Advertisment

ଆମ୍ବୁଲାନ୍ସକୁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଲୋକେ, ଭିଡିଓ ଭାଇରାଲ

ୱାଶିଂଟନ୍‌: ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ପାଇଁ ପ୍ରତିଟି ମିନିଟ୍‌ ଗୁରୁତ୍ୱ ପୂର୍ଣ୍ଣ। ଆମ୍ବୁଲାନ୍ସ ଯିବା ବେଳେ ରାସ୍ତାରେ ଲୋକେ ବାଟ ଛାଡି ଦିଅନ୍ତି। ଟାଫ୍ରିକ ମଧ୍ୟ ଅଟକାଏ ନାହିଁ। ତେବେ ବେଳେ ବେଳେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ପାଇଁ ଟ୍ରାଫିକ୍‌ ସର୍ବଦା ଅନୁକୂଳ ହୋଇନଥାଏ। ଗହଳି ତଥା ଭିଡ ମଧ୍ୟରେ ଫସିଯାଇଥାଏ ଆମ୍ବୁଲାନ୍ସ। ଚେଷ୍ଟା କଲେ ମଧ୍ୟ ଯିବା ପାଇଁ ବାଟ ପାଇପାରିନଥାଏ। ତେବେ ନିକଟରେ ରାସ୍ତାରେ ଆମ୍ବୁଲାନ୍ସକୁ ଦେଖି ଲୋକେ ନିଆରା କାମ କରିଛନ୍ତି। ଯିବା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆମ୍ବୁଲାନ୍ସକୁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଲୋକେ, ଭିଡିଓ ଭାଇରାଲ

people get out of cars

ୱାଶିଂଟନ୍‌: ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ପାଇଁ ପ୍ରତିଟି ମିନିଟ୍‌ ଗୁରୁତ୍ୱ ପୂର୍ଣ୍ଣ। ଆମ୍ବୁଲାନ୍ସ ଯିବା ବେଳେ ରାସ୍ତାରେ ଲୋକେ ବାଟ ଛାଡି ଦିଅନ୍ତି। ଟାଫ୍ରିକ ମଧ୍ୟ ଅଟକାଏ ନାହିଁ। ତେବେ ବେଳେ ବେଳେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ପାଇଁ ଟ୍ରାଫିକ୍‌ ସର୍ବଦା ଅନୁକୂଳ ହୋଇନଥାଏ। ଗହଳି ତଥା ଭିଡ ମଧ୍ୟରେ ଫସିଯାଇଥାଏ ଆମ୍ବୁଲାନ୍ସ। ଚେଷ୍ଟା କଲେ ମଧ୍ୟ ଯିବା ପାଇଁ ବାଟ ପାଇପାରିନଥାଏ।

Advertisment

ତେବେ ନିକଟରେ ରାସ୍ତାରେ ଆମ୍ବୁଲାନ୍ସକୁ ଦେଖି ଲୋକେ ନିଆରା କାମ କରିଛନ୍ତି। ଯିବା ପାଇଁ ରାସ୍ତା ନଥିଲେ ମଧ୍ୟ ତିଆରି କରିଛନ୍ତି ରାସ୍ତା। ଯୁକ୍ତରାଷ୍ଟ୍ର ଆମେରିକାର ଲୋକେ ଏମିତି କରିଦେଖାଇଛନ୍ତି, ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଆମେରିକାର ଏକ ଛକରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଟ୍ରାଫିକ୍‌ ଜାମ୍‌ ଥିଲା।  ରାସ୍ତାରେ ପ୍ରାୟ ୩୦ରୁ ୪୦ ଗାଡି ଅଟକି ରହିଥିଲା। ସେପଟେ ରାସ୍ତାର ଅନ୍ୟ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଥିଲା।  ଠିକ୍‌ ଏତିକି ବେଳେ ଆମ୍ବୁଲାନ୍ସ ଆସିଥିଲା। ଆମ୍ବୁଲାନ୍ସକୁ ଦେଖି ଲୋକେ ନିଜ ଗାଡିରୁ ଓହ୍ଲାଇ ଆସିଥିଲେ ଏବଂ ବନ୍ଦ ହୋଇଥିବା ରାସ୍ତାଟିକୁ ଖାଲି କରିଦେଇଥିଲେ।

Advertisment

ରୋଗୀ ଯେପରି ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚି ପାରିବେ ସେଥିପାଇଁ ରାସ୍ତା ଉପରୁ ସବୁ ହଡଲ୍ସ ହଟାଇ ଆମ୍ବୁଲାନ୍ସକୁ ଛାଡିଥିଲେ ବାଟ। ଏହି ସମସ୍ତ ଘଟଣାର ଭିଡିଓକୁ ଜଣେ ନିଜ କ୍ୟାମେରାରେ କଏଦ୍‌ କରି ଟିକ୍‌ଟକ୍‌ରେ ସେଆର କରିଛନ୍ତି, ଯାହ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସହାୟତା କରିଥିବା ଲୋକଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।

View this post on Instagram

A post shared by Nextdoor (@nextdoor)