Advertisment

ପୁଲିସ ବାବୁ ବଜାଇଲେ ବୀଣା, 'ନାଗୀନ ଡ୍ୟାନ୍ସ' କଲେ କନଷ୍ଟେବଳ

ନୂଆଦିଲ୍ଲୀ: ବିଚ୍‌ ରାସ୍ତା ଉପରେ ନାଚିଲେ ପୁଲିସ ବାବୁ ଓ କନଷ୍ଟେବଳ। ସେ ପୁଣି ନାଗୀନ ଡ୍ୟାନ୍ସରେ। ବୀଣା ବଜାଇଲେ ପୁଲିସ ବାବୁ ଓ ମ୍ୟୁଜିକ୍‌ର ତାଳେ ତାଳେ ନାଗୀନ ଡ୍ୟାନ୍ସ କଲେ କନଷ୍ଟେବଳ। ସାଧାରଣତଃ ପୁଅ ବିବାହ ବେଳେ ବରଯାତ୍ରୀମାନେ ନାଗୀନ ଡ୍ୟାନ୍ସ କରିବାକୁ ଭଲପାଆନ୍ତି। କିନ୍ତୁ ଏବେ ପୁଲିସ କର୍ମଚାରୀଙ୍କ ଏପରି ଡ୍ୟାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି କେଉଁଠିକାର ସେ ନେଇଁ କୌଣସି ସୂଚନା ନାହିଁ। […]

ପୁଲିସ ବାବୁ ବଜାଇଲେ ବୀଣା, 'ନାଗୀନ ଡ୍ୟାନ୍ସ' କଲେ କନଷ୍ଟେବଳ

police Dance

Advertisment

ନୂଆଦିଲ୍ଲୀ: ବିଚ୍‌ ରାସ୍ତା ଉପରେ ନାଚିଲେ ପୁଲିସ ବାବୁ ଓ କନଷ୍ଟେବଳ। ସେ ପୁଣି ନାଗୀନ ଡ୍ୟାନ୍ସରେ। ବୀଣା ବଜାଇଲେ ପୁଲିସ ବାବୁ ଓ ମ୍ୟୁଜିକ୍‌ର ତାଳେ ତାଳେ ନାଗୀନ ଡ୍ୟାନ୍ସ କଲେ କନଷ୍ଟେବଳ। ସାଧାରଣତଃ ପୁଅ ବିବାହ ବେଳେ ବରଯାତ୍ରୀମାନେ ନାଗୀନ ଡ୍ୟାନ୍ସ କରିବାକୁ ଭଲପାଆନ୍ତି। କିନ୍ତୁ ଏବେ ପୁଲିସ କର୍ମଚାରୀଙ୍କ ଏପରି ଡ୍ୟାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ଏହି ଭିଡିଓଟି କେଉଁଠିକାର ସେ ନେଇଁ କୌଣସି ସୂଚନା ନାହିଁ। ମଙ୍ଗଳବାର ଦିନ ଭିଡିଓଟିକୁ ଟ୍ୱିଟର୍‌ ୟୁଜର୍‌ @JaikyYadav16 ଶେଆର କରିଛନ୍ତି। ଭିଡିଓକୁ ଶେଆର କରି କ୍ୟାପସନରେ ଲେଖିଛନ୍ତି, 'ପୁଲିସ ବାବୁ ସାପୁଆ କେଳା ସାଜି କନେଷ୍ଟବଳଙ୍କୁ ନିଜ ଧୁନ୍‌ରେ ନଚାଉଛନ୍ତି।'

୧୮ ସେକେଣ୍ଡର ଏହି ଭିଡିଓରେ, ପୁଲିସ ବାବୁ ଏବଂ କନଷ୍ଟେବଳଙ୍କ ଧୂଆଁଧାର୍‌ ଡ୍ୟାନ୍ସ ଦେଖିବାକୁ ମିଳିଛି।  ଏଥିସହ  ତାଙ୍କ ଚାରିପାଖରେ ବ୍ୟାଣ୍ଡ ଅଛି, ଯେଉଁମାନେକି ନାଗୀନ୍‌ ଟ୍ୟୁନ୍ ବଜାଉଛନ୍ତି ଓ ପୁଲିସ ବାବୁ ବର୍ଦି ପିନ୍ଧି ଏକ ବାଦ୍ୟଯନ୍ତ୍ର ନେଇ ବୀଣା ଭଳି ତାକୁ ବଜାଉଛନ୍ତି। କନଷ୍ଟେବଳ ମଧ୍ୟ ତାଙ୍କ ଆଦେଶରେ ସପ ଭଳି ଫଣା ଟେକି ନାଚୁଛନ୍ତି। ସେଠାରେ ଉପସ୍ଥିତ ଥିବା ଅନ୍ୟ ପୁଲିସ କର୍ମଚାରୀମାନେ ଉଭୟଙ୍କ ଡ୍ୟାନ୍ସର ମଜା ନେଉଥିବା ଦେଖିବାକୁ ମିଳିଛି।

Advertisment

https://twitter.com/JaikyYadav16/status/1559393588944834562?s=20&t=ilcGbBnU1My92m0c6jymyA

ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ୬୮ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ସେହିପରି ୨ ହଜାରରୁ ଅଧିକ ଲାଇକ୍ସ ମଧ୍ୟ ମିଳିସାରିଲାଣି। ୟୁଜର୍ସମାନେ ପୁଲିସ କର୍ମଚାରୀଙ୍କ ଡ୍ୟାନ୍ସକୁ ପସନ୍ଦ କରିବା ସହ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe