Advertisment

ଚାପି ଦେଇଥାନ୍ତା ଟ୍ରକ୍, ସୂତା ଖିଅରେ ଯମକୁ ଚକ୍‌ମା ଦେଲେ ବାଇକର୍

ନୂଆଦିଲ୍ଲୀ: କଥାରେ ଅଛି ଯଦି ଭଗବାନ ଓ ଭାଗ୍ୟ ସାଥୀରେ ଥିବ, ତାହେଲେ କେହି ବି ଆପଣଙ୍କର କିଛି ବି କରିପାରିବନି। ମାଲେସିୟାରେ ଏମିତି ଏକ ଲୋମ ଟାଙ୍କୁରା ଭିଡିଓ ଆସିଛି, ଯାହାକୁ ଦେଖିଲେ ଆଖି ଜଳକା ହୋଇ ରହିଯିବ। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବାଇକର୍ ଟ୍ରକ୍ ଚକା ତଳେ ଚାପି ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଉ ଯୁବକ ଜଣକ ଯେଉଁ ଢଙ୍ଗରେ ନିଜକୁ ମରଣ ମୁହଁରେ ବଞ୍ଚାଇଲେ, ତାହା କୌଣସି ଫିଲ୍ମ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଚାପି ଦେଇଥାନ୍ତା ଟ୍ରକ୍, ସୂତା ଖିଅରେ ଯମକୁ ଚକ୍‌ମା ଦେଲେ ବାଇକର୍

accident

ନୂଆଦିଲ୍ଲୀ: କଥାରେ ଅଛି ଯଦି ଭଗବାନ ଓ ଭାଗ୍ୟ ସାଥୀରେ ଥିବ, ତାହେଲେ କେହି ବି ଆପଣଙ୍କର କିଛି ବି କରିପାରିବନି। ମାଲେସିୟାରେ ଏମିତି ଏକ ଲୋମ ଟାଙ୍କୁରା ଭିଡିଓ ଆସିଛି, ଯାହାକୁ ଦେଖିଲେ ଆଖି ଜଳକା ହୋଇ ରହିଯିବ। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବାଇକର୍ ଟ୍ରକ୍ ଚକା ତଳେ ଚାପି ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଉ ଯୁବକ ଜଣକ ଯେଉଁ ଢଙ୍ଗରେ ନିଜକୁ ମରଣ ମୁହଁରେ ବଞ୍ଚାଇଲେ, ତାହା କୌଣସି ଫିଲ୍ମ ଦୃଶ୍ୟ ଠାରୁ କମ୍ ନଥିଲା। ସୋଶାଲ ମିଡିଆରେ ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଏହି ଭିଡିଓଟି ଶୁଟ୍ କରିଥିବା ବ୍ୟକ୍ତି ଜଣକ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ୨୧ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଯେତେବେଳେ ଏହି ଘଟଣା ଘଟିଛି, ସେତେବେଳେ ଝିପଝିପ ବର୍ଷା ହେଉଥିଲା। ଏହି ସମୟରେ ଜଣେ ବାଇକର ଯାଉଥିଲା, ହଠାତ୍ ତାଙ୍କ ଗାଡ଼ି ଓଦା ରାସ୍ତାରେ ସ୍ଲିପ୍ କରିଯାଉଛି। ସେ କୌଣସି ନା କୌଣସି ପ୍ରକାରରେ କାର୍ ଦୁର୍ଘଟଣାରୁ ତ ବଞ୍ଚିଗଲା।

https://twitter.com/TheSiasatDaily/status/1486312652876189696?s=20

ତଳେ ପଡ଼ିବା ପରେ ତୁରନ୍ତ ଛିଡ଼ା ହୋଇ ପଡ଼ନ୍ତି। ଆଉ ଏହି ସମୟରେ ଲାଗୁଥିଲା ଯେପରି ଯୁବକ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କାରୁ ନିଜକୁ ବଞ୍ଚାଇ ପାରିବେ ନାହିଁ। କିନ୍ତୁ ଭାଗ୍ୟ ଯୁବକଙ୍କୁ ସାଥ୍ ଦେଇଥିଲା। ଯୁବକ ଜଣକ ଉଠି ଦ୍ରୁତ ବେଗରେ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଦୌଡ଼ିବାରେ ଲାଗିଲା। ଆଉ ଅଳ୍ପକେ ଟ୍ରକ ଧକ୍କାରୁ ବର୍ତ୍ତିଯାଇଥିଲା। ଯୁବକକୁ ଅତିକ୍ରମ କରିବା ପରେ ଟ୍ରକ ଡ୍ରାଇଭର୍ ବ୍ରେକ୍ ମାରିଥିଲା।

Advertisment

ଏହି ଘଟଣାଟି ଜାନୁଆରୀ ୨୪ ତାରିଖରେ ଘଟିଥିବା କୁହାଯାଉଛି। ଏଥିରେ କେହିଦି ଆହତ ହୋଇନାହାନ୍ତି। ଘଟଣାର ଭିଡିଓ ଫେସବୁକର ହିରାଲ୍ ବ୍ଲଗ୍ ନାମକ ଏକ ପେଜରେ ଶେଆର୍ କରାଯାଇଛି, ଯାହାକୁ ଶେଷ ଖବର ଲେଖା ହେଲା ବେଳକୁ ୯୮ହଜାରରୁ ଅଧିକ ଲୋକେ ଦେଖିସାରିଛନ୍ତି। ଭିଡିଓକୁ ୧୬୦୦ରୁ ଅଧିକ ଲାଇକ୍ସ ଓ ଶତାଧିକ କମେଣ୍ଟ ମଧ୍ୟ ମିଳିଛି।