ପାଗଲ କଲା ସାମି ସାମି..., ଧୁମ୍‌ ନାଚିଲେ ଗର୍ଭବତୀ

ନୂଆଦିଲ୍ଲୀ: କମୁନି ‘ପୁଷ୍ପା’ ଫିଭର। ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କୁ କରିଛି ପାଗଳ। ଯାହାକୁ ଦେଖିବ ତା’ ମୁହଁରେ କେବଳ ପୁଷ୍ପା ଆଉ ପୁଷ୍ପା। ଦେଶ ଠାରୁ ଆରମ୍ଭ କରି ବିଦେଶ, ସବୁଠି ଚାଲିଛି ପୁଷ୍ପାର ରାଜ।  ଡାଏଲଗ ଠାରୁ ଆରମ୍ଭ କରି ଗୀତ ସବୁକିଛି କରିଛି କିମିଆ। କିଏ କହୁଛି ପୁଷ୍ପା ପୁଷ୍ପା ରାଜ.. ଝୁକେଗା ନେହିଁ…ତ ଆଉ କିଏ ସାମି ସାମି ଗିତରେ ଲଗାଉଛି ଠୁମ୍‌କା। ଏବେ ଏଥିରୁ ବାଦ୍‌ ପଡିନାହାନ୍ତି ଗର୍ଭବତୀ। […]

Pregnant woman

Madhupriya Mistry
  • Published: Monday, 14 February 2022
  • , Updated: 14 February 2022, 05:54 PM IST

ନୂଆଦିଲ୍ଲୀ: କମୁନି 'ପୁଷ୍ପା' ଫିଭର। ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କୁ କରିଛି ପାଗଳ। ଯାହାକୁ ଦେଖିବ ତା' ମୁହଁରେ କେବଳ ପୁଷ୍ପା ଆଉ ପୁଷ୍ପା। ଦେଶ ଠାରୁ ଆରମ୍ଭ କରି ବିଦେଶ, ସବୁଠି ଚାଲିଛି ପୁଷ୍ପାର ରାଜ।  ଡାଏଲଗ ଠାରୁ ଆରମ୍ଭ କରି ଗୀତ ସବୁକିଛି କରିଛି କିମିଆ। କିଏ କହୁଛି ପୁଷ୍ପା ପୁଷ୍ପା ରାଜ.. ଝୁକେଗା ନେହିଁ…ତ ଆଉ କିଏ ସାମି ସାମି ଗିତରେ ଲଗାଉଛି ଠୁମ୍‌କା। ଏବେ ଏଥିରୁ ବାଦ୍‌ ପଡିନାହାନ୍ତି ଗର୍ଭବତୀ।

ବିଦେଶର ଜଣେ ଗର୍ଭବତୀ ମହିଳାଙ୍କୁ ପାଗଳ କରିଛି ପୁଷ୍ପାର ସୁପରହିଟ୍‌ ଗୀତ ସାମି ସାମି। ଗର୍ଭବତୀ ଥାଇ ମଧ୍ୟ ସେ ଏହି ଗୀତରେ ଲଗାଇଛନ୍ତି ଜୋରଦାର ଠୁମ୍‌କା। ଗୀତର ୱାର୍ଡକୁ ବୁଝିପାରୁ ନଥିଲେ ମଧ୍ୟ ମନ ଖୋଲି ନାଚିଛନ୍ତି। ପୁଷ୍ପା ଗୀତରେ ଅକ୍‌ଲାଣ୍ଡର ଏହି ଗର୍ଭବତୀ ମହିଳାଙ୍କର ସାମି ସାମି ଗୀତରେ ନାଚୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅକ୍‌ଲାଣ୍ଡର ଏବି ସିଂହ। ସେ ଏବେ ତାଙ୍କ ଦ୍ୱିତୀୟ ସନ୍ତାନର ମା' ହେବାକୁ ଯାଉଛନ୍ତି। ଗତ ସପ୍ତାହରେ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଡ୍ୟାନ୍ସ ଭିଡିଓ ଅପ୍‌ଲୋଡ କରିଛନ୍ତି। ଏହି ଭିଡିଓରେ ସେ ନିଜ ବେବି ବମ୍ପ ଦେଖାଇ ସାମି ସାମି ଗୀତର ହୁକ୍‌ ଷ୍ଟେପ୍‌ରେ ନାଚୁଥିବା ଦେଖିବାକୁ ମିଳିଛି। ସେ ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନାଙ୍କ ଡ୍ୟାନ୍ସ ଷ୍ଟେପ୍‌କୁ କପି କରିଛନ୍ତି। ତାଙ୍କର ଏହି ଭିଡିଓଟିକୁ ୬ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ଏହି ଭିଡିଓକୁ ପୋଷ୍ଟ କରି ଏବି ନିଜ କ୍ୟାପଶନ୍‌ରେ ଲେଖିଛନ୍ତି, 'ଗତ ଏକ ସପ୍ତାହ ଧରି ଏହି ଗୀତ ମୋତେ ପାଗଳ କରିଛି। ଏହାର ମ୍ୟୁଜିକ ମୋତେ କିମିଆ କରିଛି। ମୁଁ ଜାଣିଛି ବହୁ ଦିନ ହେବ ଏହି ଗୀତଟି ଟ୍ରେଣ୍ଡରେ ରହିଛି। ସେ ଅନୁସାରେ ମୁଁ ବହୁ ପଛରେ ପଡିଛି, କିନ୍ତୁ ମୁଁ ଚେଷ୍ଟା କରିଛି। ମୁଁ ଏବଂ ମୋ ସ୍ୱାମୀ ଏ ଯାଏଁ 'ପୁଷ୍ପା' ଫିଲ୍ମ ଦେଖିନୁ। କିଏ 'ପୁଷ୍ପା' ଫିଲ୍ମ ଦେଖିଛନ୍ତି?'

ଏବି ସିଂହ ଜଣେ ଭାରୀତୀୟଙ୍କୁ ବିବାହ କରିଛନ୍ତି। ତାଙ୍କ ନାଁ ମନି ସିଂହ। ନିଜ ପରିବାର ଏମାନେ ଅକଲ୍ୟାଣ୍ଡରେ ରହୁନ୍ତି। ଏହି ଦମ୍ପତ୍ତିଙ୍କ ମଡେର୍ଣ୍ଣ ସିଂହ ନାମରେ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ରହିଛି। ସେମାନେ ଏଥିରେ ତାଙ୍କ ଦୈନନ୍ଦିଦ ଜୀବନର ଅପଡେଟ୍‌ ଶେଆର କରନ୍ତି। ଏବି ଏବଂ ମନିଙ୍କ ପୂର୍ବରୁ ଗୋଟିଏ ଛୁଆ ଅଛି । ସେ ଏବେ ଦ୍ୱିତୀୟ ସନ୍ତାନର ମା' ହେବାକୁ ଯାଉଛନ୍ତି।

 

View this post on Instagram

 

A post shared by Money & Abbey Singh (@themodernsinghs)

Related story