Advertisment

ଫେସ୍‌ବୁକ୍‌ରେ ପ୍ରେମ, ଜୁମ୍ ଆପ୍‌ରେ ବିବାହ, ଭେଟିବା ପୂର୍ବରୁ ବିଚ୍ଛେଦ

ୱାଶିଂଟନ୍‌: ଫେସ୍‌ବୁକ୍‌ରେ ହୋଇଥିଲା ପ୍ରେମ। ପରେ ଭର୍ଚ୍ୟୁଆଲ ମୋଡରେ ପଡିଲା ହାତ ଗଣ୍ଠି। ଜୁମ୍‌ ଆପ୍‌ରେ ବିବାହ କଲେ ଦମ୍ପତି। ଆଉ ଏବେ ପରସ୍ପରକୁ ଭେଟିବା ପୂର୍ବରୁ ହେଲା ବିଚ୍ଛେଦ। ଅଧିକ ଦିନ ତିଷ୍ଟି ପାରିଲାନି ବିବାହ, ହୋଇଗଲା ଛାଡପତ୍ର। ଗତବର୍ଷ ଅଗଷ୍ଟ ୧୯ରେ ଜୁମ୍‌ ଆପ୍‌ରେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଦମ୍ପତି ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତବର୍ଷ ଉଭୟ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଚଳିତ ବର୍ଷ ନିଜ ଛାଡପତ୍ରକୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଫେସ୍‌ବୁକ୍‌ରେ ପ୍ରେମ, ଜୁମ୍ ଆପ୍‌ରେ ବିବାହ, ଭେଟିବା ପୂର୍ବରୁ ବିଚ୍ଛେଦ

married-on-zoom

ୱାଶିଂଟନ୍‌: ଫେସ୍‌ବୁକ୍‌ରେ ହୋଇଥିଲା ପ୍ରେମ। ପରେ ଭର୍ଚ୍ୟୁଆଲ ମୋଡରେ ପଡିଲା ହାତ ଗଣ୍ଠି। ଜୁମ୍‌ ଆପ୍‌ରେ ବିବାହ କଲେ ଦମ୍ପତି। ଆଉ ଏବେ ପରସ୍ପରକୁ ଭେଟିବା ପୂର୍ବରୁ ହେଲା ବିଚ୍ଛେଦ। ଅଧିକ ଦିନ ତିଷ୍ଟି ପାରିଲାନି ବିବାହ, ହୋଇଗଲା ଛାଡପତ୍ର।

Advertisment

ଗତବର୍ଷ ଅଗଷ୍ଟ ୧୯ରେ ଜୁମ୍‌ ଆପ୍‌ରେ ବିବାହ କରି ଚର୍ଚ୍ଚାକୁ ଆସିଥିବା ଦମ୍ପତି ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତବର୍ଷ ଉଭୟ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଚଳିତ ବର୍ଷ ନିଜ ଛାଡପତ୍ରକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି। ବ୍ରିଟେନ୍‌ରେ ରହୁଥିବା ମହିଳା ଆମେରିକାର ଜଣେ ବ୍ୟକ୍ତିଙ୍କ ସହ ଜୁମ୍‌ ଆପ୍‌ରେ ବିବାହ କରିଥିଲେ। ଉଭୟଙ୍କ ଦେଖାସାକ୍ଷାତ ଫେସ୍‌ବୁକ୍‌ରେ ହୋଇଥିଲା। ପରେ ଏହା ପ୍ରେମରେ ବଦଳି ଯାଇଥିଲା। ତେବେ ସବୁଠାରୁ ବଡ କଥା ହେଉଛି ବିବାହ କରିବା ପରେ ମଧ୍ୟ ଏହି ଦମ୍ପତି ପରସ୍ପରକୁ କେବେ ଭେଟିନଥିଲେ।

Pen pals who married over Zoom divorce after 3 months

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ, ବ୍ରିଟେନରେ ରହୁଥିବା ୨୬ ବର୍ଷୀୟ ଏସ୍‌ ରିଭେସ ଆମେରିକାର ୨୪ ବର୍ଷୀୟ ଡାରିନ୍‌ ମାର୍ଟିନ୍‌ଙ୍କୁ ଏବେ ଛାଡପତ୍ର ଦେଇଛନ୍ତି। ଉଭୟ ୱେବ୍‌କ୍ୟାମ୍‌ ଜରିଆରେ ଗତବର୍ଷ ବିବାହ କରିଥିଲେ।

Advertisment

ରିଭେସ୍‌ଙ୍କ କହିବା ମୁତାବକ, ତାଙ୍କୁ ତାଙ୍କ ସ୍ୱାମୀ ଡାରିନ୍‌ଙ୍କ ଉପରେ ଭରସା ନାହିଁ। ଲଙ୍ଗ ଡିଷ୍ଟାନ୍ସ ସ୍ୱାମୀଙ୍କ ଅନ୍ୟ କେଉଁଠି ଅଫେଆର ଚାଲିଥିବା ସେ ଅଭିଯୋଗ ଆଣିଛନ୍ତି। ସେପଟେ ଡାରିନ୍‌ ମଧ୍ୟ ରିଭେସଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି।

Un couple qui ne s'est jamais rencontré en personne se marie via Zoom

ପ୍ରଥମ ଲକ୍‌ଡାଉନ୍‌ରେ ରିଭେସ୍‌ ଓ ଡାରିନ୍‌ଙ୍କ ବନ୍ଧୁତ ହୋଇଥିଲା। କରୋନା ଭାଇରସ ଯୋଗୁ ଲାଗୁ ହୋଇଥିବା ଲକଡାଉନ୍‌ରେ ଉଭୟଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଇଥିଲା। ଏହାପରେ ନଭେମ୍ବର ୨୦୨୦ରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଏନେଇ ସେମାନେ ସର୍ବସମ୍ପୁଖରେ ଘୋଷଣା କରିଥିଲେ। ସେପଟେ ଭିଡିଓ କଲ୍‌ ଜରିଆରେ ଉଭୟ ଏକାଠି ମଧ୍ୟ ଶୋଉଥିଲେ।

ଗତ ବର୍ଷ ମେ'ରେ ଡାରିନ୍‌ 'ସ୍ପେଶାଲ ଡେଟ୍‌ ନାଇଟ୍‌'ର ପ୍ରସ୍ତାବ ରଖିଥିଲେ। ଏହାପରେ ସେ ରିଭେସ୍‌ଙ୍କୁ ପ୍ରପୋଜ କରିଥିଲେ। ଏହାର ଜବାବରେ ରିଭେସ ବାପାଙ୍କ ଅନୁମତି ପରେ ନିଷ୍ପତ୍ତି ଜଣାଇବି ବୋଲି କହିଥିଲେ। ପରେ ଉଭୟ ବିବାହ ପାଇଁ ରାଜି ହୋଇଯାଇଥିଲେ। ୨୦୨୧ ଅଗଷ୍ଟ ୧୯ରେ ଜୁମ୍‌ କଲ୍‌ ଜରିଆରେ ଉଭୟ ବିବାହ କରିଥିଲେ। ଏହାଥିଲା ଜୁମ୍‌ କଲ୍‌ ଜରିଆରେ ପ୍ରଥମ ବିବାହ, ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ମଧ୍ୟ ହୋଇଥିଲା। ଆଉ ଉଭୟଙ୍କ ଛାଡପତ୍ର ହୋଇଛି। ତେବେ କାହା ଜରିଆରେ ଦମ୍ପତି ଛାଡପତ୍ର ନେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।