Advertisment

ଭୋଜି ଖାଇବାକୁ ଦେଲେନି, ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର

ନୂଆଦିଲ୍ଲୀ: ବିବାହ ଦିନର ସ୍ମୃତିକୁ ସାଇତି ରଖିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏଥିପାଇଁ ଫଟୋ ସୁଟ୍‌ଠାରୁ ଆରମ୍ଭ କରି ଭିଡିଓ ସୁଟ୍‌ କେତେ କ’ଣ କରନ୍ତି। ଫଟୋ ସୁଟ୍‌ ପାଇଁ ବିବାହରେ ପ୍ରମୁଖ ଭୂମିକା ନେଇଥାଏ ଫଟୋଗ୍ରାଫର। ସମସ୍ତ ମୁହୂର୍ତ୍ତକୁ ସେ ନିଜ କ୍ୟାମେରାରେ କଏଦ୍‌ କରିବାକୁ ଚେଷ୍ଟା କରିଥାଏ। ଏହାରି ଭିତରେ ସେ ଖାଇବାକୁ ମଧ୍ୟ ସମୟ ପାଇ ପାରେ ନାହିଁ। ନିକଟରେ ଭୋଜି ଖାଇବାକୁ ନେଇ ଜଣେ ପଟୋଗ୍ରାଫର ସହ ଏକ ଅଦ୍ଭୁତ […]

ଭୋଜି ଖାଇବାକୁ ଦେଲେନି, ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର

Photography

Advertisment

ନୂଆଦିଲ୍ଲୀ: ବିବାହ ଦିନର ସ୍ମୃତିକୁ ସାଇତି ରଖିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏଥିପାଇଁ ଫଟୋ ସୁଟ୍‌ଠାରୁ ଆରମ୍ଭ କରି ଭିଡିଓ ସୁଟ୍‌ କେତେ କ'ଣ କରନ୍ତି। ଫଟୋ ସୁଟ୍‌ ପାଇଁ ବିବାହରେ ପ୍ରମୁଖ ଭୂମିକା ନେଇଥାଏ ଫଟୋଗ୍ରାଫର। ସମସ୍ତ ମୁହୂର୍ତ୍ତକୁ ସେ ନିଜ କ୍ୟାମେରାରେ କଏଦ୍‌ କରିବାକୁ ଚେଷ୍ଟା କରିଥାଏ। ଏହାରି ଭିତରେ ସେ ଖାଇବାକୁ ମଧ୍ୟ ସମୟ ପାଇ ପାରେ ନାହିଁ। ନିକଟରେ ଭୋଜି ଖାଇବାକୁ ନେଇ ଜଣେ ପଟୋଗ୍ରାଫର ସହ ଏକ ଅଦ୍ଭୁତ ଘଟଣା ଘଟିଛି। ଭୋଜି ଖାଇବାକୁ ମନା କରିବାକୁ ରାଗି ଯାଇଛନ୍ତି ଫଟୋଗ୍ରାଫର।

Advertisment

ନିକଟରେ ଏଭଳି ହିଁ ଘଟଣା ସାମ୍ନାକୁ ଆସିଛି। ବିବାହ ଭୋଜି ଖାଇବାକୁ ଜଣେ ଫଟୋଗ୍ରାଫରକୁ ବାରଣ କରାଯାଇଛି। ଏଥିରେ ରାଗିଯାଇ ସେ ବର ସାମ୍ନାରେ ହିଁ ବିବାହର ସମସ୍ତ ଫଟୋ ଡିଲିଟ୍‌ କରି ଦେଇଛନ୍ତି। ଉକ୍ତ ଫଟୋଗ୍ରାଫର ଜଣକ ଏସମସ୍ତ ଘଟଣାକୁ ନିଜ ସୋଶାଲ ମିଡିଆରେ ବଖାଣିଛନ୍ତି।  ଏଥିସହ ଲୋକଙ୍କୁ ତାଙ୍କର ମତ ମାଗିଛନ୍ତି।

ଫଟୋଗ୍ରାଫର ଜଣକ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଁ ଜଣେ ପେଶାଦାର ଫଟୋଗ୍ରାଫର ନୁହେଁ। ମୁଁ ପୋଷା କୁକୁରଙ୍କୁ ବୁଲାଏ ଏବଂ ତାଙ୍କ ଫଟୋ ଉଠାଏ। ଏହା ମୋର ସଉକ। ତେବେ ମୋର ଜଣେ ବନ୍ଧୁ ଟଙ୍କା ସଞ୍ଚୟ ପାଇଁ ମୋତେ ତାଙ୍କ ବିବାହର ଫଟୋ ଉଠାଇବା ପାଇଁ ଅନୁରୋଧ କରିଥିଲେ। ୱେଡିଂ ଫଟୋଗ୍ରାଫି ମୋର କାମ ନୁହେଁ କହି ପ୍ରଥମେ ମୁଁ ମନା କରିଦେଇଥିଲି। କିନ୍ତୁ ପରେ ସେ ବାଧ୍ୟ କରିବାକୁ ମୁଁ ଫଟୋଗ୍ରାଫି କରିଥିଲି। ଏଥିପାଇଁ ସେ ମୋତେ ୨୫୦ ଡଲାର ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ।

Advertisment

ଫଟୋଗ୍ରାଫର ଜଣକ ଆହୁରି ଲେଖିଛନ୍ତି, ବିବାହ ଦିନ ସକାଳ ୧୧ଟାରେ ଫଟୋ ଉଠାଇବା କାମ ଆରମ୍ଭ ହୋଇଥିଲା। ରାତି ୮ଟାରେ ଏହି କାମ ସରିବାର ଥିଲା। ଏହାରି ଭିତରେ ସନ୍ଧ୍ୟା ୫ଟାରେ ଭୋଜି ଖାଇବା ଆରମ୍ଭ ହୋଇଥିଲା। ତେବେ ଫଟୋଗ୍ରାଫର ପାଇଁ କୌଣସି ଟେବୁଲରେ ସ୍ଥାନ ନଥିଲା। ମୋତେ ଖାଦ୍ୟ ଖାଇବାକୁ ମନା କରି ଦିଆଯାଇଥିଲା। ଲଗାତର ଫଟୋ ଉଠାଇବା ପାଇଁ କୁହାଯାଇଥିଲା।

ପରେ ଫଟୋଗ୍ରାଫର ଜଣକ ବର ପାଖକୁ ଯାଇ ୨୦ ମିନିଟ୍‌ ବ୍ରେକ ଦେବା ପାଇଁ କହିଥିଲେ। କିନ୍ତୁ ଏଥିରେ ବର ମାନିନଥିଲେ। ଲଗାତାର ଫଟୋ ଉଠାଅ ନଚେତ ଟଙ୍କା ଦେବେନି ବୋଲି ଧମକ ଦେଇଥିଲେ। ଶେଷରେ ଭୋକ ଯନ୍ତ୍ରଣା ଯୋଗୁଁ ସେ ରାଗି ଯାଇ ବର ସାମ୍ନାରେ ହିଁ ବିବାହର ସବୁ ଫଟୋ ଡିଲିଟ୍‌ କରିଦେଇ ଥିଲେ ବୋଲି କହିଛନ୍ତି।

ଫଟୋଗ୍ରାଫରଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କର ଏହି ପୋଷ୍ଟରେ ଭିନ୍ନ ଭିନ୍ନ କେମଣ୍ଟ ଦେଉଛନ୍ତି। କେତେକ ୟୁଜର୍ସ ଫଟୋଗ୍ରାଫରଙ୍କୁ ସମର୍ଥନ କରିଛନ୍ତି। ସେ ଯାହା କରିଛନ୍ତି ଠିକ୍‌ କରିଛନ୍ତି ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe