Advertisment

ପରୀକ୍ଷା ଖାତାରେ ପିଲା ଲେଖିଲେ- ପୁଷ୍ପା ପୁଷ୍ପା ରାଜ ଅପୁନ୍‌ ଲିଖେଗା ନେହିଁ...

କୋଲକାତା: ଥମୁନି ଫିଲ୍ମ ‘ପୁଷ୍ପା’ର ଫିଭର। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ପିଲ୍ମଟି ଯେବେଠୁ ରିଲିଜ ହୋଇଛି ସେବେଠୁ ଏହାର ଡ୍ୟାନ୍ସ, ଗୀତ ଏବଂ ଡାଏଲଗ୍‌ ସମସ୍ତଙ୍କୁ କରିଛି କିମିଆ। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଡାଏଲଗ୍‌ ‘ମେଁ ଝୁକେଗା ନେହିଁ…’। ଅନେକ ଏହି ଡାଏଲଗ୍‌କୁ ନେଇ ରିଲ ଭିଡିଓ ମଧ୍ୟ ତିଆରି କରିଛନ୍ତି। ଏବେ ରିଲ୍‌ରୁ ରିଅଲ୍‌ ଲାଇଫ୍‌ରେ ମଧ୍ୟ ଏହି ‘ଫିଲ୍ମ’ର ପ୍ରଭାବ ଦେଖିବାକୁ ମିଳିଛି। […]

ଅଦ୍ୟତନ ହୋଇଛି
ପରୀକ୍ଷା ଖାତାରେ ପିଲା ଲେଖିଲେ- ପୁଷ୍ପା ପୁଷ୍ପା ରାଜ ଅପୁନ୍‌ ଲିଖେଗା ନେହିଁ...

Pushpa dialogue in answer shit

Advertisment

କୋଲକାତା: ଥମୁନି ଫିଲ୍ମ 'ପୁଷ୍ପା'ର ଫିଭର। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ପିଲ୍ମଟି ଯେବେଠୁ ରିଲିଜ ହୋଇଛି ସେବେଠୁ ଏହାର ଡ୍ୟାନ୍ସ, ଗୀତ ଏବଂ ଡାଏଲଗ୍‌ ସମସ୍ତଙ୍କୁ କରିଛି କିମିଆ। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଡାଏଲଗ୍‌ 'ମେଁ ଝୁକେଗା ନେହିଁ…'। ଅନେକ ଏହି ଡାଏଲଗ୍‌କୁ ନେଇ ରିଲ ଭିଡିଓ ମଧ୍ୟ ତିଆରି କରିଛନ୍ତି। ଏବେ ରିଲ୍‌ରୁ ରିଅଲ୍‌ ଲାଇଫ୍‌ରେ ମଧ୍ୟ ଏହି 'ଫିଲ୍ମ'ର ପ୍ରଭାବ ଦେଖିବାକୁ ମିଳିଛି।

Advertisment

ମାଟ୍ରିକ୍‌ ପରୀକ୍ଷା ଖାତାରେ ଜଣେ ପିଲା ଉତ୍ତର ନ ଲେଖି, ଲେଖିଛନ୍ତି ପୁଷ୍ପା ଫିଲ୍ମର ଡାଏଲଗ୍‌। ସମ୍ପୂର୍ଣ୍ଣ ଉତ୍ତର ଖାତାରେ ପିଲାଟି ' ପୁଷ୍ପା ପୁଷ୍ପା ରାଜ ଅପୁନ୍‌ ଲିଖେଗା ନେହିଁ ସାଲା' ଲେଖିଥିବା ଦେଖିବାକୁ ମିଳିଛି। ଏହା ଦେଖି ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ଚକିତ ହୋଇପଡିଛନ୍ତି। ପିଲାଟିର ପରୀକ୍ଷା ଖାତାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା ପ୍ରାୟ ସରିଗଲାଣି। ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଛି। ତେବେ ମୂଲ୍ୟୟନ ବେଳେ ପରୀକ୍ଷା ଖାତାରେ ଲେଖା ହୋଉଥିବା ଏଭଳି ପୁଷ୍ପା ଡାଏଲଗ୍‌କୁ ଦେଖି ଶିକ୍ଷକ ଅବାକ୍‌ ହୋଇପଡିଛନ୍ତି।

Advertisment

ସେହିପରି କିଛି ଦିନ ପୂର୍ବେ ବୀରଭୂମିର ତୃଣମୂଳ କଂଗ୍ରେସ ନେତା 'ଖେଲା ହୋବେ' ଡାଏଲଗ ଦୋହରାଇଥିଲେ। ଏବେ ମାଟିକ୍ରା ପରୀକ୍ଷା ଖାତାରେ ଅନ୍ୟ ଜଣେ ପିଲା ଏହି 'ଖେଲା ହୋବେ' ଡାଏଲଗ୍‌ ଲେଖିଥିବା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି। ପିଲା ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଛନ୍ତି। ତେବେ ପାଠ ନଲେଖି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ଏଭଳି ଫିଲ୍ମ ଡାଏଲଗ୍‌ ଲେଖିବା ସେମାନଙ୍କ ଭବିଷ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe