Advertisment

ମେଟ୍ରୋରେ ଯାତ୍ରୀଙ୍କ ସହ ଯାତ୍ରା କଲା ମାଙ୍କଡ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇସାଇଛି। ଦିଲ୍ଲୀ-ଏନସିଆରର ଲାଇଫଲାଇନ୍ ଅର୍ଥାତ୍ ମେଟ୍ରୋରେ ମଧ୍ୟ ଲୋକେ ଯାତାୟତ କରିବା ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ମେଟ୍ରୋ ଭିତରର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମେଟ୍ରୋ ଭିତରେ ଏକ ମାଙ୍କଡ ପଶି ଯାଇଛି ଏବଂ ସେ ଟ୍ରେନରେ ଯାତ୍ରୀଙ୍କ ସହ ଯାତ୍ରା କରୁଛି। ଶନିବାର ଅର୍ଥାତ୍ ଜୁନ୍ ୧୯ ତାରିଖରେ ଏଭଳି ଦୃଶ୍ୟ […]

ମେଟ୍ରୋରେ ଯାତ୍ରୀଙ୍କ ସହ ଯାତ୍ରା କଲା ମାଙ୍କଡ

monkey

Advertisment

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇସାଇଛି। ଦିଲ୍ଲୀ-ଏନସିଆରର ଲାଇଫଲାଇନ୍ ଅର୍ଥାତ୍ ମେଟ୍ରୋରେ ମଧ୍ୟ ଲୋକେ ଯାତାୟତ କରିବା ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ମେଟ୍ରୋ ଭିତରର ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମେଟ୍ରୋ ଭିତରେ ଏକ ମାଙ୍କଡ ପଶି ଯାଇଛି ଏବଂ ସେ ଟ୍ରେନରେ ଯାତ୍ରୀଙ୍କ ସହ ଯାତ୍ରା କରୁଛି।

Advertisment

ଶନିବାର ଅର୍ଥାତ୍ ଜୁନ୍ ୧୯ ତାରିଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପାଖାପାଖି ୪.୪୫ ମିନିଟରେ ମାଙ୍କଡକୁ ବ୍ଲୁ ଲାଇନରେ ଯମୁନା ବ୍ୟାଙ୍କ ଷ୍ଟେସନରୁ ଆଇପି ଷ୍ଟେସନରେ ଦେଖିବାକୁ ମିଳିଛି। ଡିଏମଆରସି ଅଧିକାରୀଙ୍କ ପର୍ଯ୍ୟନ୍ତ କଥା ନପହଞ୍ଚିବା ଯାଏ ମାଙ୍କଡଟି ଯାତ୍ରା ଜାରି ରଖିଥିଲା।

https://twitter.com/mukeshmukeshs/status/1406552973115756549?s=20

ତେବେ ଭଲ କଥା ହେଉଛି ମାଙ୍କଡଟି ମେଟ୍ରୋ ଭିତରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚାଇନି। ଭିଡିଓରେ ଦେଖିବାକୁ ମିଳିଛି ଯେ ମାଙ୍କଡ କିପରି ପ୍ରଥମେ ଏପଟ ସେପଟ ହେଉଛି ଏବଂ ପରେ ଯାତ୍ରୀଙ୍କ ପାଖରେ ବସି କିଛି ବାଟ ପର୍ଯ୍ୟନ୍ତ ଯାତ୍ରା କରୁଛି। କରୋନା ଭାଇରସ୍ ଯୋଗୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମେଟ୍ରୋ ଟ୍ରେନରେ ଭିଡ଼ ହେଉ ନାହିଁ, ଯେଉଁ କାରଣରୁ ସିଟ୍ ମିଳିବା ଆଦୌ କଷ୍ଟକର ନୁହେଁ। କିନ୍ତୁ ଏହା ପୂର୍ବରୁ ଲୋକଙ୍କୁ ସିଟ୍ ମିଳିବା କଷ୍ଟକର ହୋଇ ପଡ଼ୁଥିଲା। ଏବେ ଏହି ମାଙ୍କଡ ମଧ୍ୟ ବିନା ଗହଳିରେ ମେଟ୍ରୋରେ ଯାତ୍ରା କରିଛି।

Advertisment

ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ମାଙ୍କଡଟି ଏପଟ ସେପଟ ବୁଲିବା ପରେ ଶେଷରେ ଜଣେ ବ୍ୟକ୍ତିଙ୍କ ପାଖରେ ଯାଇ ବସୁଛି। ମାଙ୍କଡକୁ ଦେଖି ମଧ୍ୟ ମେଟ୍ରୋରେ ଉପସ୍ଥିତ କୌଣସି ବ୍ୟକ୍ତି ଭୟଭୀତ ହୋଇନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe