Advertisment

ଥାନା ଭିତରେ ପଶି ପୁଲିସକୁ ନିର୍ଧୁମ ପିଟିଲେ

ନୂଆଦିଲ୍ଲୀ: ସାଧାରଣତଃ ପୁଲିସ ଜନତାଙ୍କୁ ମାଡ ମାରୁଥିବା କଥା ଆପଣମାନେ ଶୁଣିଥିବେ। କିନ୍ତୁ ଏଠି ଚିତ୍ର ପୂରା ଓଲଟା। ଥାନା ଭିତରେ ପଶି ପୁଲିସ ବାବୁଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ। ଯେତେ କହିଲେ ବି କିଛି ଶୁଣିଲେନି। ଆଖପାଖରେ ଅନ୍ୟ ପୁଲିସକର୍ମୀମାନେ ଥିଲେ ମଧ୍ୟ ମାଡ ଖାଉଥିବା ପୁଲିସ ଅଫିସରଙ୍କୁ ରକ୍ଷା କରିପାରିଲେ ନାହିଁ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ। ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳ। ଏଠାକାର ସ୍ଥାନୀୟ ପୁଲିସକୁ ଲୋକେ […]

ଅଦ୍ୟତନ ହୋଇଛି
ଥାନା ଭିତରେ ପଶି ପୁଲିସକୁ ନିର୍ଧୁମ ପିଟିଲେ

people-beat-constable

Advertisment

ନୂଆଦିଲ୍ଲୀ: ସାଧାରଣତଃ ପୁଲିସ ଜନତାଙ୍କୁ ମାଡ ମାରୁଥିବା କଥା ଆପଣମାନେ ଶୁଣିଥିବେ। କିନ୍ତୁ ଏଠି ଚିତ୍ର ପୂରା ଓଲଟା। ଥାନା ଭିତରେ ପଶି ପୁଲିସ ବାବୁଙ୍କୁ ନିର୍ଧୁମ ପିଟିଛନ୍ତି ଲୋକେ। ଯେତେ କହିଲେ ବି କିଛି ଶୁଣିଲେନି। ଆଖପାଖରେ ଅନ୍ୟ ପୁଲିସକର୍ମୀମାନେ ଥିଲେ ମଧ୍ୟ ମାଡ ଖାଉଥିବା ପୁଲିସ ଅଫିସରଙ୍କୁ ରକ୍ଷା କରିପାରିଲେ ନାହିଁ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ।

Advertisment

ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳ। ଏଠାକାର ସ୍ଥାନୀୟ ପୁଲିସକୁ ଲୋକେ ଘେରି ଯାଇ ମାଡ ମାରିଛନ୍ତି। ଚାପୁଡା ଉପରେ ଚାପୁଡା ମାରି ଚାଲିଛନ୍ତି ଲୋକେ। କେବଳ ସେତିକି ନୁହେଁ ପୁଲିସ ବାବୁ ଜଣ କ୍ଷମା ମାଗିଥିଲେ ମଧ୍ୟ ସେମାନେ କିଛି ଶୁଣୁ ନାହାନ୍ତି। ସେହିପରି ଥାନା ଭିତରେ ଥିବା ଅନ୍ୟ ପୁଲିସକର୍ମୀମାନେ ମଧ୍ୟ ନିଜ ସହକର୍ମୀଙ୍କୁ ମାଡ ଖାଉଥିବା ଦେଖିବା ଛଡା କିଛି କରିପାରୁନାହାନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମାଡ ଖାଉଥିବା ଉକ୍ତ ପୁଲିସ କର୍ମୀ ଜଣକ ପ୍ରକାଶ ବୋଲି ଜଣାପଡିଛି। ସେ ଏହି ଥାନାର କନଷ୍ଟେବଳ ଅଟନ୍ତି। ଅଗଷ୍ଟ ୩ ତାରିଖରେ କିଛି ଲୋକେ ତାଙ୍କୁ ଘେରି ଯାଇ ମାଡ ମାରିଥିବା ଜଣାପଡିଛି। ତେବେ କେଉଁ କାରଣରୁ ଓ କାହିଁକି ଏଭଳି ପୁଲିସ ବାବୁ ଜଣକ ମାଡ ଖାଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

Advertisment

ସେପଟେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ପ୍ରଶାସନିକ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ପୂରା ମାମଲାରେ ଡିସିପି କହିଛନ୍ତି ଯେ, ଅଭିଯୁକ୍ତଙ୍କ ଚିହ୍ନଟ ହୋଇଛି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଉକ୍ତ  ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାକୁ ମଧ୍ୟ ଛଡାଯିବ ନାହିଁ।

https://twitter.com/ANI/status/1555874436443951104?s=20&t=4EhnuckXQG03lEvDCNtcmA

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe