Advertisment

ମହଙ୍ଗା ପଡିଲା ରାତିଅଧିଆ ବାଇକ୍‌ ଷ୍ଟଣ୍ଟ, ଏବେ ଥାନାରେ ଲାଙ୍ଗୁଡ ଜାକିଲେ

ଅହମ୍ମଦାବାଦ: ବିଚ୍‌ ରାସ୍ତାରେ ହାତରେ ବନ୍ଧୁକ ଓ ସିଗାରେଟ ଧରି ବାଇକ୍‌ ଚଲାଇଲେ ଯୁବକ। କେବଳ ସେତିକି ନୁହେଁ ଜଣେ ଯୁବକ ବାଇକ୍‌ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ କାନ୍ଧ ଉପରେ ବସି ପିଇଲେ ସିଗାରେଟ୍‌। ଦେଖାଇଥିଲେ ଆକ୍ସନ, ଆଉ ଦେଇଥିଲେ ପୁଲିସକୁ ଓପନ୍‌ ଚ୍ୟାଲେଞ୍ଜ। ଏହି ବାଇକ୍‌ ଷ୍ଟଣ୍ଟ ଉଭୟ ଯୁବକଙ୍କୁ ଏବେ ମହଙ୍ଗା ପଡିଛି। ଯେଉଁ ରୁବାବରେ ରାସ୍ତା ଉପରେ ବାଇକ୍‌ ଚଳାଉଥିଲେ, ଏବେ ଠିକ୍‌ ତା’ର ବିପରିତ ଭାବେ ଥାନାରେ ବସି […]

ଅଦ୍ୟତନ ହୋଇଛି
ମହଙ୍ଗା ପଡିଲା ରାତିଅଧିଆ ବାଇକ୍‌ ଷ୍ଟଣ୍ଟ, ଏବେ ଥାନାରେ ଲାଙ୍ଗୁଡ ଜାକିଲେ

Bike Stunt

Advertisment

ଅହମ୍ମଦାବାଦ: ବିଚ୍‌ ରାସ୍ତାରେ ହାତରେ ବନ୍ଧୁକ ଓ ସିଗାରେଟ ଧରି ବାଇକ୍‌ ଚଲାଇଲେ ଯୁବକ। କେବଳ ସେତିକି ନୁହେଁ ଜଣେ ଯୁବକ ବାଇକ୍‌ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ କାନ୍ଧ ଉପରେ ବସି ପିଇଲେ ସିଗାରେଟ୍‌। ଦେଖାଇଥିଲେ ଆକ୍ସନ, ଆଉ ଦେଇଥିଲେ ପୁଲିସକୁ ଓପନ୍‌ ଚ୍ୟାଲେଞ୍ଜ। ଏହି ବାଇକ୍‌ ଷ୍ଟଣ୍ଟ ଉଭୟ ଯୁବକଙ୍କୁ ଏବେ ମହଙ୍ଗା ପଡିଛି। ଯେଉଁ ରୁବାବରେ ରାସ୍ତା ଉପରେ ବାଇକ୍‌ ଚଳାଉଥିଲେ, ଏବେ ଠିକ୍‌ ତା'ର ବିପରିତ ଭାବେ ଥାନାରେ ବସି ଲାଙ୍ଗୁଡ ଜାକିଛନ୍ତି। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ସୁରଟରୁ।

Advertisment

ସୋଶାଲ ମିଡିଆରେ ପ୍ରସିଦ୍ଧ ହେବା ନିଶା ଏବେ ସମସ୍ତଙ୍କୁ ଘାରିଛି। ରିଲ୍‌ ଭିଡିଓ ଓ ଟିକ୍‌ଟକ୍‌ ତିଆରି କରି ରାତାରାତି ଫେମସ୍‌ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି ଯୁବପିଢ଼ି। ଏଭଳି ହିଁ ଦୁଇ ଜଣ ଯୁବକ ନିକଟରେ ସୁରଟର ରାସ୍ତାରେ ରିଲ୍‌ ଭିଡିଓ ଶୁଟ୍‌ କରିଥିବା ନଜର ଆସିଛନ୍ତି। ତେବେ ଏହି ଭିଡିଓ କରିବା ଉଭୟଙ୍କୁ ମହଙ୍ଗା ପଡିଛି। ଦୁହିଁଙ୍କୁ ପୁଲିସ ଗିରଫ କରିଛି।

କରୋନା ଯୋଗୁଁ ବର୍ତ୍ତମାନ ସୁରଟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ତେବେ ଏହି କରୋନା ନିୟମକୁ ଉଲ୍ଲଙ୍ଘନ କରି ଦୁଇ ଯୁବକ ରାତିରେ ବାଇକ୍‌ ଉପରେ କରିଛନ୍ତି ଭୟାନକ ଷ୍ଟଣ୍ଟ। ଜଣେ ବାଇକ୍‌ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ କାନ୍ଧ ଉପରେ ବସି ଦେଖାଇଛନ୍ତି ଆକ୍ସନ। କେବଳ ସେତିକି ନୁହେଁ କାନ୍ଧ ଉପରେ ବସି ଯୁବକ ଜଣକ ହାତରେ ବନ୍ଧୁକ ଓ ସିଗାରେଟ ଧରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

Advertisment

ଏହି ଭିଡିଓ ଉପରେ ସୁରଟର ଗୃହରାଜ୍ୟ ମନ୍ତ୍ରୀଙ୍କ ଯେତେବଳେ ଦୃଷ୍ଟି ପଡିଥିଲା, ସେତେବେଳେ ଆକ୍ସନ ମୁଡ୍‌କୁ ଆସିଥିଲେ। ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଦୁଇ ଯୁବକଙ୍କୁ ସୁରଟ ପୁଲିସ କରୋନା ଓ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଗିରଫ କରିଛି। ଡିସେମ୍ବର ୧୪ରେ ଉଭୟ ଯୁବକ ସୁରଟର ଅମରୋଲି ସାୟାନ ରୋଡରେ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଡିସେମ୍ବର ୨୬ରେ ସୋଶାଲ ମିଡିଆରେ ଅପଲୋଡ୍ କରିଥିଲେ। ଏବେ ପୋଲିସ ଉଭୟଙ୍କୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe