Advertisment

ଝରଣାରେ ଗାଧଉଥିଲେ ମା'-ଝିଅ, ହଠାତ୍‌ ମାଡ଼ି ଆସିଲା ଭୟଙ୍କର ବନ୍ୟା

ଚେନ୍ନାଇ: ଝରଣାର ମଜା ନେଉଥିଲେ ମା’ ଓ କୁନି ଝିଅ। ଦୁହେଁ ମିଶି ଗାଧଉଥିଲେ। ସୁନ୍ଦର ପ୍ରକୃତିକୁ ମନଭରି ଉପଭୋଗ ମଧ୍ୟ କରୁଥିଲେ। ହେଲେ ହଠାତ୍‌ ଦେଖୁଦେଖୁ ଝରଣା ନେଇଥିଲା ଭୟଙ୍କର ରୂପ। ପ୍ରବଳ ବେଗରେ ମାଡିଆଥିସିଲା ବନ୍ୟା। ହେଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମା’-ଝିଅ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ସାଲେମ ଜିଲ୍ଲାରେ। ଅନାଇଭରି ୱାଟରଫଲରୁ ଆସିଛି ଏକ ଛତି ଥରା ଦୃଶ୍ୟ। ଏଠାରେ ଜଣେ ମହିଳା ନିଜ କୁନି […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଝରଣାରେ ଗାଧଉଥିଲେ ମା'-ଝିଅ, ହଠାତ୍‌ ମାଡ଼ି ଆସିଲା ଭୟଙ୍କର ବନ୍ୟା

Raging Waterfall

ଚେନ୍ନାଇ: ଝରଣାର ମଜା ନେଉଥିଲେ ମା' ଓ କୁନି ଝିଅ। ଦୁହେଁ ମିଶି ଗାଧଉଥିଲେ। ସୁନ୍ଦର ପ୍ରକୃତିକୁ ମନଭରି ଉପଭୋଗ ମଧ୍ୟ କରୁଥିଲେ। ହେଲେ ହଠାତ୍‌ ଦେଖୁଦେଖୁ ଝରଣା ନେଇଥିଲା ଭୟଙ୍କର ରୂପ। ପ୍ରବଳ ବେଗରେ ମାଡିଆଥିସିଲା ବନ୍ୟା। ହେଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମା'-ଝିଅ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ସାଲେମ ଜିଲ୍ଲାରେ।

Advertisment

ଅନାଇଭରି ୱାଟରଫଲରୁ ଆସିଛି ଏକ ଛତି ଥରା ଦୃଶ୍ୟ। ଏଠାରେ ଜଣେ ମହିଳା ନିଜ କୁନି ଝିଅ ସହ ଝରଣାରେ ଗାଧଉଥିଲେ। ଆଖପାଖରେ ଅନକେ ପର୍ଯ୍ୟଟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ହଠାତ୍‌ ଝରଣାର ଜଳସ୍ତର ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା।

ଦେଖୁଦେଖୁ ଭୟଙ୍କର ରୂପ ନେଇ ମାଡି ଆସିଥିଲା ବନ୍ୟା। ତେବେ ନିଜ ଛୁଆକୁ ରକ୍ଷା କରି ମହିଳା ଜଣକ ପଥର ସହାୟତାରେ ଅଟକି ରହିଥିଲେ। ପରେ ସେଠାରେ ଉପସ୍ଥିତ ଥିବା କିଛି ବନବିଭାଗ କର୍ମଚାରୀ ଦଉଡି ସହାୟତାରେ ଜୀବନକୁ ବାଜି ଲଗାଇ ଉଭୟ ମା'-ଝିଅଙ୍କୁ ଉଦ୍ଧାର କରିଥିଲେ। ଏହି ସମସ୍ତ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଏହି ଭିଡିଓଟିକୁ ସୋଶାଲ ମିଡିଆରେ ଆଇଏଏସ୍‌ ଅଭନିଶ ଶରଣ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ସୁପରହିରୋଜ, ହ୍ୟୁଜ ରେସ୍ପେକ୍ଟ। ଭିଡିଓଟି ଭାଇରାଲ ହେବା ପରେ ଅଧିକାରୀମାନେ କିଛି ସମୟ ପାଇଁ ଜଳପ୍ରପାତ ନିକଟକୁ ଯିବା ଆସିବାରେ ରୋକ ଲଗାଇ ଦେଇଥିଲେ।

ସୂଚନାନୁସାରେ, କଲଭାରାୟଣ ପାହାଡ ନିକଟରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଅନାଇଭରି ଜଳପ୍ରପାତର ଜଳ ସ୍ତର ଦ୍ରୁତ ଗତିରେ ବଢ଼ିଯାଇଥିଲା। ଏସବୁ ଏତେ ଶୀଘ୍ର ଘଟିଥିଲା ଯେ ସେଠାରେ ଉପସ୍ଥିତ ପର୍ଯ୍ୟଟକମାନେ ବାହାରକୁ ଯିବା ପାଇଁ ସୁଯୋଗ ପାଇନଥିଲେ।

ଅନାଇଭରି ଜଳପ୍ରପାତ ହେଉଛି ସାଲେମ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାଳ। ଯେଉଁଠାକୁ ବୁଲିବା ପାଇଁ ଅନେକ ପର୍ଯ୍ୟଟକ ଆସନ୍ତି। ଗତ ସପ୍ତାହ ଶେଷରେ ମଧ୍ୟ ବହୁ ସଂଖ୍ୟକ ଲୋକ ଏଠାକୁ ଆସିଥିଲେ।

https://twitter.com/AwanishSharan/status/1452938638673657860?s=20

Viral Video