old-woman-dance
ନୂଆଦିଲ୍ଲୀ: କମୁନି 'ପୁଷ୍ପା' ଫିଭର। ଅଲ୍ଲୁ ଅର୍ଜୁନ ଓ ରଶ୍ମୀକା ମନ୍ଦନାଙ୍କ ସାଉଥ ଫିଲ୍ମ 'ପୁଷ୍ପା'କୁ ନେଇ ଜାରି ରହିଛି କ୍ରେଜ। ଫିଲ୍ମର ଡାଏଲଗ୍ ଠାରୁ ଆରମ୍ଭ କରି ଗୀତ ସମସ୍ତଙ୍କୁ ଏବେବି କରୁଛି ମତୁଆଲା। ଫିଲ୍ମର ସୁପରହିଟ୍ ଗୀତ ସାମି ସାମି...ରେ ପିଲାଠୁ ଆରମ୍ଭ କରି ବୁଢ଼ା ଏପରିକି ଅନେକ ସେଲେବ୍ରିଟି ମଧ୍ୟ ଅଣ୍ଟା ହଲାଇଛନ୍ତି। ଠୁମ୍କା ଲଗାଇ ସୋଶାଲ ମିଡିଆରେ ଶେଆର କରିଛନ୍ତି ଭିଡିଓ । ଏହାରି ଭିତରେ ଏବେ ଜଣେ ବୃଦ୍ଧାଙ୍କୁ ପୁଷ୍ପା ଫିଭର ଚଢ଼ିଛି। ସେ ସାମି ସାମି ଗୀତରେ ସେ କରିଛନ୍ତି ଜବରଦସ୍ତ ଡ୍ୟାନ୍ସ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବୃଦ୍ଧ ମହିଳା ଜଣଙ୍କ ସାମି ସାମି… ଗୀତ ଶୁଣିବା ମାତ୍ରେ ଆଉ ରହିପାରୁ ନାହାନ୍ତି। ଆପେ ଆପେ ତାଙ୍କ ଗୋଡ ହଲିବାକୁ ଲାଗୁଛି। ଏହାପରେ ସେ ସବୁକିଛି ଭୁଲି ଯାଇ ମଇଦାନକୁ ଓହ୍ଲାଇ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ। ତାଙ୍କ ଡ୍ୟାନ୍ସ ଦେଖି ସମସ୍ତେ ଚକିତ ହୋଉପଡୁଛନ୍ତି। ଯିଏ ଏହି ଭିଡିଓକୁ ଦେଖୁଛି ସିଏ ଏହି ବୃଦ୍ଧ ମହିଳାଙ୍କ ପ୍ରଶଂସା ନ କରି ରହି ପାରୁନାହାନ୍ତି।
ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ 'gieddee' ନାମକ ପେଜ୍ରେ ଏହି ଭିଡିଓ ଶେଆର କରାଯାଇଛି। ଯାହାକୁ ବର୍ତ୍ତମାନ ଯାଏ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣ। ଏଥିସହ ୨ ହଜାରରୁ ବି ଅଧିକ ଲାଇକ୍ସ ମିଳିସାରିଲାଣି। ତେବେ ଏହି ବୃଦ୍ଧା ମହିଳା ଜଣକ କିଏ କେଉଁଠିକାର ସେ ନେଇ କିଛି ସୂଚନା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/old-woman-dance.jpg)