Advertisment

କ୍ୟାଟ୍ରିନାଙ୍କ ଟିପ୍‌ ଟିପ୍‌… ଗୀତରେ ନାଚିଲେ ସାଂସଦ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନାଚି ନାଚି ମଞ୍ଚ ଦୁଲିକେଇ ଦେଲେ ସାଂସଦ। ସମସ୍ତଙ୍କ ଆଗରେ କଲେ ଜବରଦସ୍ତ ଡ୍ୟାନ୍ସ। କୁର୍ତା ପାଇଜାମାରେ ନାଚି ନାଚି ସମସ୍ତଙ୍କୁ କଲେ ଚକିତ। ନିଜ ଷ୍ଟାଇଲ୍‌ ଓ ଡ୍ୟାନ୍ସିଂ ମୁଭ୍‌ସ୍‌ ବଳରେ କଲେ ଘାଇଲା। ଅକ୍ଷୟ କୁମାର ଓ କ୍ୟାଟ୍ରିନାଙ୍କ ଫେମସ୍‌ ବଲିଉଡ ଗୀତ ଟିପ୍‌ ଟିପ୍‌ ବର୍ଷା ପାନି…ରେ ନିକଟରେ ଜଣେ ସାଂସଦ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନୀ ନ୍ୟାସନାଲ ବିଧାନସଭାର […]

author-image
Madhupriya Mistry
ଅଦ୍ୟତନ ହୋଇଛି
କ୍ୟାଟ୍ରିନାଙ୍କ ଟିପ୍‌ ଟିପ୍‌… ଗୀତରେ ନାଚିଲେ ସାଂସଦ, ଭିଡିଓ ଭାଇରାଲ

MP Dance in Tip tip song

ନୂଆଦିଲ୍ଲୀ: ନାଚି ନାଚି ମଞ୍ଚ ଦୁଲିକେଇ ଦେଲେ ସାଂସଦ। ସମସ୍ତଙ୍କ ଆଗରେ କଲେ ଜବରଦସ୍ତ ଡ୍ୟାନ୍ସ। କୁର୍ତା ପାଇଜାମାରେ ନାଚି ନାଚି ସମସ୍ତଙ୍କୁ କଲେ ଚକିତ। ନିଜ ଷ୍ଟାଇଲ୍‌ ଓ ଡ୍ୟାନ୍ସିଂ ମୁଭ୍‌ସ୍‌ ବଳରେ କଲେ ଘାଇଲା। ଅକ୍ଷୟ କୁମାର ଓ କ୍ୟାଟ୍ରିନାଙ୍କ ଫେମସ୍‌ ବଲିଉଡ ଗୀତ ଟିପ୍‌ ଟିପ୍‌ ବର୍ଷା ପାନି...ରେ ନିକଟରେ ଜଣେ ସାଂସଦ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପାକିସ୍ତାନୀ ନ୍ୟାସନାଲ ବିଧାନସଭାର ଜଣେ ସଦସ୍ୟ ତଥା ସେଠାକାର ଟେଲିଭିଜନର ଜଣେ ପ୍ରସିଦ୍ଧ ହୋଷ୍ଟ ଆମୀର ଲିୟାକତ ହୁସେନ। ସେ ବଲିଉଡର କ୍ୟାଟ୍ରିନା ଓ ଅକ୍ଷୟ କୁମାରଙ୍କ ଗୀତରେ ଡ୍ୟାନ୍ସ କରି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ତାଙ୍କ ଭିଡିଓକୁ ଖୁବ୍‌ ପସନ୍ଦ କରାଯାଉଛି। କିନ୍ତୁ ପାକିସ୍ତାନର ଜନସାଧାରଣଙ୍କୁ ଏହା ପସନ୍ଦ ଆସିନି।  ଏହାକୁ ନେଇ ସେଠାକାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଂସଦ ଜଣଙ୍କ ଏଭଳି ଡ୍ୟାନ୍ସ କରିବାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଛି।

ସାଂସଦଙ୍କ ଏହି ଡ୍ୟାନ୍ସ ଭିଡିଓକୁ ତୈମୁର ଜମୁନ ନାମକ ଜଣେ ୟୁଜର ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଭିଡିଓରେ ପାକିସ୍ତାନୀ ସାଂସଦ ଲିୟାକତଙ୍କୁ ଅଫ୍‌ ହ୍ୱାଇଟ୍‌ କୁର୍ତା ସାଙ୍ଗକୁ ବ୍ରାଉନ୍‌ ନେହେରୁ ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିସହ ଅନ୍ୟ ସାଂସଦଙ୍କ ସାମ୍ନାରେ ଗୀତର ତାଳେ ତାଳେ ନିଜ ଡ୍ୟାନ୍ସିଂ ଷ୍ଟେପ୍‌ ମିଶାଇଛନ୍ତି ସାଂସଦ।

Advertisment

ସାଂସଦଙ୍କ ଏଭଳି ଡ୍ୟାନ୍ସ ଦେଖି ଅନେକ ୟୁଜର୍ସ ତାଙ୍କ ପ୍ରଶଂସା କରିଛନ୍ତି। ସେପଟେ କିନ୍ତୁ ପାକିସ୍ତାନୀ ୟୁଜର୍ସଙ୍କୁ ସାଂସଦଙ୍କ ଏଭଳି ଡ୍ୟାନ୍ସ କରିବା ଭଲ ଲାଗିନି। ତେବେ ଆମୀର ଲିୟାକତ କେଉଁ କାର୍ଯ୍ୟକ୍ରମ ବେଳେ ଏଭଳି ଡ୍ୟାନ୍ସ କରିଛନ୍ତି ସେନେଇ କିଛି ସୂଚନା ମିଳିନାହିଁ। ଏହି ସାଂସଦ ଜଣକ ଏଭଳି ସର୍ବସମ୍ମୁଖରେ ଡ୍ୟାନ୍ସ କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଆମୀର ନାଗୀନ ଡ୍ୟାନ୍ସ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଯାହା ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

https://twitter.com/PatrakaarPopat/status/1478934548876386305?s=20