Advertisment

ଟିକେ ବିଳମ୍ବ ହୋଇଥିଲେ ବୁଡ଼ି ଯାଇଥାନ୍ତେ, ଗର୍ଭବତୀ ବଞ୍ଚାଇଲେ ତିନି ପିଲାଙ୍କ ଜୀବନ

ବିଭିନ୍ନ ସମୟରେ ଅନେକ ସାହସିକତାର କାହାଣୀ ନଜରକୁ ଆସିଥାଏ। ଏମିତି ଏକ ଖବର ଆମେରିକାରୁ ଆସିଛି, ଯେଉଁଠାରେ ଜଣେ ଗର୍ଭବତୀ ମହିଳା ହ୍ରଦରେ ବୁଡ଼ିଯାଉଥିବା ତିନି ଜଣ ପିଲାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଆମେରିକାର ଅନ୍ୟତମ ସବୁଠାରୁ ବଡ଼ ହ୍ରଦ ମିଚିଗନ ହ୍ରଦରେ ଘଟିଛି। ଆଲିସା ଡିୱିଟ୍ ନାମକ ଜଣେ ମହିଳା ପାଞ୍ଚମାସର ଗର୍ଭବତୀ ଅଛନ୍ତି। ସେ ନିଜ ପିଲାଙ୍କ ସହ ଉକ୍ତ ହ୍ରଦକୁ ବୁଲିବାକୁ ଯାଇଥିଲେ। ସେ ହ୍ରଦର କୂଳରେ ବସିଥିଲେ ଏବଂ ହଠାତ୍ […]

ଟିକେ ବିଳମ୍ବ ହୋଇଥିଲେ ବୁଡ଼ି ଯାଇଥାନ୍ତେ, ଗର୍ଭବତୀ ବଞ୍ଚାଇଲେ ତିନି ପିଲାଙ୍କ ଜୀବନ

Alyssa-DeWitt

Advertisment

ବିଭିନ୍ନ ସମୟରେ ଅନେକ ସାହସିକତାର କାହାଣୀ ନଜରକୁ ଆସିଥାଏ। ଏମିତି ଏକ ଖବର ଆମେରିକାରୁ ଆସିଛି, ଯେଉଁଠାରେ ଜଣେ ଗର୍ଭବତୀ ମହିଳା ହ୍ରଦରେ ବୁଡ଼ିଯାଉଥିବା ତିନି ଜଣ ପିଲାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ଆମେରିକାର ଅନ୍ୟତମ ସବୁଠାରୁ ବଡ଼ ହ୍ରଦ ମିଚିଗନ ହ୍ରଦରେ ଘଟିଛି।

Advertisment

ଆଲିସା ଡିୱିଟ୍ ନାମକ ଜଣେ ମହିଳା ପାଞ୍ଚମାସର ଗର୍ଭବତୀ ଅଛନ୍ତି। ସେ ନିଜ ପିଲାଙ୍କ ସହ ଉକ୍ତ ହ୍ରଦକୁ ବୁଲିବାକୁ ଯାଇଥିଲେ। ସେ ହ୍ରଦର କୂଳରେ ବସିଥିଲେ ଏବଂ ହଠାତ୍ ସେ ପାଣି ଭିତରେ ଦୂରରେ କିଛି ହାତ ହଲୁଥିବାର ଦେଖିବାକୁ ପାଇଲେ। ଆଲିସାଙ୍କୁ ଲାଗିଲା ଯେପରି କେହି ତାଙ୍କୁ ସହାୟତା ପାଇଁ ହାତ ହଲାଉଛି। ସେହି ସମୟରେ ଆଲିସା ତୁରନ୍ତ ସେଠାରୁ ଉଠି ପାଣି ଭିତରକୁ ଦୌଡ଼ିଲେ। ପ୍ରଥମେ ସେ ନିଜ ପିଲାମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ବସାଇଥିଲେ ଏବଂ ପରେ ସେହି ଘାଟ ଆଡ଼କୁ ଗଲେ। ସେ ପାଖକୁ ଯାଇ ଦେଖିଲା ବେଳକୁ ତିନିଜଣ ପିଲା ଘାଟର କାନ୍ଥରେ ଛିଡ଼ା ହୋଇଛନ୍ତି ଏବଂ ସେମାନେ କୌଣସି ମୁହୂର୍ତ୍ତରେ ବୁଡ଼ିବା ସ୍ଥିତିରେ ଥିଲେ।

ଏ ନେଇ ମହିଳା ଜଣକ କହିଛନ୍ତି, ‘ମୁଁ ପୂରା ବିଚ୍ ଉପରେ ନଜର ପକାଇଲି, ହେଲେ କାହାକୁ ଦେଖିବାକୁ ପାଇଲି ନାହିଁ। ମୁଁ ଜାଣିଥିଲି ଯେ ଯଦି ମୁଁ କିଛି ନକଲି, ତାହେଲେ ଏହି ପିଲାମାନେ ପାଣିରୁ ବାହାରି ପାରିବେ ନାହିଁ।’ ଏହା ପରେ ପ୍ରବଳ ଲହଡ଼ି ଭିତରେ ମହିଳା ଜଣକ ପେଟ ସାହାଯ୍ୟରେ ପାଣିରେ ପହଁରି ଜଣ ଜଣ କରି ସେହି ପିଲାମାନଙ୍କୁ ବାହାର କରିଥିଲେ।

Advertisment

ଆଲିସା କହିଛନ୍ତି, ଜଣେ ପିଲା ମୋତେ ଦେଖି କହିଲା ଯେ ଆମେ ଭାବିଲୁ ଯେ ଆଜି ଆଉ ବଞ୍ଚିବୁନି। କିନ୍ତୁ ସେହି ପିଲାମାନଙ୍କୁ ଆଶ୍ୱାସନା ଦେଲି ଯେ ମୁଁ ଥାଉ ଥାଉ ସେମାନଙ୍କର କିଛି ହେବ ନାହିଁ। ଏହା ପରେ ମୁଁ ସେମାନଙ୍କୁ କହିଲି ଯେ ତୁମମାନଙ୍କୁ ମରିବାକୁ ଦେବି ନାହିଁ। ସେଠାରୁ ସେମାନଙ୍କୁ ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଲି।

ମହିଳା ଜଣକ ଗର୍ଭବତୀ ସତ୍ତ୍ୱେ ନିଜ ପେଟ ସହାୟତାରେ ଏହି ପିଲାମାନଙ୍କୁ ବାହାର କରିଥିଲେ। ବର୍ତ୍ତମାନ ତିନି ଜଣ ଯାକ ପିଲା ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe