ଥାନା ଭିତରେ ପଶି ପୁଲିସକୁ ନିର୍ଧୁମ ପିଟିଲେ

ନୂଆଦିଲ୍ଲୀ: ସାଧାରଣତଃ ପୁଲିସ ଜନତାଙ୍କୁ ମାଡ ମାରୁଥିବା କଥା ଆପଣମାନେ ଶୁଣିଥିବେ। କିନ୍ତୁ ଏଠି ଚିତ୍ର ପୂରା ଓଲଟା। ଥାନା ଭିତରେ ପଶି ପୁଲିସ ବାବୁଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ। ଯେତେ କହିଲେ ବି କିଛି ଶୁଣିଲେନି। ଆଖପାଖରେ ଅନ୍ୟ ପୁଲିସକର୍ମୀମାନେ ଥିଲେ ମଧ୍ୟ ମାଡ ଖାଉଥିବା ପୁଲିସ ଅଫିସରଙ୍କୁ ରକ୍ଷା କରିପାରିଲେ ନାହିଁ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ।
ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳ। ଏଠାକାର ସ୍ଥାନୀୟ ପୁଲିସକୁ ଲୋକେ ଘେରି ଯାଇ ମାଡ ମାରିଛନ୍ତି। ଚାପୁଡା ଉପରେ ଚାପୁଡା ମାରି ଚାଲିଛନ୍ତି ଲୋକେ। କେବଳ ସେତିକି ନୁହେଁ ପୁଲିସ ବାବୁ ଜଣ କ୍ଷମା ମାଗିଥିଲେ ମଧ୍ୟ ସେମାନେ କିଛି ଶୁଣୁ ନାହାନ୍ତି। ସେହିପରି ଥାନା ଭିତରେ ଥିବା ଅନ୍ୟ ପୁଲିସକର୍ମୀମାନେ ମଧ୍ୟ ନିଜ ସହକର୍ମୀଙ୍କୁ ମାଡ ଖାଉଥିବା ଦେଖିବା ଛଡା କିଛି କରିପାରୁନାହାନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମାଡ ଖାଉଥିବା ଉକ୍ତ ପୁଲିସ କର୍ମୀ ଜଣକ ପ୍ରକାଶ ବୋଲି ଜଣାପଡିଛି। ସେ ଏହି ଥାନାର କନଷ୍ଟେବଳ ଅଟନ୍ତି। ଅଗଷ୍ଟ ୩ ତାରିଖରେ କିଛି ଲୋକେ ତାଙ୍କୁ ଘେରି ଯାଇ ମାଡ ମାରିଥିବା ଜଣାପଡିଛି। ତେବେ କେଉଁ କାରଣରୁ ଓ କାହିଁକି ଏଭଳି ପୁଲିସ ବାବୁ ଜଣକ ମାଡ ଖାଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ସେପଟେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ପ୍ରଶାସନିକ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ପୂରା ମାମଲାରେ ଡିସିପି କହିଛନ୍ତି ଯେ, ଅଭିଯୁକ୍ତଙ୍କ ଚିହ୍ନଟ ହୋଇଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାକୁ ମଧ୍ୟ ଛଡାଯିବ ନାହିଁ।
#WATCH | Delhi: A viral video shows some people beating up the head police constable inside Anand Vihar Police Station in Shahdara
Preliminary probe shows that the video is of 31st July & now legal action is being taken against it: Delhi Police official
(Note: Strong language) pic.twitter.com/5oC7UGsNQZ
— ANI (@ANI) August 6, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।