/odisha-reporter/media/post_attachments/uploads/2021/02/mother.jpg)
mother
ଶିଶୁଟି ଜନ୍ମ ହେବା ପରେ ସର୍ବପ୍ରଥମେ ମା' କୋଳକୁ ଯାଇଥାଏ। କିନ୍ତୁ ଆଜି ଆମେ ଏମିତି ଏକ ଘଟଣା କହିବୁ, ଯାହାକୁ ଶୁଣିଲେ ହୁଏତ ଜଣଙ୍କ ଆଖିରୁ ଲୁହ ଆସିଯିବ। କେଲସୀ ଟାଉନସେଣ୍ଡ ନାମକ ଜଣେ ମହିଳା ନିଜର ନବଜାତ ଶିଶୁକୁ ପାଖାପାଖି ତିନିମାସ ପରେ ଦେଖିଲା। ଶୁଣିବାକୁ ସାମାନ୍ୟ ଅଜବ ଲାଗୁଥିଲେ ହେଁ ଏହା ସତ।
ଆମେରିକାରେ ରହୁଥିବା କେଲସୀ ନଭେମ୍ବର ୪, ୨୦୨୦ରେ ନବଜାତ ଶିଶୁକୁ ଜନ୍ମ ଦେଲେ। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ଥିଲେ ଏବଂ ଡେଲିଭରୀ ପରେ ତୁରନ୍ତ କୋମାକୁ ଚାଲିଯାଇଥିଲା। ଯାହା ପରେ ମହିଳା ଜଣକ ପ୍ରାୟ ୭୫ ଦିନ ପର୍ଯ୍ୟନ୍ତ କୋମାରେ ରହିଥିଲେ। ତେବେ ଜାନୁଆରୀ ୨୭, ୨୦୨୧ରେ କେଲସୀଙ୍କୁ ହୋଶ୍ ଯେତେବେଳେ ଆସିଲା, ସେ ନିଜ କୁନି ଶିଶୁକୁ କୋଳେଇ ନେଇଥିଲେ। ଅର୍ଥାତ୍ ୭୫ ଦିନ ପରେ ମା' ତା'ର ନବଜାତ ଶିଶକୁ ଭେଟିଛି।
https://twitter.com/Nonco11087178/status/1356803609891991552?s=20
ଏ ନେଇ କେଲସୀ କହିଛନ୍ତି, ଆମେ ଦୁହେଁ ପରସ୍ପରକୁ ସାକ୍ଷାତ କରିବା ପରେ ଖୁବ୍ ଭାବବିହ୍ୱଳ ହୋଇଯାଇଥିଲୁ। ସେ ମୋତେ ଦେଖି ସ୍ମାଇଲ୍ ଦେଲା ଏବଂ ଏପରି ଦେଖିଲା ଯେମିତି ମୋତେ ଭଲଭାବେ ଜାଣିଛି। ଏହା ଦେଖି ମୁଁ ବହୁତ ଖୁସି ହେଲି। ତେବେ ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, କୋଭିଡ୍ ସମୟରେ କେଲସୀ ଏକ ଶିଶୁକୁ ଜନ୍ମ ଦେଲେ ଏବଂ ଶିଶୁଟି ସୁସ୍ଥ ମଧ୍ୟ ଅଛି, ଯାହା ବହୁତ ବିରଳ।
/odisha-reporter/media/post_attachments/viral-adda/wp-content/uploads/2021/02/woman-meets-her-newborn-three-months.jpg)
ସେହିପରି କେଲସୀଙ୍କ ପତି ଡେରେକ୍ ଟାଉନସେଣ୍ଡ କହିଛନ୍ତି, ଏହି ୭୫ ଦିନ ଭିତରେ ଡାକ୍ତର ଆମକୁ କହିଥିଲେ ଯେ କେଲସୀଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି। ବେଳେବେଳେ ଭାବେ କେଲସୀଙ୍କୁ ହୁଏତ ମୁଁ ହରାଇଦେବି। କିନ୍ତୁ ପୁଣିଥରେ କେଲସୀଙ୍କୁ ପାଇ ମୁଁ ବହୁତ ଖୁସି।
/odisha-reporter/media/post_attachments/viral-adda/wp-content/uploads/2021/02/Mothe-meets-her-newborn-three-months.jpg)
ଡେରେକ କେଲସୀଙ୍କୁ କହିଛନ୍ତି, ଯେବେଠାରୁ ସେ କୋମାକୁ ଯାଇଛନ୍ତି, ସେବେଠାରୁ ତାଙ୍କର ନବଜାତ ଶିଶୁ ଲୁସି ନିଜର ବେକକୁ ବୁଲାଉଥାଏ। ଲାଗୁଥିଲା ଯେପରି ସେ ତା' ମା'କୁ ଖୋଜୁଛି। କେଲସୀ ଓ ତାଙ୍କ ପତି କରୋନାରେ ଆକ୍ରାନ୍ତ ଥିଲେ। ପତି ଡେରେକ୍ କରୋନାରୁ ସୁସ୍ଥ ହୋଇଗଲେ। କିନ୍ତୁ କେଲସୀ ଦୀର୍ଘ ଦିନ ପରେ ସୁସ୍ଥ ହୋଇ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
