Advertisment

ଦବଙ୍ଗ ପୁଲିସ ବାବୁଙ୍କ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ଦେହରେ ଖାକି ପୋଷାକ, ମୁହଁରେ ଚଷମା। ପୁରାପୁରି ଦବଙ୍ଗ ଷ୍ଟାଇଲ। ହିନ୍ଦୀ ଗୀତର ଦମଦାର ଡ୍ୟାନ୍ସ କରୁଛନ୍ତି ପୁଲିସ ବାବୁ। ଜବରଦସ୍ତ ଡ୍ୟାନ୍ସ ସାଙ୍ଗକୁ ଜବରଦସ୍ତ ମୁଭ୍‌ସ। ମ୍ୟୁଜିକ୍‌ର ତାଳେ ତାଳେ ନାଚୁଛନ୍ତି ପୁଲିସ ବାବୁ। ସାଙ୍ଗରେ ଥିବା ଜଣେ ଯୁବକଙ୍କ ଡ୍ୟାନ୍ସ ମୁଭ ସହ ସେ ଦେଉଛନ୍ତି ଟକ୍କର। ଏହି ପୁଲିସ ବାବୁଙ୍କ ଡ୍ୟାନ୍ସ ଭିଡିଓ ଏବେ କରୁଛି ସମସ୍ତଙ୍କୁ ଘାଇଲା। ଯିଏ ଦେଖୁଛି ସିଏ ଚକିତ ହୋଇପଡୁଛି। ପୁଲିସ ବାବୁ ଜଣକ ଏବେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଦବଙ୍ଗ ପୁଲିସ ବାବୁଙ୍କ ଜବରଦସ୍ତ ଡ୍ୟାନ୍ସ

Amol Yashwant kamble

ମୁମ୍ବାଇ: ଦେହରେ ଖାକି ପୋଷାକ, ମୁହଁରେ ଚଷମା। ପୁରାପୁରି ଦବଙ୍ଗ ଷ୍ଟାଇଲ। ହିନ୍ଦୀ ଗୀତର ଦମଦାର ଡ୍ୟାନ୍ସ କରୁଛନ୍ତି ପୁଲିସ ବାବୁ। ଜବରଦସ୍ତ ଡ୍ୟାନ୍ସ ସାଙ୍ଗକୁ ଜବରଦସ୍ତ ମୁଭ୍‌ସ। ମ୍ୟୁଜିକ୍‌ର ତାଳେ ତାଳେ ନାଚୁଛନ୍ତି ପୁଲିସ ବାବୁ। ସାଙ୍ଗରେ ଥିବା ଜଣେ ଯୁବକଙ୍କ ଡ୍ୟାନ୍ସ ମୁଭ ସହ ସେ ଦେଉଛନ୍ତି ଟକ୍କର। ଏହି ପୁଲିସ ବାବୁଙ୍କ ଡ୍ୟାନ୍ସ ଭିଡିଓ ଏବେ କରୁଛି ସମସ୍ତଙ୍କୁ ଘାଇଲା। ଯିଏ ଦେଖୁଛି ସିଏ ଚକିତ ହୋଇପଡୁଛି। ପୁଲିସ ବାବୁ ଜଣକ ଏବେ ଇଣ୍ଟରନେଟ୍‌ର ସେନ୍‌ସେସନ୍‌ ପାଲଟିଯାଇଛନ୍ତି।

Advertisment

ଅମୋଲ ୟଶବନ୍ତ କାମ୍ବଲେ। ତାଙ୍କ ବୟସ ୩୮। ସେ ମୁମ୍ବାଇର ନୟାଗାଁଓ ପୁଲିସ ମୁଖ୍ୟାଳୟରେ କନଷ୍ଟେବଳ ରୂପେ କାର୍ଯ୍ୟରତ। ଅମୋଲ ପେଶାରେ ପୁଲିସକର୍ମୀ ହୋଇଥିଲେ ମଧ୍ୟ ନିଶା କିନ୍ତୁ ତାଙ୍କର ଡ୍ୟାନ୍ସରେ ରହିଛି। ୮୦ ଦଶକର ଫିଲ୍ମ `ଅପ୍ପୁ ରାଜା'ର ଗୀତର ତାଳେ ତାଳେ ଝୁମିଛନ୍ତି ଅମୋଲ। ତାଙ୍କ ଡ୍ୟାନ୍ସ ଦେଖିଲେ ଲାଗୁଛି ସେ ଯେପରି ଜଣେ ତାଲିମ ପ୍ରାପ୍ତି ଡ୍ୟାନ୍ସର। ଅମୋଲଙ୍କ ଡ୍ୟାନ୍ସ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ ଡ୍ୟାନ୍ସଙ୍କୁ ଯିଏ ଦେଖୁଛି ସିଏ ଘଡିଏ ଚାହିଁ ରହୁଛି। ଜଣେ ବାଇକ ଚାଳକଙ୍କୁ ମାସ୍କ ପିନ୍ଧିବା ଲାଗି ସେଚତନ କରିବାକୁ ଯାଇ ସେ ଏହି ଡ୍ୟାନ୍ସ କରିଛନ୍ତି, ଯାହା ଭାଇରାଲ ହୋଇଛି।

ମହିମ ଅଞ୍ଚଳରେ ବାସ କରନ୍ତି ଅମୋଲ ୨୦୦୪ରେ ପୁଲିସରେ ଭର୍ତ୍ତି ହୋଇଥିଲେ।। ନିଜ ଡ୍ୟୁଟି ସରିବା ପରେ ଡ୍ୟାନ୍ସରେ ଲାଗିପଡନ୍ତି ଅମୋଲ। ଏପରିକି ପ୍ରତି ଛୁଟି ଦିନରେ ବି ସେ କରନ୍ତି ଡ୍ୟାନ୍ସ। ଅମୋଲ ଏହି ଲୁକାୟିତ ପ୍ରତିଭା ସେତେବେଳ ସାମ୍ନାକୁ ଆସିଥିଲା ଯେତେବେଳେ ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓକୁ ସେ ଅପ୍‌ଲୋଡ କରିଥିଲେ।

Advertisment

ଅମୋଲ କୁହନ୍ତି, ପିଲାଟି ଦିନରୁ ହିଁ ଫିଲ୍ମରେ ଡ୍ୟାନ୍ସ ଦେଖି ତାକୁ କପି କିରବା ସଉକ ଥିଲା। ନକଲ ନକଲ କରି କରି ସେ ଡ୍ୟାନ୍ସ କରିବା ସିଖିଗଲେ। ତାଙ୍କ ବଡ ଭାଇ ପୁଲିସରେ ଭର୍ତ୍ତି ହେବା ପୂର୍ବରୁ ଜଣେ କରିଓଗ୍ରାଫର ଥିଲେ। ସେ ହିଁ ତାଙ୍କୁ ଡ୍ୟାନ୍ସ ଶିଖାଇଛନ୍ତି। ସେ ଆହୁରି କହିଛନ୍ତି, ଡ୍ୟାନ୍ସ କରିବା ତାଙ୍କର ନିଶା। ପ୍ରତି ଛୁଟି ଦିନରେ ସେ ନିଜ ପରିବାର ସହ ସମୟ ବିତାନ୍ତି ଏବଂ ଡ୍ୟାନ୍ସ କରନ୍ତି। ଅମୋଲଙ୍କ ଡ୍ୟାନ୍ସ ଏବେ ସମସ୍ତଙ୍କୁ ମତୁଆଲା କରୁଛି। ଲକ୍ଷ ଲକ୍ଷ ଲୋକେ ତାଙ୍କ ଡ୍ୟାନ୍ସ ଦେଖି ପ୍ରଶଂସା ନକରି ରହିପାରୁନାହାନ୍ତି।