Advertisment

ଦାଢ଼ି ରଖିଲେ ବିବାହ ମନା, ୧୯ ଗାଁରେ ଫତୱା ଜାରି

ଜୟପୁର: ପୁରୁଷଙ୍କ ପାଇଁ ଏବେ ଦାଢ଼ି ରଖିବା ବଡ ଫ୍ୟାଶନ ପାଲଟିଗଲାଣି। ଦାଢ଼ିକୁ ଭିନ୍ନ ଭିନ୍ନ ଷ୍ଟାଇଲରେ ରଖିବା ଯୁବକଙ୍କ ମଧ୍ୟରେ ବଡ ଟ୍ରେଣ୍ଡ ପାଲଟିଛି। କ୍ଲିନ୍‌ ସେଭଙ୍କୁ ଆଉ କିଏ ପସନ୍ଦ କରୁନାହାନ୍ତି। କହିବାକୁ ଗଲେ ବିଅର୍ଡ ଲୁକ୍‌ ପୁରୁଷଙ୍କ ଉପରେ ଭାରି ମାନେ। ସେ ବିରାଟ କୋହଲି ହୁଅନ୍ତୁ କି କେଜିଏଫ୍‌ ସୁପରଷ୍ଟାର୍‌ ୟଶ୍‌ ଅବା ପୁଷ୍ପାର ଅଲ୍ଲୁ ଅର୍ଜୁନ। ଦାଢ଼ି ପାଇଁ ସମସ୍ତେ ଚର୍ଚ୍ଚିତ। ହେଲେ ଏମିତି ଏକ ଗାଁ ଅଛି ଯେଉଁଠି […]

ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା, ଗୋଟିଏ କ୍ଲିକ୍‌ରେ ଖାଲି ହୋଇଗଲା ଆକାଉଣ୍ଟ

marriage

Advertisment

ଜୟପୁର: ପୁରୁଷଙ୍କ ପାଇଁ ଏବେ ଦାଢ଼ି ରଖିବା ବଡ ଫ୍ୟାଶନ ପାଲଟିଗଲାଣି। ଦାଢ଼ିକୁ ଭିନ୍ନ ଭିନ୍ନ ଷ୍ଟାଇଲରେ ରଖିବା ଯୁବକଙ୍କ ମଧ୍ୟରେ ବଡ ଟ୍ରେଣ୍ଡ ପାଲଟିଛି। କ୍ଲିନ୍‌ ସେଭଙ୍କୁ ଆଉ କିଏ ପସନ୍ଦ କରୁନାହାନ୍ତି। କହିବାକୁ ଗଲେ ବିଅର୍ଡ ଲୁକ୍‌ ପୁରୁଷଙ୍କ ଉପରେ ଭାରି ମାନେ। ସେ ବିରାଟ କୋହଲି ହୁଅନ୍ତୁ କି କେଜିଏଫ୍‌ ସୁପରଷ୍ଟାର୍‌ ୟଶ୍‌ ଅବା ପୁଷ୍ପାର ଅଲ୍ଲୁ ଅର୍ଜୁନ। ଦାଢ଼ି ପାଇଁ ସମସ୍ତେ ଚର୍ଚ୍ଚିତ। ହେଲେ ଏମିତି ଏକ ଗାଁ ଅଛି ଯେଉଁଠି ଦାଢ଼ି ରଖିବା ମନା। ପୁରୁଷଙ୍କ ଦାଢ଼ି ଉପରେ ଜାରି ହୋଇଛି କଟକଣା।

Advertisment

ରାଜସ୍ଥାନର ପାଲି ଜିଲ୍ଲା। ଏଠକାର ୧୯ଟି ଗାଁରେ ଦାଢ଼ି ରଖିବାକୁ ନେଇ ଜାରି ହୋଇଛି ଫତୱା। ପୁରୁଷଙ୍କୁ ଦାଢ଼ି ରଖିବାକୁ ମନା ହୋଇଛି। ଯିଏ ଦାଢ଼ି ରଖିବ ତା'ର ହୋଇପାରିବନି ବାହାଘର। ଏନେଇ ସମାଜ ପକ୍ଷରୁ ସଫା ସଫା ଚେତାବନୀ ଜାରି କରାଯାଇଛି। ଦାଢ଼ି ରଖିଥିବା ପୁଅଙ୍କୁ ଝିଅ ଦିଆଯିବ ନାହିଁ। ବିବାହ କରିବାକୁ ହେଲେ କ୍ଲିନ୍‌ ସେଭ୍‌ ବାଧ୍ୟତାମୂଳକ। ଏନେଇ କୁମାୱତ ସମାଜର ସରପଞ୍ଚ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏଥିସହ ଜିଲ୍ଲାର ୧୯ଟି ଗାଁରେ ପତୱା ମଧ୍ୟ ଜାରି କରିଛନ୍ତି। ବରର ଦାଢ଼ିକୁ ନେଇ ଜାରି ଫତୱାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି।

ପାରିତ ହୋଇଥିବା ପ୍ରସ୍ତାବ ମୁତାବକ, ଯଦି ବର ଦାଢ଼ି ବଢ଼ାଇ ବିବାହ ବେଦିରେ ବସେ ତେବେ ତାକୁ ସାତ ଫେରା ନେବାକୁ ଦିଆଯିବ ନାହିଁ। କୁମାୱତ ସମାଜର ବୈଠକରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି। କୁମାୱତ ସମାଜର କହିବା ମୁତାବକ, ବିବାହ ଏକ ନିଆରା ପରମ୍ପରା, ଏଥିରେ ବୀଙ୍କୁ ରାଜା ଭଳି ଦେଖାଯିବା ଉଚିତ। ଏଭଳି ସ୍ଥିତିରେ ଯଦି ବର ଦାଢ଼ ରଖେ, ତେବେ ତାହା ଅଶୁଭ ବୋଲି ବିଶ୍ୱାସ କରାଯାଏ। ଫ୍ୟାଶନକୁ ନେଇ କୌଣସି ସମସ୍ୟା ନାହିଁ, କିନ୍ତୁ ବର ଦାଢ଼ି ରଖି ବିବାହ କରିବା ଆମକୁ ମଞ୍ଜୁର ନୁହେଁ ବୋଲି କମାୱତ ସମାଜ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe