କରୋନାରେ ଲୋକଙ୍କ ଟେନସନ୍ ଦୂର କରିବ ଜେଜେ ମା’ଙ୍କ ଏହି ଡାନ୍ସ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସବୁଠି କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ଲୋକେ ଭୟରେ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଚିନ୍ତା ଓ ଆଶଙ୍କା ଭିତରେ ଗୋଟିଏ ପଟେ ଲୋକଙ୍କୁ ଅନେକ ଖରାପ ଖବର ମିଳୁଛି, ଅନ୍ୟପଟେ ଲୋକଙ୍କୁ ପେଟପାଟଣା ଚିନ୍ତା ମଧ୍ୟ ଘାରିଛି । ଯେଉଁ କାରଣରୁ ଲୋକଙ୍କ ମୁହଁରୁ ଯେପରି ହସ ଗାୟବ ହୋଇଯାଇଛି । କିନ୍ତୁ ଏଭଳି ବାତାବରଣରେ ସକାରାତ୍ମକ ବାର୍ତ୍ତା ଦେଇଛନ୍ତ ଜଣେ ଜେଜେ ମା’ । ଯିଏ ଡାନ୍ସ […]

grand-maa

Ranjit Kumar Jena
  • Published: Friday, 07 May 2021
  • , Updated: 07 May 2021, 05:27 PM IST

ନୂଆଦିଲ୍ଲୀ: ସବୁଠି କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ଲୋକେ ଭୟରେ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଚିନ୍ତା ଓ ଆଶଙ୍କା ଭିତରେ ଗୋଟିଏ ପଟେ ଲୋକଙ୍କୁ ଅନେକ ଖରାପ ଖବର ମିଳୁଛି, ଅନ୍ୟପଟେ ଲୋକଙ୍କୁ ପେଟପାଟଣା ଚିନ୍ତା ମଧ୍ୟ ଘାରିଛି । ଯେଉଁ କାରଣରୁ ଲୋକଙ୍କ ମୁହଁରୁ ଯେପରି ହସ ଗାୟବ ହୋଇଯାଇଛି । କିନ୍ତୁ ଏଭଳି ବାତାବରଣରେ ସକାରାତ୍ମକ ବାର୍ତ୍ତା ଦେଇଛନ୍ତ ଜଣେ ଜେଜେ ମା’ । ଯିଏ ଡାନ୍ସ କରି ଲୋକଙ୍କ ମୁହଁରେ ସାମାନ୍ୟ ହସ ଭରିଛନ୍ତି ।

ଶାଢୀ ପିନ୍ଧିଥିବା ଏହି ଜେଜେ ମା’ ନିଜ ସମୟରେ ଏକ ଲୋକପ୍ରିୟ ଗୀତ ‘ହସତା ହୁଆ ନୁରାନୀ ଚେହେରା’ରେ ଜବରଦସ୍ତ ଡାନ୍ସ କରୁଛନ୍ତି । ଜେଜେ ମା’ଙ୍କର ଏକ୍ସପ୍ରେସନ୍ ଓ ଡାନ୍ସ ଷ୍ଟେଫ୍ ଲୋକଙ୍କୁ ବହୁତ ଖୁସି ଦେଉଛି ଏବଂ ଲୋକେ ଭିଡିଓକୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି ।

https://twitter.com/kumarayush084/status/1390525415786115075?s=20

ଏହି ଭିଡିଓକୁ ଟ୍ୱିଟରରେ କୁମାର ଆୟୁଷ ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି । ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ଆପଣମାନେ ଜେଜେମା’ଙ୍କ ଏହି ଡାନ୍ସ ଦେଖିଛନ୍ତି ନା ନାହିଁ । ଜେଜେ ମା’ଙ୍କର ଫିଜିକ୍‌, ସ୍ୱାସ୍ଥ୍ୟ, କ୍ଷମତା ଓ ସାହସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯେଉଁ ବୟସରେ ଲୋକେ ଆଣ୍ଠୁ ଗଣ୍ଠି ଧରି ଘରେ ବସନ୍ତି, ସେହି ବୟସରେ ଜେଜେ ଏତେ କମାଲ୍ ଡାନ୍ସ କରି ସମସ୍ତଙ୍କ ହୃଦୟ ଜିଣିଛନ୍ତି । ଏହି ଜେଜେ ମା’ଙ୍କ ଭଳି ଲୋକଙ୍କୁ କରୋନା ଭଳି ମହାମାରୀ ସମୟରେ ନିଜ ମନୋବଳକୁ ଏଭଳି ମଜଭୁତ୍ ରଖିବା ଦରକାର ।

Related story