Advertisment

ଚଳନ୍ତା କାର୍ ଉପରେ ଚଢ଼ି ଷ୍ଟଣ୍ଟ ଦେଖାଉଥିଲେ, ପଛରୁ ଧରିଲା ପୁଲିସ

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଠାରୁ କିଛି ଭିନ୍ନ କରି ଦେଖାଇବା ନିଶା ଅଧିକାଂଶ ଲୋକଙ୍କୁ ଘାରିଥାଏ। ଏଥିପାଇଁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ଷ୍ଟଣ୍ଟ କରିଥାନ୍ତି। କିନ୍ତୁ ଏହି ଅଜବ ଗଜବ କରିବା ନିଶା ବେଳେ ବେଳେ ବ୍ୟକ୍ତିଙ୍କୁ ଭାରି ପଡିଯାଏ। ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଚଳନ୍ତା କାର୍ ଉପରେ ଚଢ଼ି ପୁସଅପ୍ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ […]

ଅଦ୍ୟତନ ହୋଇଛି
ଚଳନ୍ତା କାର୍ ଉପରେ ଚଢ଼ି ଷ୍ଟଣ୍ଟ ଦେଖାଉଥିଲେ, ପଛରୁ ଧରିଲା ପୁଲିସ

push-ups-on-moving-car

Advertisment

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଠାରୁ କିଛି ଭିନ୍ନ କରି ଦେଖାଇବା ନିଶା ଅଧିକାଂଶ ଲୋକଙ୍କୁ ଘାରିଥାଏ। ଏଥିପାଇଁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ଷ୍ଟଣ୍ଟ କରିଥାନ୍ତି। କିନ୍ତୁ ଏହି ଅଜବ ଗଜବ କରିବା ନିଶା ବେଳେ ବେଳେ ବ୍ୟକ୍ତିଙ୍କୁ ଭାରି ପଡିଯାଏ। ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଚଳନ୍ତା କାର୍ ଉପରେ ଚଢ଼ି ପୁସଅପ୍ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି।

Advertisment

ପାକିସ୍ତାନ ସିନ୍ଧ ଅଞ୍ଚଳର ଲଡ୍ଡୁ ଖାନ ନାମକ ଜଣେ ବ୍ୟକ୍ତି ଏଭଳି ଷଣ୍ଟ ଦେଖାଇଛନ୍ତି।  ଦ୍ରୁତ ଗତିରେ ଯାଉଥିବା ଚଳନ୍ତା କାର୍ ଉପରେ ଚଢ଼ି, କାରର କବାଟକୁ ଧରି ସେ ପୁସଅପ୍ ମାରିଛନ୍ତି। କାର୍ ଭିତରେ ତାଙ୍କର କିଛି ସାଙ୍ଗସାଥୀମାନେ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ସବିହ ଫସିହି ନାମକ ଜଣେ ୟୁଜର୍ସ ଟୁଇଟରରେ ସେଆର କରିଛନ୍ତି। ଏହାକୁ ସେଆର କରି ସେ ଲେଖିଛନ୍ତି, “କ୍ରେଜିନେସ ମାମଲାରେ ପାକିସ୍ତାନକୁ କେହି ବି ହରାଇପାରିବେ ନାହିଁ।” ସେପଟେ ଭିଡିଓଟି ସାମ୍ନାକୁ ଆସିବା ପରେ ପୁଲିସ ତାଙ୍କୁ ପଛରୁ ଧରିଛି। ଡେଆର ଡେଭିଲ ଲଡ୍ଡୁ ଖାନଙ୍କୁ ପାକିସ୍ତାନ ପୁଲିସ ଗିରଫ କରିଛି।

https://twitter.com/sabeehfasihi/status/1364570064410836993?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1364570064410836993%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.indiatv.in%2Fviral%2Fnews-pakistani-viral-video-of-laddu-khan-push-ups-on-moving-car-775669

Advertisment

ସୂଚନାଯୋଗ୍ୟ ଯେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ଲଡ୍ଡୁ ଖାନ। ସେ ନିଜ ସାଙ୍ଗସାଥୀଙ୍କ ସହ ମିଶି ଜାତୀୟ ରାଜପଥରେ ମଉଜ ମସ୍ତି କରିବା ପାଇଁ ବାହାରିଥିଲେ। ଏତିକି ବେଳେ ଶୁନଶାନ ରାସ୍ତାକୁ ଦେଖି କିଛି ନିଆରା ତଥା ସାହସିକତା କାମ କରିବା ପାଇଁ ତାଙ୍କୁ ନିଶା ଘାରିଥିଲା। ଏହାପରେ ସେ ଅନ୍ୟର ଜୀବନକୁ ବାଜି ଲଗାଇ ଏଭଳି ଭୟଙ୍କର କାମ କରିଥିଲେ। ପରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଲଡ୍ଡୁ ଖାନଙ୍କୁ ଗିରଫ କରାଯାଇଛି । ଏଥିସହ ତାଙ୍କ କାରକୁ ମଧ୍ୟ ଜବତ କରାଯାଇଥିବା ନେଇ ମରଦାନ ଜିଲ୍ଲା ପୁଲିସ ସୂଚନା ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe