Advertisment

ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଲେ

ନୂଆଦିଲ୍ଲୀ: ସୁନ୍ଦରୀ ପ୍ରତିଯୋଗିତା ବେଳେ ସାମ୍ନାକୁ ଆସିଛି ଅସୁନ୍ଦର ଦୃଶ୍ୟ। ମଞ୍ଚ ଉପରେ ଲଢ଼େଇ। ସର୍ବ ସମ୍ମୁଖରେ ବିଜେତାଙ୍କ ହେଲା ଅପମନ। ମୁଣ୍ଡରୁ ଛଡାଇ ନେଲେ ମୁକୁଟ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମିସେଜ୍‌ ଶ୍ରୀଲଙ୍କା-୨୦୨୧ ପ୍ରତିଯୋଗିତାରେ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ, ରବିବାର ପୁଷ୍ପିକା ଡି’ସିଲ୍ୱାଙ୍କୁ ମିସେଜ ଶ୍ରୀଲଙ୍କା-୨୦୨୧ ଚୟନ କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ତାଙ୍କ ମୁଣ୍ଡରେ ମୁକୁଟ ମଧ୍ୟ ପିନ୍ଧାଗଲା। କିନ୍ତୁ ହଠାତ୍‌ […]

ଅଦ୍ୟତନ ହୋଇଛି
ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଲେ

snatches Sri Lankan pageant winner’s crown

Advertisment

ନୂଆଦିଲ୍ଲୀ: ସୁନ୍ଦରୀ ପ୍ରତିଯୋଗିତା ବେଳେ ସାମ୍ନାକୁ ଆସିଛି ଅସୁନ୍ଦର ଦୃଶ୍ୟ। ମଞ୍ଚ ଉପରେ ଲଢ଼େଇ। ସର୍ବ ସମ୍ମୁଖରେ ବିଜେତାଙ୍କ ହେଲା ଅପମନ। ମୁଣ୍ଡରୁ ଛଡାଇ ନେଲେ ମୁକୁଟ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମିସେଜ୍‌ ଶ୍ରୀଲଙ୍କା-୨୦୨୧ ପ୍ରତିଯୋଗିତାରେ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନାଯୋଗ୍ୟ ଯେ, ରବିବାର ପୁଷ୍ପିକା ଡି'ସିଲ୍ୱାଙ୍କୁ ମିସେଜ ଶ୍ରୀଲଙ୍କା-୨୦୨୧ ଚୟନ କରାଯାଇଥିଲା। ଏହାପରେ ବିଧିବଦ୍ଧ ଭାବେ ତାଙ୍କ ମୁଣ୍ଡରେ ମୁକୁଟ ମଧ୍ୟ ପିନ୍ଧାଗଲା। କିନ୍ତୁ ହଠାତ୍‌ ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ୨୦୧୯ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ବିଜେତା କାରୋଲିନ୍‌ ଜୁରି ଏହାକୁ ବିରୋଧ କରିଥିଲେ। ପୁଷ୍ପିକା ଡି'ସିଲ୍ୱା `ମିସେଜ୍‌ ଶ୍ରୀଲଙ୍କା' ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ସେ ଘୋଷଣା କରିଥିଲେ। ଏହାପରେ ମିସେଜ ଶ୍ରୀଲଙ୍କା-୨୦୨୧ ବିଜେତା ପୁଷ୍ପିକାଙ୍କ ପାଖକୁ ଯାଇ ସେ ତାଙ୍କ ମୁଣ୍ଡରୁ ମୁକୁଟ ଛଡାଇ ଆଣିଥିଲେ। ତାଙ୍କ ମୁଣ୍ଡରୁ ମୁକୁଟ ଛଡାଇ ଆଣି ଶୋ'ର ରନ୍‌ର ଅପ୍‌ ଘୋଷିତ ହୋଇଥିବା ସୁନ୍ଦରୀଙ୍କୁ ସେ ମୁକୁଟ ପିନ୍ଧାଇ ଦେଇଥିଲେ। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କାରୋଲିନ୍‌ ଜୁରି ମୁକୁଟ ଛଡାଇ ପରେ କହିଛନ୍ତି, ଡି'ସିଲ୍ୱା ମିସେଜ୍‌ ଶ୍ରୀଲଙ୍କା ହେବା ପାଇଁ ହକଦାର ନୁହନ୍ତି। କାରଣ ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ଛାଡପତ୍ର ହୋଇସାରିଛି। ନିୟମ ଅନୁଯାୟୀ ପୂର୍ବରୁ ବିବାହିତ ଏବଂ ଛାଡପତ୍ର ହୋଇସାରିଥିବା ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ। ଏଥିପାଇଁ ସେ ତାଙ୍କ ମୁଣ୍ଡରୁ ମୁକୁଟା କାଢ଼ି ଆଣିଥିଲେ ବୋଲି କହିଛନ୍ତି।

Advertisment

ସେପଟେ ମଞ୍ଚ ଉପରେ ସର୍ବସାଧାରଣେ ସୁନ୍ଦରୀ ପ୍ରତିଯୋଗିତାର ବିଜେତା ଘୋଷିତ ହୋଇଥିବା ଡି'ସିଲ୍ୱାଙ୍କ ଅପମାନ ପରେ ସେ ଦୁଃଖିତ ହୋଇପଡିଛନ୍ତି।  ମୁକୁଟ ଛଡାଇବା ସମୟରେ ମୁଣ୍ଡରେ ଆଘାତ ଲାଗିବା ଯୋଗୁଁ `ମିଜେସ୍‌ ଶ୍ରୀଲଙ୍କା'ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

`ମିଜେସ୍‌ ଶ୍ରୀଲଙ୍କା'ଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ତାଙ୍କର ଛାଡପତ୍ର ହୋଇନାହିଁ। ସେ କେବଳ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି। ସର୍ବସାଧାରଣରେ ଯେଉଁମାନେ  ତାଙ୍କର ଏଭଳି ଅପମାନ କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ମିସେଜ୍‌ ଶ୍ରୀଲଙ୍କା-୨୦୨୧ ପ୍ରତିଯୋଗିତାର ଆୟୋଜକ ପୁଷ୍ପିକା ଡି'ସିଲ୍ୱାଙ୍କୁ କ୍ଷମା ମାଗିଛନ୍ତି। ତାଙ୍କୁ ତାଙ୍କ ମୁକୁଟ ପୁଣିଥରେ ସମ୍ମାନର ସହ ଫେରାଇ ଦିଆଯିବ ବୋଲି ସେ କହିଛନ୍ତି।

https://twitter.com/Hak2861/status/1379429045251702787?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1379429045251702787%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.abplive.com%2Fnews%2Fwatch-crown-of-beauty-pageant-winner-snatched-from-head-over-divorce-claim-video-goes-viral-1850642

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe