେବା ମାତ୍ରେ ହିଁ ଯବାନ ଜଣଙ୍କ ସାଙ୍ଗର ବାହାଘରରେ ପହଞ୍ଚି ଯାଇଛନ୍ତି!” ତେବେ ଭିଡିଓଟି କେଉଁ ସ୍ଥାନର ସେକଥା ସେ ଉଲ୍ଲେଖ କରିନାହାନ୍ତି।

୨୯ ସେକେଣ୍ଡର ଭିଡିଓରେ ଡ୍ରମ ବାଜୁଛି। ଏହି ସମୟରେ ଜଣେ ବ୍ୟକ୍ତି ପ୍ୟାରେଡ କରୁଛନ୍ତି। ସେ ବାଜାର ତାଳେତାଳେ ସାଲ୍ୟୁଟ ମାରିବା ସହ ବ୍ୟାୟାମ କରିବା ଭଳି ଡ୍ୟାନ୍ସ ମଧ୍ୟ କରୁଛନ୍ତି। ସେ ସାଇଡକୁ ଯିବା ପରେ ଜମ୍ପିଂ ଜ୍ୟାକ କରିଥିଲେ। ଏଥିସହ ବୋଲିଂ କରିବା ଭଳି ନିଜର ଗୋଟିଏ ହାତକୁ ମଧ୍ୟ ବୁଲାଇ ଥିଲେ।

Advertisment

ବାଜାର ତାଳେତାଳେ ବ୍ୟକ୍ତି ଜଣଙ୍କ ଏପରି କରୁଥିବା ଦୃଶ୍ୟକୁ ଇଣ୍ଟରନେଟ୍‌ ବ୍ୟବହାରକାରୀ ବେଶ ପସନ୍ଦ କରିଛନ୍ତି। ଏହାକୁ ଅନେକ ଲୋକ ଶେୟାର କରିବା ସହ ମଜାଦାର କମେଣ୍ଟ ସବୁ ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ଡ୍ୟାନ୍ସ କରୁଥିବା ବେଳେ ଅନ୍ୟମାନେ ମଧ୍ୟ ତାଙ୍କୁ ତାଳିମାରି ଉତ୍ସାହିତ କରିଥିଲେ।