Advertisment

କୋଭିଡ୍ ନିୟମ ଭାଙ୍ଗିଥିବା ମହିଳାଙ୍କୁ କିସ୍ କଲେ ପୁଲିସ୍ ଅଧିକାରୀ, ତା'ପରେ...

କୋଭିଡ୍ ନିୟମ ଭାଙ୍ଗିଲେ ମହିଳା। ଆଉ ସେହି ମହିଳାଙ୍କୁ କିସ୍ କରି ସସପେଣ୍ଡ ହେଲେ ପୁଲିସ୍ ଅଧିକାରୀ। ଏହି ଚକିତ କଲା ଭଳି ଘଟଣା ହେଉଛି ପେରୁର। ସେଠାରେ ଜଣେ ମହିଳା କୋଭିଡ୍-୧୯ ନିୟମର ଉଲ୍ଲଙ୍ଘନ କରିଥିଲେ। କିନ୍ତୁ ପୁଲିସ୍ ଅଧିକାରୀ ମହିଳାଙ୍କୁ ଜୋରିମାନା ଲଗାଇବା ବଦଳରେ ତାଙ୍କୁ କିସ୍ କରି ଛାଡ଼ି ଦେଇଥିଲେ। ଏହି ଘଟଣା ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯାହା ଭାଇରାଲ୍ ହେବା ପରେ ପୁଲିସ୍ ଅଫିସରଙ୍କୁ ସସପେଣ୍ଡ କରିଦିଆଯାଇଛି। […]

କୋଭିଡ୍ ନିୟମ ଭାଙ୍ଗିଥିବା ମହିଳାଙ୍କୁ କିସ୍ କଲେ ପୁଲିସ୍ ଅଧିକାରୀ, ତା'ପରେ...

kiss1

Advertisment

କୋଭିଡ୍ ନିୟମ ଭାଙ୍ଗିଲେ ମହିଳା। ଆଉ ସେହି ମହିଳାଙ୍କୁ କିସ୍ କରି ସସପେଣ୍ଡ ହେଲେ ପୁଲିସ୍ ଅଧିକାରୀ। ଏହି ଚକିତ କଲା ଭଳି ଘଟଣା ହେଉଛି ପେରୁର। ସେଠାରେ ଜଣେ ମହିଳା କୋଭିଡ୍-୧୯ ନିୟମର ଉଲ୍ଲଙ୍ଘନ କରିଥିଲେ। କିନ୍ତୁ ପୁଲିସ୍ ଅଧିକାରୀ ମହିଳାଙ୍କୁ ଜୋରିମାନା ଲଗାଇବା ବଦଳରେ ତାଙ୍କୁ କିସ୍ କରି ଛାଡ଼ି ଦେଇଥିଲେ। ଏହି ଘଟଣା ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯାହା ଭାଇରାଲ୍ ହେବା ପରେ ପୁଲିସ୍ ଅଫିସରଙ୍କୁ ସସପେଣ୍ଡ କରିଦିଆଯାଇଛି।

Advertisment

ଏକ ଟିଭି ଚ୍ୟାନେଲ୍ ଏହି ଘଟଣାର ଫୁଟେଜ୍ ଶେଆର୍ କରିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ପୁଲିସକର୍ମୀ ମହିଳାଙ୍କ ବିଷୟରେ ସମସ୍ତ ସୂଚନା ଏକ ଖାତାରେ ଲେଖୁଛନ୍ତି। କିନ୍ତୁ ଏହାରି ଭିତରେ ମହିଳା ଜଣକ ପୁଲିସ୍ କର୍ମୀଙ୍କ ନିକଟକୁ ଯାଉଛନ୍ତି। ଏହାର କିଛି ସେକେଣ୍ଡ ପରେ ପୁଲିସ୍ କର୍ମୀ ଜଣକ ମହିଳାଙ୍କୁ କିସ୍ କରି ପକାଇଥିଲେ।

ତେବେ କିସ୍ କରିଥିବା ପୁଲିସକର୍ମୀଙ୍କ ନାଁ ସାମ୍ନାକୁ ଆସିନାହିଁ। ତେବେ ପେରୁରୁ ରାଜଧାନୀ ଲିମାର ଅଧିକାରୀ ମାମଲାର ତଦନ୍ତ ଆରମ୍ଭ କରିଦେଇଛନ୍ତି। ଯାହା ପରେ ପୁଲିସକର୍ମୀଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି। କୁହାଯାଉଛି ଯେ ଏହା ପୂର୍ବରୁ ପୁଲିସ୍ କର୍ମୀଙ୍କ ଉପରେ କୌଣସି ଅଭିଯୋଗ ଲାଗିନାହିଁ। ଅର୍ଥାତ୍ ପୁଲିସ୍ ଅଧିକାରୀଙ୍କ ରେକର୍ଡ ବହୁତ ଭଲ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe