ଜଣେ ଯାତ୍ରୀଙ୍କୁ ନେଇ ଦୁବାଇକୁ ଉଡ଼ିଲା ବିମାନ

ମୁମ୍ବାଇ: ଦେଶରେ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ସ୍ଥିତି ପୂରା ସଙ୍କଟାପନ୍ନ ରହିଛି । ଏପରି ସ୍ଥଳେ ବିଦେଶକୁ ବିମାନ ଉଡାଣ ଉପରେ କଟକଣା ଜାରି କରାଯାଇଛି । ଏଭଳି ସ୍ଥିତିରେ ନିକଟରେ ଜଣେ ମାତ୍ର ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇକୁ ଉଡିଛି ବିମାନ । ଏହାକୁ ନେଇ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ପାଇଲଟ୍ ସମସ୍ତେ ଚକିତ ହୋଇପଡିଛନ୍ତି । ସୂଚନା ମୁତାବକ ଗତ ୧୯ ତାରିଖରେ ଘଟିଛି ଏଭଳି ଘଟଣା । […]

one pasenger in dubai flight

one pasenger in dubai flight

Madhupriya Mistry
  • Published: Thursday, 27 May 2021
  • Updated: 27 May 2021, 04:50 PM IST

Sports

Latest News

ମୁମ୍ବାଇ: ଦେଶରେ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ସ୍ଥିତି ପୂରା ସଙ୍କଟାପନ୍ନ ରହିଛି । ଏପରି ସ୍ଥଳେ ବିଦେଶକୁ ବିମାନ ଉଡାଣ ଉପରେ କଟକଣା ଜାରି କରାଯାଇଛି । ଏଭଳି ସ୍ଥିତିରେ ନିକଟରେ ଜଣେ ମାତ୍ର ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇକୁ ଉଡିଛି ବିମାନ । ଏହାକୁ ନେଇ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ପାଇଲଟ୍ ସମସ୍ତେ ଚକିତ ହୋଇପଡିଛନ୍ତି ।

ସୂଚନା ମୁତାବକ ଗତ ୧୯ ତାରିଖରେ ଘଟିଛି ଏଭଳି ଘଟଣା । ସମ୍ପ୍ରତି ଜଣେ ବିମାନ ଯାତ୍ରୀଙ୍କୁ ନେଇ ୩୫୦ ସିଟ୍ ବିିଣିଷ୍ଟ ବୋଇଂ-୭୭୭ ବିମାନ ମୁମ୍ବାଇରୁ ଦୁବାଇକୁ ଉଡାଣ ଭରିଥିଲା । ଦୁବାରେ ବାସ କରୁଥିବା ଭାବେଶ ଜାଭେରୀ ଏହି ଯାତ୍ରା କରିଥିଲେ । ଦୁବାଇ ଯାତ୍ରା କରିଥିବାର ଏହି ବିମାନର ଭଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯାତ୍ରୀ ଭାବେଶ ଜାଭେରୀ ୨ ମିନିଟ୍ ୫୬ ସେକେଣ୍ଡର ଏକ ଭିଡିଓକୁ ତାଙ୍କ ଫେସ୍‌ବୁକ୍‌ରେ ଅପ୍‌ଲୋଡ କରିଛନ୍ତି । ବିମାନରେ କେବଳ ଭାବେଶ ଏବଂ ବିମାନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଛନ୍ତି । ପୁରା ବିମାନର ସିଟ୍ ଖାଲି ପଡିିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସାଧାରଣତଃ ଯାତ୍ରୀମାନଙ୍କୁ ଏୟାର ହୋଷ୍ଟମାନେ ସ୍ୱାଗତ କରିଥା’ନ୍ତି କିନ୍ତୁ ବିମାନ ଜଣେ ମାତ୍ର ଯାତ୍ରୀ ପାଇଲଟ ନିଜେ ଆସି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏଥିସହ ବିମାନ କର୍ମଚାରୀମାନେ ତାଳି ମାରି ତାଙ୍କୁ ବିମାନ ଭିତରକୁ ସ୍ୱାଗତ କରିଥିଲେ । ବିମାନଟି ସମ୍ପୂର୍ଣ୍ଣ ରୂପେ ସାନିଟାଇଜ ହୋଇଥିବା ନେଇ ଭାବେଶଙ୍କୁ ସୂଚନା ଦେଇଥିଲେ ପାଇଲଟ । ୩ ଘଣ୍ଟାର ଯାତ୍ରା ପାଇଁ ଏହି ବିମାନଟିକୁ ସେ ଯେପରି ଭଡାରେ ନେଇଥିବା ଭଳି ମନେ ହେଉଥିଲା ବୋଲି ଭାବେଶ କହିଛନ୍ତିି ।

ସୂଚନା ମୁତାବକ ଭାରତରେ ଜାରି ରହିଥିବା କରୋନା ମହାମାରୀ ଯୋଗୁଁ ସଂଯୁକ୍ତ ଆରବ ଅମିରାତ ଯାତ୍ରୀଙ୍କ ବିମାନ ଯାତ୍ରା ଉପରେ କଟକଣା ଲାଗାଇଥିଲେ । ବିନା କରୋନା ଟେଷ୍ଟ ରିପୋର୍ଟ ନେଗେଟିଭରେ କୌଣସି ଯାତ୍ରୀ ଦୁବାଇକୁ ଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଇଥିଲା । ସେପଟେ ଏବେ ଲକଡାଉନ ଯୋଗୁଁ ଅନେକ ଲୋକେ ଘରେ ବନ୍ଦ ରହିଥିବା ବେଳେ ଅନେକ ଅଯଥା ଯାତ୍ରା ବନ୍ଦ କରି ଦେଇଥିବା ସୂଚନା ମିଳିଛି । ଏଥିଯୋଗୁଁ ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା କମ୍ ରହିଥିବା ଦେଖିବାକୁ ମିଳିଛି ।

https://twitter.com/rupin1992/status/1397158308977340422?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos