Advertisment

ମା' ପାର୍ବତୀଙ୍କ ବେଶରେ ନାଚୁ ନାଚୁ ହଠାତ୍‌ ଟଳି ପଡ଼ିଲେ

ଶ୍ରୀନଗର: ଷ୍ଟେଜ୍‌ ଉପରେ ନାଚୁ ନାଚୁ ହଠାତ୍‌ ଟଳି ପଡିଲେ। କେହି କିଛି ବୁଝିବା ଆଗରୁ ଘଟିଲା ମୃତ୍ୟୁ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଜମ୍ମୁରୁ। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ମଞ୍ଚ ଉପରେ ନୃତ୍ୟ ପରିବେଷଣ କରିବା ସମୟରେ ସ୍ୱାସ୍ଥ୍ୟ ବିଗିଡିବା ଘଟଣା ଦିନକୁ ଦିବ ବଢ଼ିବାରେ ଲାଗିଛି। ପ୍ରଥମେ ଉତ୍ତର ପ୍ରଦେଶର ବରେଲିରେ ଜନ୍ମ ଦିନ ଉତ୍ସବରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପରେ ମୌନପୁରୀରେ ହନୁମାନ ବେଶରେ […]

author-image
Madhupriya Mistry
ମା' ପାର୍ବତୀଙ୍କ ବେଶରେ ନାଚୁ ନାଚୁ ହଠାତ୍‌ ଟଳି ପଡ଼ିଲେ

Artiste Collapses On Stage

ଶ୍ରୀନଗର: ଷ୍ଟେଜ୍‌ ଉପରେ ନାଚୁ ନାଚୁ ହଠାତ୍‌ ଟଳି ପଡିଲେ। କେହି କିଛି ବୁଝିବା ଆଗରୁ ଘଟିଲା ମୃତ୍ୟୁ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଜମ୍ମୁରୁ। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ମଞ୍ଚ ଉପରେ ନୃତ୍ୟ ପରିବେଷଣ କରିବା ସମୟରେ ସ୍ୱାସ୍ଥ୍ୟ ବିଗିଡିବା ଘଟଣା ଦିନକୁ ଦିବ ବଢ଼ିବାରେ ଲାଗିଛି। ପ୍ରଥମେ ଉତ୍ତର ପ୍ରଦେଶର ବରେଲିରେ ଜନ୍ମ ଦିନ ଉତ୍ସବରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପରେ ମୌନପୁରୀରେ ହନୁମାନ ବେଶରେ ନାଚୁଥିବା ବେଳେ ଜଣେ ବ୍ୟକ୍ତି ଟଳି ପଡିଥିଲେ। ଆଉ ଏବେ ଜମ୍ମୁରେ ଜଣେ ଜଣେ ଯୁବକ ମଞ୍ଚ ଉପରେ ଡ୍ୟାନ୍ସ କରିବା ବେଳେ ଟଳି ପଡିଥିବା ଘଟଣା ସାମ୍ନାକୁ ଆସିଛି।

https://twitter.com/shubhankrmishra/status/1567759765362851841?s=20&t=ULJaJYFKzYy0tn4WjfJ8iA

Advertisment

ମଙ୍ଗଳବାର ଜମ୍ମୁର ବିଶ୍ନେହ ତହସିଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ୟୋଗେଶ ଗୁପ୍ତା ନାମକ ଜଣେ ଯୁବକ ମା' ପାର୍ବତୀଙ୍କ ଭୂମିକାରେ ନାଚୁଥିଲେ। ଦୀର୍ଘ ସମୟ ଧରି ନାଚିବା ପରେ ଯୁବକ ଜଣକ ହଠାତ୍ ତଳେ ପଡ଼ିଯାଇଥିଲେ। ଏହା ପରେ ସେ ଆଉ ଉଠି ନଥିଲେ।

ତା'ପରେ ଆଉ ଜଣେ ବ୍ୟକ୍ତି ଭଗବାନ ଶିବଙ୍କ ଅବତାରରେ ମଞ୍ଚ ଉପରକୁ ପ୍ରବେଶ କରିଥିଲେ। ସେ ଆସି ୟୋଗେଶଙ୍କୁ ଉଠାଇଥିଳେ ମଧ୍ୟ ସେ ଉଠିନଥିଲେ। ଏହାପରେ ସେ ସହାୟତା ମାଗିଥିଲେ। କିନ୍ତୁ ସାମ୍ନାରେ ବସିଥିବା ଦର୍ଶକ ଏହା ନାଟକର ଏକ ଅଂଶ ବୋଲି ଭାବିଥିଲେ। କିଛି ସମୟ ପରେ ଅଘଟଣ ଘଟିଥିବା ଜାଣିପାରି ଲୋକେ ଦୌଡି ଆସି ୟୋଗେଶଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ଏହି ସମସ୍ତ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଜାମ୍ମୁ ଜିଲ୍ଲାର ବିଶ୍ନେହ ତହସିଲରେ କୋଠେ ସାଇନିଆ ଗାଁରେ ଗଣେଶ ପୂଜା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ କଳାକାରମାନେ ଦେବାଦେବୀଙ୍କ ଚରିତ୍ରରେ ଅଭିନୟ କରୁଥିଲେ। ଜାଗରଣରେ ଶିବ ପାର୍ବତୀଙ୍କ ଲୀଳା ମଞ୍ଚରେ ମଞ୍ଚସ୍ଥ ହୋଇଥିଲା, ଯେଉଁଥିରେ ଜାମ୍ମୁର ସତୱାରୀ ନିବାସୀ ୨୦ ବର୍ଷିୟ କଳାକାର ୟୋଗେଶ ଗୁପ୍ତା ମାତା ପାର୍ବତୀ ଭୂମିକାରେ ଶିବ ସ୍ତୁତିରେ ନାଚୁଥିଲେ।