Advertisment

ଅଟୋ ଡ୍ରାଇଭର ପାଇଁ ଫାଇନ୍‌ ରାଶି ଦେଲେ ପୁଲିସ ବାବୁ

ନାଗପୁର: ସହୃଦୟ ଦେଖାଇଲେ ପୁଲିସ ବାବୁ। ଅଟୋ ଡ୍ରାଇଭର ପାଇଁ ନିଜେ ଭରିଲେ ଫାଇନ୍‌ ଟଙ୍କା।  ପୁଲିସ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ଜାତ ହୁଏ। ପୁଲିସର ପରିଚୟ ଜଣେ କଠୋର ଅଧିକାରୀ ଭାବରେ ହୋଇଥାଏ। ପ୍ରାୟତଃ ଅଧିକାଂଶ ପୁଲିସ ବାବୁଙ୍କ ଆଚରଣ ଦେଖି ଲୋକେ ଭୟଭୀତ ହେବା ସହ ଚିନ୍ତିତ ହୋଇପଡନ୍ତି।  କିନ୍ତୁ ଏଭଳି କିଛି ସଚ୍ଚୋଟ ପୁଲିସ କର୍ମଚାରୀ ଅଛନ୍ତି, ଯିଏକି ଅନ୍ୟମାନଙ୍କ ସହାୟତା କରିବା ପାଇଁ ଆଗକୁ ଆସିଯା’ନ୍ତି। ମହାରାଷ୍ଟ୍ର ନଗପୁରରେ […]

ଅଦ୍ୟତନ ହୋଇଛି
ଅଟୋ ଡ୍ରାଇଭର ପାଇଁ ଫାଇନ୍‌ ରାଶି ଦେଲେ ପୁଲିସ ବାବୁ

cop pays fine for auto driver

Advertisment

ନାଗପୁର: ସହୃଦୟ ଦେଖାଇଲେ ପୁଲିସ ବାବୁ। ଅଟୋ ଡ୍ରାଇଭର ପାଇଁ ନିଜେ ଭରିଲେ ଫାଇନ୍‌ ଟଙ୍କା।  ପୁଲିସ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ଜାତ ହୁଏ। ପୁଲିସର ପରିଚୟ ଜଣେ କଠୋର ଅଧିକାରୀ ଭାବରେ ହୋଇଥାଏ। ପ୍ରାୟତଃ ଅଧିକାଂଶ ପୁଲିସ ବାବୁଙ୍କ ଆଚରଣ ଦେଖି ଲୋକେ ଭୟଭୀତ ହେବା ସହ ଚିନ୍ତିତ ହୋଇପଡନ୍ତି।  କିନ୍ତୁ ଏଭଳି କିଛି ସଚ୍ଚୋଟ ପୁଲିସ କର୍ମଚାରୀ ଅଛନ୍ତି, ଯିଏକି ଅନ୍ୟମାନଙ୍କ ସହାୟତା କରିବା ପାଇଁ ଆଗକୁ ଆସିଯା'ନ୍ତି।

Advertisment

ମହାରାଷ୍ଟ୍ର ନଗପୁରରେ ଏଭଳି ହିଁ ଜଣେ ପୁଲିସ ଅଧିକାରୀଙ୍କୁ ଦେଖିବାକୁ ମିଳିଛି। ନଗପୁରର ବରିଷ୍ଠ ପୁଲିସ ଅଧିକାରୀ ଅଜୟ ମାଲବିୟ। ନିକଟରେ ସେ ଏଭଳି କିଛି କାମ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟ ଜିତି ନେଇଛି। ଏପରିକି ସୋଶାଲ ମିଡିଆରେ ମଧ୍ୟ ତାଙ୍କର ଜୋରଦାର ଚର୍ଚ୍ଚା ହେଉଛି।

ସୀତାବୁଲ୍‌ଦି ଟ୍ରାଫିକ ଅଞ୍ଚଳରେ ରୋହିତ ନାମକ ଜଣେ ଅଟୋ ଡ୍ରାଇଭର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିଲେ। ଏହି କାରଣ ଯୋଗୁଁ ବରିଷ୍ଠ ପୁଲିସ ଅଧିକାରୀ ଅଜୟ ମାଲବିୟ ଅଟୋ ଡ୍ରାଇଭରଙ୍କ ନାଁରେ ୨୦୦୦ ଟଙ୍କା ଚାଲାଣ କାଟିଥିଲେ। କେବଳ ସେତିକି ନୁହେଁ ଉକ୍ତ ଅଟୋ ଡ୍ରାଇଭରଙ୍କ ଅଟୋକୁ ମଧ୍ୟ ସେ ଜବତ କରିନେଇଥିଲେ।

Advertisment

ତେବେ ଫାଇନ୍‌ ଭରିବାକୁ ଅଟୋ ଡ୍ରାଇଭର ଅସମର୍ଥ ଥିଲେ। ଫଳରେ ବାଧ୍ୟ ହୋଇ ଫାଇନ୍‌ ଦେବାକୁ ତାଙ୍କ  କୁନି ପୁଅ ସଞ୍ଚିତ କରି ରଖିଥିବା ପିଗି ବ୍ୟାଙ୍କରୁ ଟଙ୍କା ନେଇ ଥାନାରେ ପହଞ୍ଚିଥିଲେ। ଏହି ଦୃଶ୍ୟ ଦେଖି ପୁଲିସ ବାବୁଙ୍କ ହୃଦୟ ତରଳି ଯାଇଥିଲା। ସେ ଅଟୋ ଡ୍ରାଇଭରଙ୍କ ଠାରୁ ଆଉ ଫାଇନ୍‌ ଟଙ୍କା ନେଇନଥିଲେ। ଅଟୋ ଡ୍ରାଇଭରଙ୍କ ବଦଳରେ ସେ ନିଜେ ଫାଇନ୍‌ ଟଙ୍କା ଦେଇଥିଲେ। ନାଗପୁର ପୁଲିସ ଏସମସ୍ତ ଘଟଣା ବିଷୟରେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେଆର କରିଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ ଅଗଷ୍ଟ ୮ ତାରିଖରେ ଉକ୍ତ ଅଟୋ ଡ୍ରାଇଭରଙ୍କ ନାଁରେ ଚାଲାଣ କଟିଥିଲା, କାରଣ ସେ ନୋ ପାର୍କିଂରେ ନିଜ ଅଟୋ ପାର୍କିଂ କରିଥିଲେ। ଲକଡାଉନ୍‌ ଯୋଗୁଁ ଅଟୋ ଡ୍ରାଇଭର ରୋହିତଙ୍କ ପାଖରେ କୌଣସି ଟଙ୍କା ନଥିଲା। ଏଥିପାଇଁ ସେ ଫାଇନ୍‌ ଟଙ୍କା ଦେବାକୁ ଅସମର୍ଥ ଥିଲେ।

https://twitter.com/NagpurPolice/status/1426221385697796100?s=20

Maharashtra Police Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe