ଧୋନିଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଝିଅ, ହେଲେ ଶୁଣିଲେନି

ନୂଆଦିଲ୍ଲୀ: ବାପା ଧୋନିଙ୍କ ପାଇଁ ଠାକୁରଙ୍କୁ ଡାକିଲେ ଝିଅ ଜିଭା। ହାତ ଯୋଡି କଲେ ପ୍ରାର୍ଥନା। ମାହି ଏବଂ ତାଙ୍କ ଟିମ୍‌କୁ ଜିତାଇବା ପାଇଁ ପ୍ରାର୍ଥନା କରିଥିଲେ ଜିଭା। ହେଲେ କିଛି ଲାଭ ହେଲା ନାହିଁ। କୁନି ଝିଅର ପ୍ରାର୍ଥନା ଶୁଣିଲେନି ଠାକୁର। ଶେଷରେ ଧୋନିଙ୍କ ଟିମ୍‌ ହାରିଗଲା। ହେଲେ ବାପାଙ୍କ ପାଇଁ ପ୍ରାର୍ଥନା କାରିବା ବେଳେ ଜିଭାଙ୍କ ଫଟୋ କିନ୍ତୁ ସମସ୍ତଙ୍କ ମନ ଜିତି ନେଲା।

ଗତକାଲି ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟେଲ୍ଡ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମୁହାମୁହିଁ ହୋଇଥିଲେ। ଅତ୍ୟନ୍ତ ରୋମାଞ୍ଚକର ଥିଲା ଏହି ମ୍ୟାଚ୍‌। ତେବେ ଚେନ୍ନାଇ ସୁପର କିଙ୍ଗସ୍‌ର ବିଜୟ ପାଇଁ କରାଯାଇଥିଲା ପ୍ରାର୍ଥନା। ଏହି ମ୍ୟାଚ୍‌ ବେଳେ ସିଏସ୍‌କେର କୁଲ କ୍ୟାପଟେନ୍‌ ଏମ୍‌ ଏସ୍‌ ଧୋନିଙ୍କ ଝିଅର ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା।

୫ ବର୍ଷୀୟ ଜିଭା ଧୋନି ଦୁବାଇ ଷ୍ଟାଡିଅମର ଭିଜିଟର୍ସ ଗ୍ୟାଲେରୀରେ ମା’ ସାଖି ଧୋନିଙ୍କ କୋଳରେ ବସି ହାତ ଜୋଡି, ମୁଣ୍ଡ ନୁଆଁଇ, ଆଖି ବନ୍ଦ କରି ପ୍ରାର୍ଥନା କରିଥିଲେ। ଅନେକ ଲୋକେ ଜିଭାଙ୍କୁ ଏଭଳି ପ୍ରାର୍ଥନା କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଏସ୍‌କେ ଟିମ୍‌ର ବିଜୟ ପାଇଁ ଠାକୁରଙ୍କୁ ଡାକୁଥିଲେ ଜିଭା। କିନ୍ତୁ ଶେଷ ମୁହୂର୍ତ୍ତରେ ଗୋଟିଏ ଝଟ୍‌କାରେ ହାରି ଯଇଥିଲା ଧୋନିଙ୍କ ଟିମ୍‌। କିନ୍ତୁ ଜିଭା ଧୋନିଙ୍କ ଏହି କ୍ୟୁଟ ଫଟୋ ସମସ୍ତଙ୍କୁ ମତୁଆଲା କରିଥିଲା। ଜିଭାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଜିଭାଙ୍କ ଫଟୋ ଶେୟାର କରି ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ୟୁଜର୍ସମାନେ ଜିଭାର ଏହି ଫଟୋକୁ ବେଶ ପସନ୍ଦ କରୁଛନ୍ତି। ଫଟୋକୁ ଶେଆର କିଛି ୟୁଜର୍ସ ‘ଏହା ଦିନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ’ ବୋଲି ବର୍ଣ୍ଣନା କରିଛନ୍ତି।

ସୋମବାର ରାତିରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗସକୁ ୩ ୱିକେଟରେ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟେଲ ମ୍ୟାଚ୍‌କୁ ଜିତିବା ପାଇଁ ଶେଷ ଓଭରରେ କଠିନ ସଂଘର୍ଷ କରିଥିଲା। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୩୬ ରନ୍‌ କରିଥିଲା। ଏହାର ଜବାବରେ ଦିଲ୍ଲୀ ୨ଟି ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।