Advertisment

'ଶକ୍ତିମାନ' ଷ୍ଟାଇଲ୍‌ରେ ଷ୍ଟଣ୍ଟ କରି ଜେଲ୍‌ ଗଲେ ୩ ସାଙ୍ଗ

ନୂଆଦିଲ୍ଲୀ: ଏବେ ଯୁବପିଢ଼ିଙ୍କୁ ଘାରିଛି ଷ୍ଟଣ୍ଟ ନିଶା। କିଏ ବାଇକ୍‌ ଉପରେ କାହା କାନ୍ଧ ଉପରେ ବସି ଷ୍ଟଣ୍ଟ ଦେଖାଉଛି ତ ଆଉ କିଏ ଦୁଇ କାର୍‌ ମଝିରେ ଫିଲ୍ମ ଷ୍ଟାଇଲ୍‌ରେ ଠିଆ ହୋଇ ପଡୁଛି। ତେବେ ଏହି ଷ୍ଟଣ୍ଟ ଯୁବକଙ୍କୁ ପ୍ରାୟତଃ ଭାରି ପଡୁଛି। ପୁଲିସ ବାରମ୍ବାର ଏଭଳି ଯୁବକଙ୍କୁ ବାନ୍ଧିବା ସହ ମୋଟା ଅଙ୍କର ଚାଲାଣ ମଧ୍ୟ କାଟୁଛି, ତଥାପି ସୁଧୁରୁ ନାହାନ୍ତି। ନିକଟରେ ଶକ୍ତିମାନ ଷ୍ଟାଇଲରେ ବାଇକ୍‌ ଉପରେ ଜଣେ ଯୁବକଙ୍କ ପୁଣି […]

'ଶକ୍ତିମାନ' ଷ୍ଟାଇଲ୍‌ରେ ଷ୍ଟଣ୍ଟ କରି ଜେଲ୍‌ ଗଲେ ୩ ସାଙ୍ଗ

shaktiman style-bike-stunt

Advertisment

ନୂଆଦିଲ୍ଲୀ: ଏବେ ଯୁବପିଢ଼ିଙ୍କୁ ଘାରିଛି ଷ୍ଟଣ୍ଟ ନିଶା। କିଏ ବାଇକ୍‌ ଉପରେ କାହା କାନ୍ଧ ଉପରେ ବସି ଷ୍ଟଣ୍ଟ ଦେଖାଉଛି ତ ଆଉ କିଏ ଦୁଇ କାର୍‌ ମଝିରେ ଫିଲ୍ମ ଷ୍ଟାଇଲ୍‌ରେ ଠିଆ ହୋଇ ପଡୁଛି। ତେବେ ଏହି ଷ୍ଟଣ୍ଟ ଯୁବକଙ୍କୁ ପ୍ରାୟତଃ ଭାରି ପଡୁଛି। ପୁଲିସ ବାରମ୍ବାର ଏଭଳି ଯୁବକଙ୍କୁ ବାନ୍ଧିବା ସହ ମୋଟା ଅଙ୍କର ଚାଲାଣ ମଧ୍ୟ କାଟୁଛି, ତଥାପି ସୁଧୁରୁ ନାହାନ୍ତି।

Advertisment

ନିକଟରେ ଶକ୍ତିମାନ ଷ୍ଟାଇଲରେ ବାଇକ୍‌ ଉପରେ ଜଣେ ଯୁବକଙ୍କ ପୁଣି ଦେଖାଇଛନ୍ତି ଷ୍ଟଣ୍ଟ। ରାଜ ରାସ୍ତା ଉପରେ ବାଇକ୍‌ରେ ଶୋଇ ଚଲାଉଛନ୍ତି ବାଇକ୍‌। ଏଭଳି ଷ୍ଟଣ୍ଟ ଦେଖାଇବା ଏବେ ଉକ୍ତ ଯୁବକଙ୍କୁ ମହଙ୍ଗା ପଡିଛି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଉକ୍ତ ଯୁବକଙ୍କୁ ଜେଲ୍‌ ଯିବାକୁ ପଡିଛି। କେବଳ ସେ ନୁହେଁ ତାଙ୍କ ସହ ତାଙ୍କର ଆଉ ଦୁଇ ଜଣ ସାଙ୍ଗଙ୍କୁ ମଧ୍ୟ ପୁଲିସ ବାନ୍ଧିଛି। ନଏଡାର ସେକ୍ଟର-୬୩ରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା।

https://twitter.com/noidapolice/status/1530454129276989440?s=20&t=ZW1QRHWk0GejTLqGwfv1EA

Advertisment

ଏଭଳି ବାଇକ୍‌ ଉପରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇବା ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ୩ଟି ବାଇକ୍‌ ମଧ୍ୟ ଜବତ କରିଛି। ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଶନିବାର ଦିନ ବାଇକ୍‌ରେ ଷ୍ଟଣ୍ଟ ଦେଖାଉଥିବା ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଭାଇରାଲ କରିଥିବା ଅଭିଯୁକ୍ତ ବିକାଶ ଓ ତାଙ୍କର ଦୁଇ ସହଯୋଗୀ ଗୌରବ ଏବଂ ସୁରଜଙ୍କୁ ଏମ୍‌ଜେଏମ୍‌ ହସ୍ପିଟାଲ ନିକଟରୁ ଗିରଫ କରାଯାଇଛି।

From bike to behind the bars! Noida man tries Shaktimaan stunt on bike,  lands in jail | WATCH

ପୁଲିସ ମୁତାବକ, ବିକାଶ ଗତ ଗୁରୁବାର ଥାନା ସେକ୍ଟର-୬୩ ଗୌତମବୁଦ୍ଧନଗର ଅନ୍ତର୍ଗତ ସଡକ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି ବାଇକ୍‌ ଷ୍ଟଣ୍ଟ କରୁଥିଲେ। ଏଥିସହ ସୋଶାଲ ମିଡିଆରେ ଫେମସ ହେବା ପାଇଁ ବିପଦପୂର୍ଣ୍ଣ ଷ୍ଟଣ୍ଟର ଭିଡିଓ ଆଉ ଫଟୋ ସୋଶାଲ ମିଡିଆରେ ଅପ୍‌ଲୋଡ କରିଥିଲେ। ଏଥିପାଇଁ ତାଙ୍କର ଦୁଇ ବନ୍ଧୁ ସୁରଜ ଓ ଗୌରମ ତାଙ୍କୁ ସାହାଯ୍ୟ କରିଥିଲେ। ଏହି ମାମଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୁଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe