Advertisment

ରାସ୍ତା ମଝିରେ ଟ୍ରାଫିକ ପୁଲିସଙ୍କ ନିଆରା ଡାନ୍ସିଂ ଷ୍ଟାଇଲ୍

ନୂଆଦିଲ୍ଲୀ: କେତେବେଳେ ୪୫ ଡିଗ୍ରୀ ଖରା ତ ଆଉ କେତେବେଳେ ପ୍ରବଳ ବର୍ଷା ମାଡ। ଅଣଚାସ ବେଗରେ ପବନର ଝଡ ବି ତାଙ୍କୁ ହଲାଇପାରେନା। ରାସ୍ତା ଉପରେ ଅଦମ୍ୟ ସାହସ ଓ ଧୌର୍ଯ୍ୟର ସହ କର୍ତ୍ତବ୍ୟ କରି ଚାଲିଥାନ୍ତି ଟ୍ରାଫିକ ପୁଲିସ। ମାସ ପୁରିଲେ ଦରମା ତ ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳେ, ହେଲେ ନିଜ କାମ ପ୍ରତି ଭଲପାଇବା ଓ ଶ୍ରଦ୍ଧା ବୋଧହୁଏ ସମସ୍ତଙ୍କ ପାଖରେ ନଥାଏ। ମାତ୍ର କିଛି ଜଣଙ୍କ ପାଖରେ ଥାଏ ସେହି ସ୍ୱତନ୍ତ୍ରତା। […]

author-image
Madhupriya Mistry
ରାସ୍ତା ମଝିରେ ଟ୍ରାଫିକ ପୁଲିସଙ୍କ ନିଆରା ଡାନ୍ସିଂ ଷ୍ଟାଇଲ୍

policeman-funny-way

ନୂଆଦିଲ୍ଲୀ: କେତେବେଳେ ୪୫ ଡିଗ୍ରୀ ଖରା ତ ଆଉ କେତେବେଳେ ପ୍ରବଳ ବର୍ଷା ମାଡ। ଅଣଚାସ ବେଗରେ ପବନର ଝଡ ବି ତାଙ୍କୁ ହଲାଇପାରେନା। ରାସ୍ତା ଉପରେ ଅଦମ୍ୟ ସାହସ ଓ ଧୌର୍ଯ୍ୟର ସହ କର୍ତ୍ତବ୍ୟ କରି ଚାଲିଥାନ୍ତି ଟ୍ରାଫିକ ପୁଲିସ। ମାସ ପୁରିଲେ ଦରମା ତ ସମସ୍ତ ସରକାରୀ କର୍ମଚାରୀଙ୍କୁ ମିଳେ, ହେଲେ ନିଜ କାମ ପ୍ରତି ଭଲପାଇବା ଓ ଶ୍ରଦ୍ଧା ବୋଧହୁଏ ସମସ୍ତଙ୍କ ପାଖରେ ନଥାଏ। ମାତ୍ର କିଛି ଜଣଙ୍କ ପାଖରେ ଥାଏ ସେହି ସ୍ୱତନ୍ତ୍ରତା। ଯିଏ ନିଜ କାମକୁ ଉତ୍ସାହର ସହ କରିଥାଏ। ତା ଭିତରୁ ଜଣେ ହେଲେ ଏହି ଟ୍ରାଫିକ ପୁଲିସ ଜଣକ।

Advertisment

https://twitter.com/buitengebieden/status/1592616830484770817?s=20&t=hF7pYj6j4ApHdHUCkmjrrQ

ମଝି ରାସ୍ତାରେ ଡାନ୍ସିଂ ଷ୍ଟାଇଲରେ ଚାଲିଛି ଟ୍ରାଫିକ ପରିଚାଳନା। ପଥଚାରୀଙ୍କ ପାଇଁ ସାମ୍ନା ପଟୁ ଆସୁଥିବା ଗାଡିକୁ ଅଟକାଉଛନ୍ତି ଟ୍ରାଫିକ ପୁଲିସ। ହେଲେ ଏସବୁ ତାଙ୍କ ଅନ୍ଦାଜରେ। ଡାନ୍ସ କରି ଅଙ୍ଗଭଙ୍ଗୀ ସହ କରୁଛନ୍ତି ଭିଡ ନିୟନ୍ତ୍ରଣ। ଯାତ୍ରୀ ବି ଆଶ୍ଚର୍ଯ୍ୟ ହେଉଛନ୍ତି ତାଙ୍କ ଷ୍ଟାଇଲ ଦେଖି। ଅନେକ ମଜା ବି ନେଉଛନ୍ତି।

Advertisment

ଟ୍ୱିଟରରେ ଅପଲୋଡ୍ ହୋଇଥିବା ଟ୍ରାଫିକ ପୁଲିସଙ୍କ ଏହି ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓକୁ ଏକ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ହଜାର ହଜାର ପ୍ରତିକ୍ରିୟା ବି ମିଳିଛି। ସମସ୍ତେ କରୁଛନ୍ତି ତାରିଫ। ଏହି ଭିଡିଓରୁ ସ୍ପଷ୍ଟ ହେଉଛି ଯେ, ଟ୍ରାଫିକ ପୁଲିସ ଜଣକ କେତେ ଆନନ୍ଦର ସହ ତାଙ୍କ ଡ୍ୟୁଟି କରୁଛନ୍ତି।