Advertisment

ବାହାଘର ରିସେପ୍‌ସନ୍‌ରେ ସ୍ତ୍ରୀଙ୍କୁ ଗଧ ଛୁଆ ଗିଫ୍ଟ କଲେ ସ୍ୱାମୀ

ନୂଆଦିଲ୍ଲୀ: ସାଧାରଣତଃ ବିବାହ ରିସେପ୍‌ସନ୍‌ରେ ନବବିବାହିତ ବର-କନ୍ୟାଙ୍କୁ ଢ଼େର ସାରା ଗିଫ୍ଟ ମିଳେ। ବନ୍ଧୁବାନ୍ଧବ ଠାରୁ ଆରମ୍ଭ କରି ସମ୍ପର୍କିୟମାନେ ନାନା ଉପହାର ଦିଅନ୍ତି। ସେହିପରି ବର ମଧ୍ୟ ନିଜ ସ୍ତ୍ରୀକୁ କିଛି ନା କିଛି ଗିଫ୍ଟ ଦେଇଥାଏ। ସେ ସୁନା ହେଉ ଅବା ହୀରା, ଅଥବା କିଛି ଲଗ୍‌ଜୁରୀ ଆଇଟମ୍। କିନ୍ତୁ ନିକଟରେ ଜଣେ ନବବିବାହିତ ସ୍ତ୍ରୀକୁ ବିବାହ ରିସେପ୍‌ସନ୍‌ରେ ଏକ ଗଧ ଛୁଆ ଉପହାର ସ୍ୱରୂପ ମିଳିଛି। ଆଉ ଏହି ଉପହାର ତାଙ୍କୁ ତାଙ୍କ […]

author-image
Madhupriya Mistry
ବାହାଘର ରିସେପ୍‌ସନ୍‌ରେ ସ୍ତ୍ରୀଙ୍କୁ ଗଧ ଛୁଆ ଗିଫ୍ଟ କଲେ ସ୍ୱାମୀ

gifted-donkey

ନୂଆଦିଲ୍ଲୀ: ସାଧାରଣତଃ ବିବାହ ରିସେପ୍‌ସନ୍‌ରେ ନବବିବାହିତ ବର-କନ୍ୟାଙ୍କୁ ଢ଼େର ସାରା ଗିଫ୍ଟ ମିଳେ। ବନ୍ଧୁବାନ୍ଧବ ଠାରୁ ଆରମ୍ଭ କରି ସମ୍ପର୍କିୟମାନେ ନାନା ଉପହାର ଦିଅନ୍ତି। ସେହିପରି ବର ମଧ୍ୟ ନିଜ ସ୍ତ୍ରୀକୁ କିଛି ନା କିଛି ଗିଫ୍ଟ ଦେଇଥାଏ। ସେ ସୁନା ହେଉ ଅବା ହୀରା, ଅଥବା କିଛି ଲଗ୍‌ଜୁରୀ ଆଇଟମ୍। କିନ୍ତୁ ନିକଟରେ ଜଣେ ନବବିବାହିତ ସ୍ତ୍ରୀକୁ ବିବାହ ରିସେପ୍‌ସନ୍‌ରେ ଏକ ଗଧ ଛୁଆ ଉପହାର ସ୍ୱରୂପ ମିଳିଛି। ଆଉ ଏହି ଉପହାର ତାଙ୍କୁ ତାଙ୍କ ସ୍ୱାମୀ ହିଁ ଦେଇଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଅଜଲାନ୍ ଶାହା। ଏ ହେଉଛନ୍ତି ପାକିସ୍ତାନର ଜଣେ ଫେମସ୍ ୟୁଟ୍ୟୁବର୍। ସେ ନିକଟରେ ବାରିସାଙ୍କୁ ବିବାହ କରିଛନ୍ତି। ତେବେ ଅଜଲାନଙ୍କ ବିବାହ ରିସେସନ୍‌ର ଭିଡିଓ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି। ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି। କାରଣ ବିବାହ ରିସେପସନ୍ ମଣ୍ଡପ ଉପରେ ଅଜଲାନ୍ ବାରିସାଙ୍କୁ ଗିଫ୍ଟ ରୂପେ ଦେଇଛନ୍ତି ଏକ ଗଧ ଛୁଆ। ଏହି ପୂରା ଘଟଣାର ଭିଡିଓକୁ ଖୋଦ୍ ଅଜଲାନ୍ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

Advertisment

ପତ୍ନୀ ବାରିସାଙ୍କୁ ଗଧ ଛୁଆ ଖୁବ୍ ପସନ୍ଦ। ସେ ଜଣେ ପଶୁ ପ୍ରେମୀ ମଧ୍ୟ। ଏ କଥା ଜାଣିଥିଲେ ସ୍ୱାମୀ ଅଜଲାନ। ଏହି କାରଣରୁ ସେ ନିଜ ବିବାହରେ ତାଙ୍କ ପତ୍ନୀଙ୍କୁ ଏହି ଉପହାର ଦେଇଛନ୍ତି। ସେ କହିଛନ୍ତି, ଗଧ ହେଉଛି ବିଶ୍ୱର ସବୁଠାରୁ କୌତୁକିଆ ଓ ପରିଶ୍ରମି ପ୍ରାଣୀ। କେବଳ ସେତିକି ନୁହେଁ, ଗଧ ଛୁଆକୁ ତା’ ମାଆଠାରୁ ଅଲଗା କରିବେନି ବୋଲି ସେ ଉଭୟ ମାଆ ଓ ଛୁଆଙ୍କୁ କିଣି ଆଣିଥିବା କଥା ଉଲ୍ଲେଖ କରିଛନ୍ତି। ଏହି ଦୁଇ ଗଧକୁ ସେ ୩୦ ହଜାର ଟଙ୍କା ଦେଇ କିଣିଛନ୍ତି। ଏବେ ଏହି ପଶୁମାନଙ୍କୁ ଆଉ ଖଟିବାକୁ ପଡିବନି। ଏ ଦୁହେଁ ଫାର୍ମ ହାଉସରେ ବେଶ୍ ମଜାରେ ରହିବେ ବୋଲି ଅଜଲାନ କହିଛନ୍ତି।

ଆଜଲାନ ଶାହ ହେଉଛନ୍ତି ପାକିସ୍ତାନର ଜଣେ ଜଣାଶୁଣା ୟୁଟ୍ୟୁବର୍‌। ଗତ କିଛି ଦିନ ତଳେ ସେ ବାରିସାଙ୍କୁ ବିବାହ କରିଛନ୍ତି। ବିବାହ ପରେ ହୋଇଥିବା ରିସେପ୍‌ସନ ପାର୍ଟିରେ ଆଜ୍‌ଲାନ ତାଙ୍କ ପତ୍ନୀଙ୍କୁ ଏହି ଉପହାର ଦେଇଛନ୍ତି।