Advertisment

ବେଡ଼ି ସାଜିନି ଦୃଷ୍ଟିହୀନତା, ବୁଲି ବୁଲି ଖବର କାଗଜ ବିକୁଛନ୍ତି ବୃଦ୍ଧ

ଇସଲାମାବାଦ: ବଞ୍ଚିବା ପାଇଁ ପରିଶ୍ରମ କରିବାକୁ ପଡେ। ହାଥ ଉପରେ ହାଥ ରଖି ବସିଲେ କିଛି ହୁଏନି। ଯେଉଁମାନେ ପରିଶ୍ରମ କରନ୍ତି ସେମନାଙ୍କ ପାଇଁ କର୍ମ ହିଁ ଧର୍ମ ହୋଇଥାଏ। ଏଭଳି ହିଁ ଜଣେ ବ୍ୟକ୍ତି ହେଉଛନ୍ତି ପାକିସ୍ତାନର ୭୦ ବର୍ଷୀୟ ମହୋମ୍ମଦ ଇସା। ଯିଏ ବଂଚବା ପାଇଁ କରି ଚାଲିଛନ୍ତି ଅବିରତ ସଂଘର୍ଷ। ଆଖିକୁ ଦେଖାଯାଉନଥିଲେ ମଧ୍ୟ ଲୋକଙ୍କ ଶବ୍ଦ ଶୁଣି ସେ ରାସ୍ତାରେ ବୁଲି ବୁଲି ବିକ୍ରି କରୁଛନ୍ତି ଖବର କାଗଜ। ଯାହାର ଭିଡିଓ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବେଡ଼ି ସାଜିନି ଦୃଷ୍ଟିହୀନତା, ବୁଲି ବୁଲି ଖବର କାଗଜ ବିକୁଛନ୍ତି ବୃଦ୍ଧ

Muhammad-Essa

ଇସଲାମାବାଦ: ବଞ୍ଚିବା ପାଇଁ ପରିଶ୍ରମ କରିବାକୁ ପଡେ। ହାଥ ଉପରେ ହାଥ ରଖି ବସିଲେ କିଛି ହୁଏନି। ଯେଉଁମାନେ ପରିଶ୍ରମ କରନ୍ତି ସେମନାଙ୍କ ପାଇଁ କର୍ମ ହିଁ ଧର୍ମ ହୋଇଥାଏ। ଏଭଳି ହିଁ ଜଣେ ବ୍ୟକ୍ତି ହେଉଛନ୍ତି ପାକିସ୍ତାନର ୭୦ ବର୍ଷୀୟ ମହୋମ୍ମଦ ଇସା। ଯିଏ ବଂଚବା ପାଇଁ କରି ଚାଲିଛନ୍ତି ଅବିରତ ସଂଘର୍ଷ। ଆଖିକୁ ଦେଖାଯାଉନଥିଲେ ମଧ୍ୟ ଲୋକଙ୍କ ଶବ୍ଦ ଶୁଣି ସେ ରାସ୍ତାରେ ବୁଲି ବୁଲି ବିକ୍ରି କରୁଛନ୍ତି ଖବର କାଗଜ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ବଲୁଚିସ୍ତାନର ମୁସ୍ତାଙ୍ଗା ସହରରେ ରହୁନ୍ତି ମହୋମ୍ମଦ ଇସା। ତାଙ୍କ ପରିଶ୍ରମରେ ବାଧ ଦେଉନି ଦୃଷ୍ଟିହୀନତା। ବଞ୍ଚିବା ପାଇଁ ବାର ଦୁଆର ବୁଲି ବୁଲି ଦୀର୍ଘ ୩୫ ବର୍ଷ ହେଲା ବିକ୍ରି କରୁଛନ୍ତି ଖବର କାଗଜ। ପରିବାର ପୋଷିବା ଏବଂ ପେଟକୁ ଦୁଇ ମୁଠା ଖାଇବାକୁ ଦେବାକୁ ପରିଣତ ବୟସରେ ମଧ୍ୟ କରୁଚାଲିଛନ୍ତି ସଂଘର୍ଷ। ଆଜି ବି ସିଏ ଦୁଇ କିଲୋମିଟର ଯାଏଁ ଚାଲି ଚାଲି ଖବର କାଗଜ ବିକ୍ରି କରୁଛନ୍ତି।

କରୋନା ଯୋଗୁଁ କାମ ନଥିଲା। ଦୋକାନ ବଜାର ବନ୍ଦ ଥିଲା। ଖବର କାଗଜ ମାର୍କେଟ ବି ଚାଲୁନଥିଲା। ଏହି ସମୟରେ ତାଙ୍କୁ ଅନେକ କଷ୍ଟ ଯନ୍ତ୍ରଣା ସହିବାକୁ ପଡିଥିଲା ବୋଲି ଇସା କୁହନ୍ତି। ଦିନ ଥିଲା ଗୋଟିଏ ଦିନରେ ୧୫୦୦ରୁ ଅଧିକ ଟଙ୍କା ରୋଜଗାର ହେଉଥିଲା। ହେଲେ ଆଜି କିନ୍ତୁ ମାତ୍ର ୨୦୦ ଟଙ୍କା ହେଉଛି। ଆଜି କାଲି ସବୁ ଲୋକଙ୍କ ପାଖରେ ମୋବାଇଲା ଆସିଗଲାଣି।  ଲୋକେ ମୋବାଇଲରେ ସବୁ କିଛି ଦେଖିପାରୁଛନ୍ତି। ତେଣୁ ଆଉ କେହି ବି ଖବର କାଗଜ କିଣୁ ନାହାନ୍ତି ବୋଲି ସେ କୁହନ୍ତି।

Advertisment

ପୂର୍ବରୁ ମହମ୍ମଦ ଇସା ଭିକ ମାଗି ଚଳୁଥିଲେ। କିନ୍ତୁ ପରେ ସାଙ୍ଗସାଥୀଙ୍କ ସହାୟତାରେ ସେ ଖବର କାଗଜ ବିକ୍ରି କରିବା ଆରମ୍ଭ କଲେ। ୧୯୮୫ରୁ ସେ ଖବର କାଗଜ ବିକ୍ରି କରୁଛନ୍ତି। ସେହି ସମୟରେ ପାକିସ୍ତାନରେ ଜିୟା ଉଲ ହକ ସରକାର ଥିଲା। ଯିଏ ଭିକ ମାଗୁଥିଲା ସେମାନଙ୍କୁ ପାକିସ୍ତାନ ସରକାର ବନ୍ଦି କରିଦେଉଥିଲେ। ଏହାକୁ ଡରି ମହମ୍ମଦ ଇସା ଭିକ ମାଗିବା ଛାଡି ଖବର କାଗଜ ବିକ୍ରି କରିବା ପାଇଁ ବାଛିଥିଲେ।

https://twitter.com/arabnewspk/status/1366645724369272836?s=20