Advertisment

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଯୁବତୀ ନେଲେ ଫଟୋ, ହୋଇଗଲା ଭାଇରାଲ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଯୁବତୀ ନେଲେ ଫଟୋ। ହୋଇଗଲା ଭାଇରାଲ। ଯାହାକୁ ଫେସବୁକ୍‌ରେ ମିଳିଛି ୨ ହଜାର ଲାଇକ୍। ଯୁବତୀଙ୍କ ଏହି ପୋଷ୍ଟ ୮ ହଜାର ଥର ଶେଆର ହୋଇଛି। ମିଳିଛି ହଜାର ହଜାର କମେଣ୍ଟ। ଆର୍ଥିକ ସଙ୍କଟ ପରେ ରାଷ୍ଟ୍ରପତି ଭବନକୁ ଲୋକେ ଧସେଇ ପଶି ଖେଳକୁଦ କରୁଥିବା ବେଳେ ଏହି ଫଟୋ ଭାଇରାଲ ହେବା ଚର୍ଚ୍ଚାକୁ ଆସିଛି। କାହିଁକି ଓ କିପରି ଏହି ଫଟୋ ଭାଇରାଲ ହେଲା, ତାହାର ପ୍ରକୃତ କଥା ଏବେ […]

ଅଦ୍ୟତନ ହୋଇଛି
ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଯୁବତୀ ନେଲେ ଫଟୋ, ହୋଇଗଲା ଭାଇରାଲ

hansan

Advertisment

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ଯୁବତୀ ନେଲେ ଫଟୋ। ହୋଇଗଲା ଭାଇରାଲ। ଯାହାକୁ ଫେସବୁକ୍‌ରେ ମିଳିଛି ୨ ହଜାର ଲାଇକ୍। ଯୁବତୀଙ୍କ ଏହି ପୋଷ୍ଟ ୮ ହଜାର ଥର ଶେଆର ହୋଇଛି। ମିଳିଛି ହଜାର ହଜାର କମେଣ୍ଟ। ଆର୍ଥିକ ସଙ୍କଟ ପରେ ରାଷ୍ଟ୍ରପତି ଭବନକୁ ଲୋକେ ଧସେଇ ପଶି ଖେଳକୁଦ କରୁଥିବା ବେଳେ ଏହି ଫଟୋ ଭାଇରାଲ ହେବା ଚର୍ଚ୍ଚାକୁ ଆସିଛି। କାହିଁକି ଓ କିପରି ଏହି ଫଟୋ ଭାଇରାଲ ହେଲା, ତାହାର ପ୍ରକୃତ କଥା ଏବେ ସାମ୍ନାକୁ ଆସିଛି।

Advertisment

ସୂଚନା ମୁତାବକ, ଖାଦ୍ୟ ଏବଂ ଇନ୍ଧନର ତୀବ୍ର ଅଭାବ ସାଙ୍ଗକୁ ଶ୍ରୀଲଙ୍କା ଗତ ୭୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ମାଲଦ୍ୱୀପକୁ ପଳାୟନ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମିସିଂହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏପରି ସ୍ଥିତିରେ କଲମ୍ବୋ ସ୍ଥିତ ରାଷ୍ଟ୍ରପତି ଭବନକୁ ରକ୍ଷା କରାଯାଇ ପାରି ନାହିଁ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ପ୍ରବେଶ କରିଛନ୍ତି। ଏଠାରେ ଥିବା ବିଳାସପୂର୍ଣ୍ଣ ସୁଇମିଂ ପୁଲରେ ଉପଭୋଗ କରିଛନ୍ତି। କୋଠରୀଗୁଡ଼ିକ ଦଖଲ କରି ବେଶ ମଜା କରିଛନ୍ତି।

ଏସବୁ ମଧ୍ୟରେ ମଦୁହାନସୀ ହାସିନଥାରା ନାମକ ଜଣେ ଯୁବତୀ ରାଷ୍ଟ୍ରପତିଙ୍କ ବାସଭବନ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ କିଛି ଫଟୋ କ୍ଲିକ୍ କରିଥିଲେ। ଯେଉଁଥିରେ ସେ ପର୍ଯ୍ୟଟକଙ୍କ ପରି ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ। ଏହି ଫଟୋ ଗୁଡ଼ିକ ମହିଳା ନିଜେ ଜୁଲାଇ ୧୨ ତାରିଖରେ ନିଜ ଫେସବୁକ୍ ଆକାଉଣ୍ଟରେ ସେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ୟାପସନରେ ଲେଖାଅଛି, " କଲମ୍ବୋ, ରାଷ୍ଟ୍ରପତିଙ୍କ ଘରେ।"

Advertisment

ଫେସବୁକରେ ତାଙ୍କ ଦ୍ୱାରା ୨୬ଟି ଫଟୋ ପୋଷ୍ଟ କରାଯାଇଛି। ରାଷ୍ଟ୍ରପତି ଭବନର ବିଭିନ୍ନ ସ୍ଥାନରେ ସେ ଫଟୋ ଉଠାଇଛନ୍ତି।

ସୋଶାଲ ମିଡିଆ ପ୍ଲାଟଫର୍ମରେ ଏହି ଫଟୋ ପଡ଼ିବା ପରେ ଅନେକ ଲୋକ ଖୁବ୍ ସମାଲୋଚନା ମଧ୍ୟ କରିଛନ୍ତି। ଏଭଳି ପୋଷ୍ଟ ଆଦୌ ଠିକ୍ ନୁହେଁ ବୋଲି ଅନେକ କମେଣ୍ଟ ବକ୍ସରେ ମତ ରଖିଛନ୍ତି। ଦେଶ ସଙ୍କଟ ଦେଇ ଗତି କରୁଥିବା ବେଳେ ସେ କିପରି ଏଭଳି ଫଟୋ ପୋଷ୍ଟ କରୁଛନ୍ତି ବୋଲି ମତ ପ୍ରକାଶ କରାଯାଇଛି।

ଜଣେ ମତ ଦେଇ ଲେଖିଛନ୍ତି ଯେ, ଆପଣ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ହେବା ଉଚିତ୍। ଅନ୍ୟ ଜଣେ ଲେଖିଛନ୍ତି, ଶ୍ରୀଲଙ୍କାର ନୂତନ ପର୍ଯ୍ୟଟନ ସ୍ଥଳ। ତୃତୀୟ ବ୍ୟକ୍ତି ଲେଖିଛନ୍ତି ‘ନିଜ ଦେଶକୁ ପରିହାସ କରିବା’। ଏଭଳି ହଜାର ହଜାର ମତ ଏବେ ଆଲୋଚନାକୁ ବଢ଼ାଇଛି ଏବଂ ମହିଳାଙ୍କ ଫଟୋ ପୋଷ୍ଟ ଭାଇରାଲ ହେବାର କାରଣ ହୋଇଛି।

ସୂଚନା ଥାଉକି, ଏହି ଦେଶ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ଅର୍ଥନୀତିରେ ସବୁଠାରୁ ବଡ ଯୋଗଦାନ ପର୍ଯ୍ୟଟନ କ୍ଷେତ୍ରରୁ ମିଳୁଥିବା ରାଜସ୍ୱରୁ ଆସିଥାଏ। ୨୦୧୯ ମସିହାରେ କଲମ୍ବୋରେ କ୍ରମିକ ବୋମା ବିସ୍ଫୋରଣ ଏବଂ ପରେ ପରେ କୋଭିଡ ମହାମାରୀ ପରିସ୍ଥିତି ଦେଶର ସ୍ଥିତିକୁ ଆହୁରି ଖରାପ କରିଥିଲା। ଏବେ ଏହି ଦେଶ ଦେବାଳିଆ ହେବା ଲୋକଙ୍କ ଅସନ୍ତୋଷର କାରଣ ହୋଇଛି। ବିଭିନ୍ନ ସ୍ଥାନରେ ବିରୋଧ ଓ ଆନ୍ଦୋଳନ ଜାରି ରହିଛି। ଏପରି ସ୍ଥିତିକୁ କିଛି ଲୋକ ଉପଭୋଗ କରିବା ଆଲୋଚନାର ବିଷୟ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe