Advertisment

ବିକ୍ରି ହେବ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଲାଦେନ ଭାଇର ବଙ୍ଗଳା

ନୂଆଦିଲ୍ଲୀ: ବିକ୍ରି ହେବ ୯/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଦେନ୍‌ର ଭାଇ ଇବ୍ରାହିମ ବିନ୍‌ ଲାଦେନ୍‌ର ବଙ୍ଗଳା। ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଆମେରିକାର ଲସ ଏଞ୍ଜଲିସରେ ରହିଛି ଇବ୍ରାହିମ ଲାଦେନର ଘର। ଇଣ୍ଡିଆ ଟାଇମ୍ସ ମୁତାବକ ୨ ଏକର ଜମିରେ ବିସ୍ତାରିତ ଏହି ବଙ୍ଗଳାଟି ପୋଶ୍‌ ଅଞ୍ଚଳରେ ଅବସ୍ଥିତ। ଏହାର ଦାମ୍‌ ୨୮ ମିଲିଅନ୍‌ ଡଲାର ରଖାଯାଇଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୦୮, ୩୧, ୩୦,୦୦୦ ଟଙ୍କା ରହିଛି। ୨୦୦୧ରେ […]

ଅଦ୍ୟତନ ହୋଇଛି
ବିକ୍ରି ହେବ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଲାଦେନ ଭାଇର ବଙ୍ଗଳା

Ibraham laden House to sale

Advertisment

ନୂଆଦିଲ୍ଲୀ: ବିକ୍ରି ହେବ ୯/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍‌ ଲାଦେନ୍‌ର ଭାଇ ଇବ୍ରାହିମ ବିନ୍‌ ଲାଦେନ୍‌ର ବଙ୍ଗଳା। ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଆମେରିକାର ଲସ ଏଞ୍ଜଲିସରେ ରହିଛି ଇବ୍ରାହିମ ଲାଦେନର ଘର।

Advertisment

ଇଣ୍ଡିଆ ଟାଇମ୍ସ ମୁତାବକ ୨ ଏକର ଜମିରେ ବିସ୍ତାରିତ ଏହି ବଙ୍ଗଳାଟି ପୋଶ୍‌ ଅଞ୍ଚଳରେ ଅବସ୍ଥିତ। ଏହାର ଦାମ୍‌ ୨୮ ମିଲିଅନ୍‌ ଡଲାର ରଖାଯାଇଛି। ଭାରତୀୟ ମୁଦ୍ରାରେ ଯାହାର ମୂଲ୍ୟ ୨୦୮, ୩୧, ୩୦,୦୦୦ ଟଙ୍କା ରହିଛି।

[caption id="attachment_663759" align="aligncenter" width="650"]laden-brother-ibrahim-bin-laden-house ୨ ଏକର ଜମିରେ ବିସ୍ତାରିତ ହୋଇଥିବା ଏହି ବଙ୍ଗଳାଟି ପ୍ରାୟ ୨୦ ବର୍ଷ ଧରି ସମ୍ପୂର୍ଣ୍ଣ ଖାଲି ପଡ଼ିଛି।[/caption]

Advertisment

୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଲାଦେନ୍‌ର ଭାଇ ଇବ୍ରାହିମ ଅଉ ଏଠାରେ ରହୁନାହିଁ। ସେ ଏହି ଘର ଛାଡି କେଉଁଆଡେ ପଳାଇଛି। ଏହି ଜାଗାଟିକୁ ୨୯୮୩ରେ ଇବ୍ରାହିମ୍‌ କିଣିଥିଲା। ସେହି ସମୟରେ ଏହି ବଙ୍ଗଳାର ଦାମ୍‌ ଥିଲା ୨ ମିଲିଅନ୍‌ ଅର୍ଥାତ ପାଖାପାଖି ୧ କୋଟି ୪୮ ଲକ୍ଷ।

ଦ ମର୍‌କ୍ୟୁରି ନ୍ୟୁଜ ମୁତାବକ, ଇବ୍ରାହିମ ଏଠାରେ ନିଜ ପୂର୍ବତନ ପତ୍ନୀ କ୍ରିଷ୍ଟାଇନ୍ ହାର୍ଟୁନିୟନ୍ ସିନାଙ୍କ ସହ ରହୁଥିଲା। ସେହି ସମୟେର ଇବ୍ରାହିମର ଏହି ବଙ୍ଗଳରେ ଅନେକ ଚକାର କାମ କରୁଥିଲେ। ଏପରିକି ସିକ୍ୟୁରିଟି ଷ୍ଟାଫ ମଧ୍ୟ ରଖିଥିଲା ଇବ୍ରାହିମ।

ଏହା ଏକ ପୁରାତନ ବଙ୍ଗଳା ଯାହା ୧୯୩୧ ରେ ନିର୍ମିତ ହୋଇଥିଲା। ୨ ଏକର ଜମିରେ ବିସ୍ତାରିତ ହୋଇଥିବା ଏହି ବଙ୍ଗଳାଟି ପ୍ରାୟ ୨୦ ବର୍ଷ ଧରି ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ଏଥିରେ ସାତଟି ବେଡ୍‌ରୁମ୍‌, ପାଞ୍ଚଟି ବାଥରୁମ, ବିରାଟ ବଡ ଡାଇନିଂ ହଲ୍‌ ସାଙ୍ଗକୁ ଆହୁରି କେତେ କ'ଣ ସୁବିଧା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe