ଫୁଟବଲ୍ ଷ୍ଟାଡିୟମରେ ବିଲେଇକୁ ବଞ୍ଚାଇ ଦେଲା ଜାତୀୟ ପତାକା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: କଥାରେ ଅଛି ବିଲେଇମାନଙ୍କର ୯ ଜୀବନ ରହିଛି। ଆଉ ବାସ୍ତବରେ ତାହା ପ୍ରମାଣିତ ହୋଇଛି। ନିଶ୍ଚିତ ମରଣ ମୁଖରୁ ବଞ୍ଚି ଯାଇଛି ଏକ ବିଲେଇ। ତା’ ପୁଣି ଆମେରିକା ପତାକା ପାଇଁ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଘଟଣା ଘଟିଛି ଆମେରିକାର ମିଆଁମିରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ। ଷ୍ଟାଡିୟମରେ ଏକ ଫୁଟବଲ୍ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍ ଚାଲିଥିବା ବେଳେ ଗ୍ୟାଲେରୀର ଏକ ବାଲକୋନୀରେ ଫସିଯାଇଥିବା ଏକ ବିଲେଇ। ବିଲେଇ ବାଲକୋନୀରୁ […]

cat1

Ranjit Kumar Jena
  • Published: Sunday, 12 September 2021
  • , Updated: 12 September 2021, 10:04 PM IST

ନୂଆଦିଲ୍ଲୀ: କଥାରେ ଅଛି ବିଲେଇମାନଙ୍କର ୯ ଜୀବନ ରହିଛି। ଆଉ ବାସ୍ତବରେ ତାହା ପ୍ରମାଣିତ ହୋଇଛି। ନିଶ୍ଚିତ ମରଣ ମୁଖରୁ ବଞ୍ଚି ଯାଇଛି ଏକ ବିଲେଇ। ତା’ ପୁଣି ଆମେରିକା ପତାକା ପାଇଁ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ଏମିତି ଘଟଣା ଘଟିଛି ଆମେରିକାର ମିଆଁମିରେ ଥିବା ହାର୍ଡ ରକ୍ ଷ୍ଟାଡିୟମରେ।

ଷ୍ଟାଡିୟମରେ ଏକ ଫୁଟବଲ୍ ମ୍ୟାଚ୍ ଚାଲିଥିଲା। ମ୍ୟାଚ୍ ଚାଲିଥିବା ବେଳେ ଗ୍ୟାଲେରୀର ଏକ ବାଲକୋନୀରେ ଫସିଯାଇଥିବା ଏକ ବିଲେଇ। ବିଲେଇ ବାଲକୋନୀରୁ ଖସି ପଡ଼ିବା ଏକ ପ୍ରକାର ନିଶ୍ଚିତ ଥିଲା। କିନ୍ତୁ ବିଲେଇକୁ ବଞ୍ଚାଇ ଦେଲା ଆମେରିକା ପତାକା। ଏହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

https://twitter.com/DannyWQAM/status/1436835559264202759?s=20

https://twitter.com/Yiannithemvp/status/1436836434833461248?s=20

ଭିଡିଓରେ ଦେଖିବାକୁ ମିଳିଛି ଯେ ଷ୍ଟାଡିୟମରେ ଖଚାଖଚ୍ ଭରି ରହିଛନ୍ତି ଦର୍ଶକ। ଏହାରି ଭିତରେ ଏକ ବିଲେଇଟି ବାଲକୋନୀରେ ଝୁଲି ପଡ଼ିଥିଲା। ବିଲେଇର ଗୋଡ଼ ଧୀରେ ଧୀରେ ଖସୁ ଥିବାର ଦେଖି ତଳେ ଛିଡ଼ା ହୋଇଥିବା ଦର୍ଶକ ହାତରେ ଆମେରିକା ପତାକା ଧରି ଦେଖାଇଥିଲେ। ବିଲେଇର ଗୋଡ଼ ଯେତେବେଳେ ଖସିଲା, ସେହି ସମୟରେ ତଳେ ଛିଡ଼ା ହୋଇଥିବା ଦର୍ଶକ ବିଲେଇକୁ ସେହି ପତାକାରେ ଧରି ପକାଇଥିଲେ। ଆଉ ସୌଭାଗ୍ୟବଶତଃ ବିଲେଇଟି ବଞ୍ଚି ଯାଇଛି। ଯଦି ବିଲେଇଟି ତଳେ ପଡ଼ିଥାନ୍ତା, ତାହେଲେ ସେ ଆଉ ବଞ୍ଚିପାରିନଥାନ୍ତା। ଏହାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏହି ଭିଡିଓକୁ ମଧ୍ୟ ଲକ୍ଷାଧିକ ଲୋକେ ଦେଖି ସାରିଲେଣି।

https://twitter.com/reakinhavoc/status/1436838632539758592?s=20

ଆମେରିକା ଟୁଡେ ରିପୋର୍ଟ ମୁତାବକ, ବିଲେଟିକୁ ଷ୍ଟାଡିୟମ ସୁରକ୍ଷା କର୍ମୀ ଧରି ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। ବିଲେଇର ଦେହରେ ମଧ୍ୟ କୌଣସି ଆଘାତ ଲାଗିନଥିବା ଜଣାପଡ଼ିଛି।

Related story