Advertisment

ଶତକ ମାରିଲେ ଅଶ୍ୱିନ୍, ଖୁସିରେ ଡେଇଁଲେ ସିରାଜ

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନିଜର ଦମଦାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କର ହୃଦୟ ଜିତିଛନ୍ତି। ତାମିଲନାଡୁର ଏହି ଖେଳାଳି ଚେପକରେ ସ୍ପିନରଙ୍କୁ ସୁହାଉଥିବା ପିଚରେ ନିଜର ପଞ୍ଚମ ଟେଷ୍ଟ ଶତକ ହାସଲ କରିଛନ୍ତି। ଅଶ୍ୱିନଙ୍କ ଏହି ଶତକୀୟ ଇନିଂସରେ ମହମ୍ମଦ ସିରାଜଙ୍କ ବହୁତ ବଡ଼ ଯୋଗଦାନ ରହିଛି। ମହମ୍ମଦ ସିରାଜ ଅଶ୍ୱିନଙ୍କ ସହ ଶେଷ ୱିକେଟ୍ ପାଇଁ ୪୯ ରନର ପାର୍ଟନରଶିପ୍ କରିଛନ୍ତି ଏବଂ କାରଣରୁ […]

ଶତକ ମାରିଲେ ଅଶ୍ୱିନ୍, ଖୁସିରେ ଡେଇଁଲେ ସିରାଜ

siraj

Advertisment

ଚେନ୍ନାଇ: ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନିଜର ଦମଦାର ବ୍ୟାଟିଂ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କର ହୃଦୟ ଜିତିଛନ୍ତି। ତାମିଲନାଡୁର ଏହି ଖେଳାଳି ଚେପକରେ ସ୍ପିନରଙ୍କୁ ସୁହାଉଥିବା ପିଚରେ ନିଜର ପଞ୍ଚମ ଟେଷ୍ଟ ଶତକ ହାସଲ କରିଛନ୍ତି। ଅଶ୍ୱିନଙ୍କ ଏହି ଶତକୀୟ ଇନିଂସରେ ମହମ୍ମଦ ସିରାଜଙ୍କ ବହୁତ ବଡ଼ ଯୋଗଦାନ ରହିଛି। ମହମ୍ମଦ ସିରାଜ ଅଶ୍ୱିନଙ୍କ ସହ ଶେଷ ୱିକେଟ୍ ପାଇଁ ୪୯ ରନର ପାର୍ଟନରଶିପ୍ କରିଛନ୍ତି ଏବଂ କାରଣରୁ ଅଶ୍ୱିନ୍ ନିଜର ଶତକ ପୂରଣ କରିବାରେ ସଫଳ ହୋଇଛନ୍ତି।

Advertisment

ଇଂଲଣ୍ଡ ବିପକ୍ଷ ଶତକ ମାରିବା ପରେ ଅଶ୍ୱିନ୍ ତ ଖୁସି ଥିଲେ, ତାଙ୍କଠାରୁ ଅଧିକ ଖୁସି ହୋଇଥିଲେ ସିରାଜ୍। କାରଣ ଅଶ୍ୱିନଙ୍କ ଶତକ ପରେ ସିରାଜ୍ ଯେଉଁଭଳି ଭାବେ ଖୁସି ମନାଇଲେ, ତାହା ସମସ୍ତଙ୍କ ମନ ଜିଣିନେଇଛି। ଅଶ୍ୱିନଙ୍କ ଶତକ ପାଇଁ ସିରାଜଙ୍କ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା, ଯାହା ପରେ ପ୍ରଶଂସକ ତାଙ୍କୁ ଏକ ସଚ୍ଚୋଟ୍ ଟିମ୍ ପ୍ଲେୟର୍ ବୋଲି କହିଛନ୍ତି।

https://twitter.com/BCCI/status/1361260111902072832?s=20

https://twitter.com/7shivamjaiswal/status/1361253375287853057?s=20

ଅଶ୍ୱିନ୍ ଯେତେବେଳେ ୯୯ ରନରେ ଅପରାଜିତ ଥିଲେ, ସେ ମୋଇନ୍ ଅଲୀଙ୍କ ବଲକୁ ଆଗକୁ ଚଢ଼ି ଶଟ୍ ଖେଳିଥିଲେ। ବଲ୍ ବ୍ୟାଟର ବାହ୍ୟ ଭାଗକୁ ଛୁଇଁ ସ୍ଲିପ୍ ଉପରେ ଚାଲିଯାଇଥିଲା ଏବଂ ଅଶ୍ୱିନଙ୍କୁ ୪ ରନ୍ ମିଳିଥିଲା। ଅଶ୍ୱିନ୍ ଏହି ଶଟ୍ ପରେ ସିରାଜଙ୍କ ମୁହଁରେ ହସି ଦେଖି ଲାଗିଲା ଯେପରି ସେ (ସିରାଜ) ଶତକ ମାରିଛନ୍ତି। ସିରାଜଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

Advertisment

ତେବେ ସିରାଜଙ୍କ ଏଭଳି ଖେଳ ଭାବନା ପ୍ରଥମ ନୁହେଁ। ଅଷ୍ଟ୍ରେଲିଆ ଗସ୍ତରେ ସିରାଜ ନିଜର ଖେଳଆଡ଼ ଆଚରଣ ଯୋଗୁ ସମସ୍ତଙ୍କ ହୃଦୟ ଜିତିଥିଲେ। ପ୍ରାକ୍ଟିସ୍ ମ୍ୟାଚ୍ ବେଳେ ଯଶପ୍ରୀତ ବୁମ୍ରା ଏକ ଶଟ୍ ଖେଳିଥିଲେ ଏବଂ ବଲ୍ ସିଧା କାମେରନ୍ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା। ଯାହା ପରେ ସିରାଜ୍ ରନ୍ ନେବା ବଦଳରେ ଗ୍ରୀନଙ୍କ ପାଖକୁ ଦୌଡ଼ିଥିଲେ। ଏହି ଘଟଣା ପରେ ସମସ୍ତେ ସିରାଜଙ୍କୁ ସଲାମ୍ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe