Advertisment

ବିରଆନୀରେ ନାହିଁ ଲେଗ୍ ପିସ୍, ମନ୍ତ୍ରୀଙ୍କୁ ଟାଗ କରି ଟ୍ୱିଟ୍ କଲେ ଗ୍ରାହକ

ହାଇଦ୍ରାବାଦ: କରୋନା ସଂକ୍ରମଣ ପାଇଁ ପ୍ରାୟତଃ ସମସ୍ତ ରାଜ୍ୟରେ ଏବେ ବିଭିନ୍ନ କଟକଣା ଲାଗିଛି। ଅଳ୍ପ ଲୋକ ବଜାର ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ଫେରୁଛନ୍ତି ନହେଲେ ଅନ୍ ଲାଇନ୍ ଅର୍ଡର କରି ନିଜର ଅତ୍ୟାବଶ୍ୟକ ଜିନିଷ କିଣୁଛନ୍ତି। ଏହାରି ଭିତରେ ଜଣେ ବିରିଆନୀରେ ଲେଗ୍ ପିସ୍ ମିଳୁନି ବୋଲି ଟ୍ୱିଟ କରି ମତ ରଖିଛନ୍ତି। ଏଥିପାଇଁ ସେ ମନ୍ତ୍ରୀଙ୍କୁ ଟାଗ କରି କହିଛନ୍ତି। ଅଧିକାଂଶ ୟୁଜର ଏହି ଟ୍ୱିଟକୁ ନେଇ ବିଭିନ୍ନ ମତ ଦେବା […]

ବିରଆନୀରେ ନାହିଁ ଲେଗ୍ ପିସ୍, ମନ୍ତ୍ରୀଙ୍କୁ ଟାଗ କରି ଟ୍ୱିଟ୍ କଲେ ଗ୍ରାହକ

biriyani-twitter-post

Advertisment

ହାଇଦ୍ରାବାଦ: କରୋନା ସଂକ୍ରମଣ ପାଇଁ ପ୍ରାୟତଃ ସମସ୍ତ ରାଜ୍ୟରେ ଏବେ ବିଭିନ୍ନ କଟକଣା ଲାଗିଛି। ଅଳ୍ପ ଲୋକ ବଜାର ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ଫେରୁଛନ୍ତି ନହେଲେ ଅନ୍ ଲାଇନ୍ ଅର୍ଡର କରି ନିଜର ଅତ୍ୟାବଶ୍ୟକ ଜିନିଷ କିଣୁଛନ୍ତି। ଏହାରି ଭିତରେ ଜଣେ ବିରିଆନୀରେ ଲେଗ୍ ପିସ୍ ମିଳୁନି ବୋଲି ଟ୍ୱିଟ କରି ମତ ରଖିଛନ୍ତି। ଏଥିପାଇଁ ସେ ମନ୍ତ୍ରୀଙ୍କୁ ଟାଗ କରି କହିଛନ୍ତି। ଅଧିକାଂଶ ୟୁଜର ଏହି ଟ୍ୱିଟକୁ ନେଇ ବିଭିନ୍ନ ମତ ଦେବା ପରେ ମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି। ଏଭଳି ଟାଗ କରି ତାଙ୍କ ପାଖରୁ କ’ଣ ଆଶା ରଖୁଛନ୍ତି ବୋଲି ମନ୍ତ୍ରୀ ଜଣଙ୍କ ସେହି ୟୁଜରକୁ କହିଛନ୍ତି।

Advertisment

ଏଭଳି ଘଟଣା ଘଟିଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓଙ୍କ ପୁଅ ତଥା ମନ୍ତ୍ରୀ କେଟିଆରଙ୍କ ସହିତ। ତାଙ୍କ ସମ୍ପୂର୍ଣ୍ଣ ନାମ ତାରକା ରାମା ରାଓ। କେଟିଆର ତେଲେଙ୍ଗାନାର ଆଇଟି ନଗର ଉନ୍ନୟନ ମନ୍ତ୍ରୀ। କୋଭିଡ ମହାମାରୀ ବେଳେ ଲୋକଙ୍କୁ ବିଭିନ୍ନ ଜିନିଷ ପହଞ୍ଚାଇ ଅନେକ ପ୍ରଶଂସା ସାଉଁଟିଛନ୍ତି କେଟିଆର। ଯିଏ ଔଷଧ, ଅକ୍ସିଜେନ ଇତ୍ୟାଦି ପାଇଁ ଟ୍ୱିଟ କରି ସାହାଯ୍ୟ ମାଗନ୍ତି କେଟିଆରଙ୍କ ଟିମ୍ ସଙ୍ଗେସଙ୍ଗେ ସେହି ଲୋକଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ମୁତାବକ ଜିନିଷ ପହଞ୍ଚାଏ।

ଶୁକ୍ରବାର ଏହି କ୍ରମରେ ଜଣେ ଅସନ୍ତୁଷ୍ଟ ଜୋମାଟୋ ଗ୍ରାହକ ଚିକେନ ବିରିଆନୀର ଫଟୋ ସହିତ କେଟିଆରଙ୍କୁ ଟାଗ କରିଥିଲେ। ଯେଉଁଥିରେ ସେ କହିଥିଲେ ଚିକେନ୍ ବିରିଆନୀ ଅର୍ଡର କରିଥିଲେ ହେଲେ ଲେଗ୍ ପିସ୍ ନାହିଁ ବୋଲି କହିଥିଲେ। ଏହାପରେ ଜୋମାଟୋ ଠିକ୍ ଭାବରେ ସେବା ଯୋଗାଇ ନଥିବା ସେ ଅଭିଯୋଗ କରିଥିଲେ।

Advertisment

https://twitter.com/KTRTRS/status/1398268522073972742?s=20

ଏହାରି ଭିତରେ ଶୁକ୍ରବାର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସୁଥିବା ଫୁଡ ଡେଲିଭରୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ସେ ଅଭିଯୋଗ କରିବାକୁ ଯାଇ ଟ୍ୱିଟ୍ କରିଥିଲେ। ଯେଉଁଥିରେ ମନ୍ତ୍ରୀ କେଟିଆରଙ୍କୁ ସେ ଟାଗ କରିଥିଲେ। ଯାହାକୁ ଦେଖି କେଟିଆର ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe