Advertisment

ବାଇକରେ କନ୍ୟାକୁ ନେଇ ଯାଉଥିଲା ବର, ପୁଲିସ୍ ଅଟକାଇ କଲା ଏମିତି କାମ

କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ଉପରେ କଡ଼ା କଟକଣା ଲଗାଯାଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ କେହି ବିବାହ କରିବେ ନାହିଁ। କଥାରେ ଅଛି ‘ଜବ୍ ମିଆଁ ଓ ବିବି ରାଜି, ତୋ କ୍ୟା କରେଗା କାଜି’। ଅର୍ଥାତ୍ ବିବାହ ପାଇଁ ବରଯାତ୍ରୀ କିମ୍ବା ବ୍ୟାଣ୍ଡ ବାଜା ନୁହେଁ, କେବଳ ବର ଓ କନ୍ୟାର ଆବଶ୍ୟକ ରହିଛି ଏବଂ ଯଦି ଉଭୟ ଉପସ୍ଥିତ ଅଛନ୍ତି, ତାହେଲେ ବିବାହ ହୋଇପାରିବ। ଏବେ ସାରା ଦେଶର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବାଇକରେ କନ୍ୟାକୁ ନେଇ ଯାଉଥିଲା ବର, ପୁଲିସ୍ ଅଟକାଇ କଲା ଏମିତି କାମ

police

କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ଉପରେ କଡ଼ା କଟକଣା ଲଗାଯାଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ କେହି ବିବାହ କରିବେ ନାହିଁ। କଥାରେ ଅଛି ‘ଜବ୍ ମିଆଁ ଓ ବିବି ରାଜି, ତୋ କ୍ୟା କରେଗା କାଜି’। ଅର୍ଥାତ୍ ବିବାହ ପାଇଁ ବରଯାତ୍ରୀ କିମ୍ବା ବ୍ୟାଣ୍ଡ ବାଜା ନୁହେଁ, କେବଳ ବର ଓ କନ୍ୟାର ଆବଶ୍ୟକ ରହିଛି ଏବଂ ଯଦି ଉଭୟ ଉପସ୍ଥିତ ଅଛନ୍ତି, ତାହେଲେ ବିବାହ ହୋଇପାରିବ। ଏବେ ସାରା ଦେଶର ପ୍ରାୟ ସବୁ ସ୍ଥାନରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଚାଲିଥିବା ବେଳେ ଏହାରି ଭିତରେ ସୋଶାଲ ମିଡିଆରେ ଏକ ରୋଚକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓ ଆଇପିଏସ୍ ଅଫିସର ଦୀପାଂଶୁ କାବ୍ରା ମେ’ ୧୧ ତାରିଖରେ ପୋଷ୍ଟ କରିଛନ୍ତି।

Advertisment

ପଞ୍ଜାବରେ ଏକ ବିବାହ ସମାରୋହ ହୋଇଛି, ଯେଉଁଠି ବର ଏକାକୀ ବାଇକରେ ବରଯାତ୍ରୀ ନେଇ ଯାଇଛି ଏବଂ କନ୍ୟାକୁ ସେହି ବାଇକରେ ହିଁ ବିଦା କରି ନେଇକି ଆସିଛି। ବର ଯେତେବେଳେ କନ୍ୟାକୁ ବିଦା କରି ନେଇକି ଯାଉଥିଲା, ହଠାତ୍ ରାସ୍ତାରେ ଯାଞ୍ଚ କରୁଥିବା ପୁଲିସ୍ ଏହା ଦେଖି ବହୁତ ଖୁସି ହୋଇଯାଇଥିଲେ। ଯାହା ପରେ ପୁଲିସ୍ ଏହି ନବବିବାହିତ ଦମ୍ପତିକୁ ମାଳ ପିନ୍ଧାଇ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ଉପହାର ସ୍ୱରୂପ ଟଙ୍କା ମଧ୍ୟ ଦେଇଛନ୍ତି।

https://twitter.com/ipskabra/status/1392039647107182598?s=20

ଆଇପିଏସ୍ ଅଫିସର୍ ଦୀପାଂଶୁ କାବ୍ରା ଏହି ଭିଡିଓ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, କୋଭିଡ୍ ପ୍ରୋଟୋକଲ୍ ପାଳନ କରି ନବବିବାହିତ ଦମ୍ପତି ବାଇକରେ ଘରକୁ ଫେରୁଥିଲେ। ପୁଲିସ୍ ଘରର ବଡ଼ ସଦସ୍ୟଙ୍କ ଭଳି ସେମାନଙ୍କୁ ବଧେଇ ଜଣାଇଛି।

Advertisment

ଏହି ଭିଡିଓ ପଞ୍ଜାବର ବୋଲି କୁହାଯାଉଛି। ଏହି ନବବିବାହିତ ଦମ୍ପତିକୁ ବାଇକରେ ଯାଉଥିବା ଦେଖି ପୁଲିସ୍ ନା କେବଳ ମାଳ ପିନ୍ଧାଇ ସ୍ୱାଗତ କରିଛି ବରଂ ବର ଓ କନ୍ୟାଙ୍କୁ ନିଜ ପକେଟକୁ ଶଗୁନ୍ ମଧ୍ୟ ଦେଇଛନ୍ତି। ଯେଉଁମାନେ ଏଭଳି କରୋନା ପ୍ରୋଟୋକଲକୁ ପାଳନ କରୁଛନ୍ତି, ପୁଲିସ୍ ସେମାନଙ୍କୁ ସଲାମ୍ କରିଛି। ଏଭଳି ଲୋକଙ୍କୁ ଖାକି ପୋଷାକ ତରଫରୁ ପ୍ରୋତ୍ସାହନ କରାଯାଉଛି। ଏହି ଭିଡିଓକୁ ମଧ୍ୟ ଖୁବ୍ ପ୍ରଶଂସା ମିଳୁଛି।